ଭୁବନେଶ୍ୱର, ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ରୋଟାରୀ କ୍ଲବ ଭୁବନେଶ୍ଵର ସେଣ୍ଟ୍ରାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଗଭର୍ଣ୍ଣର ରଂ ଶାନ୍ତନୁ କୁମାର ପାଣି କହିଲେ ଯେ, ସେବାର ଅନ୍ୟ ନାମ ରୋଟାରୀ । ସାରା ପୃଥିବୀରେ ଆନ୍ତର୍ଜାତିକ ରୋଟାରୀ ଅନୁଷ୍ଠାନ ସାଧାରଣ ଜନତାକୁ ବିଭିନ୍ନ ସେବା ଦେଇଆସୁଛି । ଜଳଦାନ ସେବା ଠାରୁ, ଚକ୍ଷୁଦାନ, ରକ୍ତଦାନ, ଶରୀର ଦାନ ସବୁରେ ଅଗ୍ରଭାଗରେ ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତାମାନେ ନିଃସ୍ୱାର୍ଥପର ଭାବେ ବର୍ଷ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବାରିପଦା ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତା ନିରଜ ପଣ୍ଡା ବିଶ୍ବରୁ ପୋଲିଓମୁକ୍ତ ନିରାକରଣରେ ରୋଟାରୀର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ ।
କୃବ ମେଣ୍ଟର ପିପି ଶୁଭେନ୍ଦୁ ପରିଡ଼ା ରୋଟାରୀକୁ ଏକ ସାମାଜିକ ଆନ୍ଦୋଳନ ବୋଲି କହିଥିଲେ । କ୍ଲବର ପ୍ରତିଷ୍ଠାତା ସଭାପତି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କରୋନା ସମୟରେ ରୋଟାରୀ ପକ୍ଷରୁ ସଚେତନତା ରଥ ଓ ମାସ୍କ ବଣ୍ଟନ ସହ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ରାସନ ପ୍ରଦାନରେ ଏକ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି କହିଥିଲେ । ବୁଦ୍ଧିଜୀବୀ ସ୍ଵାଗତ ରାଉତରାୟ ସ୍ୱାଗତ ଭାଷଣ ଓ କ୍ଲବ ସମ୍ପାଦକ ଶିକ୍ଷାବିତ୍ ଜ୍ୟୋତିଶଙ୍କର ମହାନ୍ତି ବାର୍ଷିକ ବିବରଣୀ ସହ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଟେରାରୀ ଜିଲ୍ଲାର ପ୍ରଥମ ମହିଳା ଡଃ ଝରଣା ପାଣିଙ୍କୁ ଡ ନିବେଦିତା ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ପରେ ଶ୍ରୀମତୀ ମିତ୍ରା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିର ଉତ୍ସବରେ ଡଃ କରୁଣାକର ପ୍ରଧାନ ଓ ଶ୍ରୀମତୀ ମହାନ୍ତିଙ୍କୁ ରୋଟାରୀର ସଭ୍ୟଭୁକ୍ତ କରାଯାଇଥିଲା । ଡଃ ଜ୍ଞାନେନ୍ଦ୍ର ରୋଟାରୀ କ୍ଲବ ଭୁବନେଶ୍ବରର ସଭାପତି ଇଂ ସୁଧ୍ୟଶୁ ଶେଖର ହରିଚନ୍ଦନ, ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ଓ ଶ୍ରୀ ସୁଖଧାମ ଟ୍ରଷ୍ଟର ପରିଷ୍ଟଳନା ଟ୍ରଷ୍ଟି ଦେବଜାନୀ ରାୟଙ୍କୁ ଉତ୍ତରୀୟ ଓ ରୋଟାରୀ ବ୍ୟାଟ୍ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ରୋଟାରିଆନ ଏଲୋରା ରାୟ ସଂଯୋଜନା କରିଥିଲେ।
Post a Comment