loading...

ସୁସ୍ଥ ଜୀବନଶୈଳୀ ଓ ଯୋଗାଭ୍ୟାସ ଦ୍ଵାରା କିଡ୍ନୀ ସମସ୍ୟା ଦୂର କରିହେବ

କିଡ୍‌ନୀ ଜନିତ ରୋଗ ବର୍ତ୍ତମାନ ଏକ ବଡ଼ ସ୍ଵାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହା ଦ୍ବାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି

ସୁସ୍ଥ ଜୀବନଶୈଳୀ ଓ ଯୋଗାଭ୍ୟାସ ଦ୍ଵାରା କିଡ୍ନୀ ସମସ୍ୟା ଦୂର କରିହେବ

ଭୁବନେଶ୍ୱର, କିଡ୍‌ନୀ ଜନିତ ରୋଗ ବର୍ତ୍ତମାନ ଏକ ବଡ଼ ସ୍ଵାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହା ଦ୍ବାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି । ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସାସ୍ଥ୍ୟ ପରୀକ୍ଷା ଦ୍ଵାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବିଶ୍ଵ କିନୀ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଗୁରୁବାର । ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଟ ପ୍ରଫେସର । ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ଯେ ଜଟିଳ କିଡ଼ନୀ ରୋଗ ସାସ୍ଥ୍ୟ କ୍ଷେତ୍ରରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି । 

ସମ୍ ହସ୍ପିଟାଲର ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ସୁରେନ୍ ଦାସ କହିଥିଲେ ଯେ ଦେଶରେ ପ୍ରତ୍ୟେକ ବର୍ଷ ପ୍ରାୟ ୨ ଲକ୍ଷ ଲୋକ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ରୋଗୀଙ୍କର ଗୁରୁତର  ସାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରାୟ ୨୫ ହଜାର ରୋଗୀଙ୍କର କିନୀ ଡାୟଲିସିସ୍ ଓ ପ୍ରତ୍ୟାରୋପଣର ଆବଶ୍ୟକତା ପଡୁଛି । ତେବେ ଜୀବନଶୈଳୀରେ ପରିବର୍ତ୍ତନ, ବ୍ୟାୟାମ ଓ ଯୋଗ ଅଭ୍ୟାସ କରିବା ସହ ନିୟମିତ ସାସ୍ଥ୍ୟ ପରୀକ୍ଷା କରିବା । ଦ୍ଵାରା ଏହି ରୋଗ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ । ଆଗାମୀ ୨୦୪୦ ସୁଦ୍ଧା ବିଶ୍ୱରେ କିଡ଼ନୀ ଜନିତ ସମସ୍ୟା ୫ମ ରୋଗ ଭାବେ ମୃତ୍ୟୁର ମୁଖ୍ୟ କାରଣ ପାଲଟିବ ବୋଲି କହିବା ସହ ସୁସ୍ଥ ଜୀବନଶୈଳୀ ଏବଂ ଧୂମ୍ରପାନକୁ ପରିତ୍ୟାଗ କଲେ ହିଁ ଏହି ସମସ୍ୟାରୁ ମୁକୁଳି ହେବ ବୋଲି ନେଫୋଲୋଜି ବିଭାଗର ପ୍ରଫେସର ତାପସ ରଞ୍ଜନ ବେହେରା କହିଥିଲେ ।

ପ୍ରାୟ ୭୦ ରୁ ୮୦ ପ୍ରତିଶତ କିଡ୍‌ନୀ ଜନିତ ରୋଗୀଙ୍କ ନିକଟରେ ପ୍ରାଥମିକ ସ୍ତରରେ ଲକ୍ଷଣ ଦେଖାଯାଇ ନଥାଏ । ତେଣୁ ରୋଗ ଚିହ୍ନଟ ପାଇଁ ନିୟମିତ ଉପଯୁକ୍ତ ସ୍ବାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ନେଫ୍ରାଲୋଜି ବିଭାଗର । ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବ ପ୍ରସାଦ କରି କହିଥିଲେ । ସମ୍ ହସ୍ପିଟାଲର ନେଫ୍ଲୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ବିଶ୍ବ ରଞ୍ଜନ ମହାନ୍ତି ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ମାସକୁ ପ୍ରାୟ ୮୦୦ ରୁ ୧୪୦୦ କିଡନୀ ରୋଗୀଙ୍କର ଡାଏଲିସିସ୍ କରାଯାଉଥିବା ବେଳେ ରେନାଲ ବାୟୋସିର ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏ ନେଇ ସେ ସମଗ୍ର ବିଭାଗକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ନର୍ସ ସୁପରିନଟେଣ୍ଡେଟ ଶ୍ରୀମତୀ ମିନତୀ ମିଶ୍ର, କ୍ରିଟିକାଲ କେୟାର ମେଡିସିନ୍ ବିଭାଗର ଡାକ୍ତର ସମୀର ସାମଲ, ନେଫ୍ରା ପାଥୋଲୋଜି ବିଭାଗର ଡାକ୍ତର ନିବେଦିତା ସାହୁ ଓ ନେଫୋଲୋଜି ବିଭାଗର ଡାକ୍ତର ରାହୁଲ । କାନୁନ୍‌ଗୋ ବକ୍ତବ୍ୟ ରଖିଥିଲେ । ପ୍ରଫେସର ବିଶ୍ବ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡାକ୍ତର ବିଶ୍ବଜିତ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ବିଭାଗୀୟ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget