loading...

‘କଳାଶ୍ରମ' ପକ୍ଷରୁ ମାର୍ଚ୍ଚ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ୧୬ତମ ‘ଗୁରୁଦକ୍ଷିଣା ଉତ୍ସବ

ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘କଳାଶ୍ରମ' ପକ୍ଷରୁ ମାର୍ଚ୍ଚ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ୧୬ତମ ‘ଗୁରୁଦକ୍ଷିଣା ଉତ୍ସବ

‘କଳାଶ୍ରମ' ପକ୍ଷରୁ ମାର୍ଚ୍ଚ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ୧୬ତମ ‘ଗୁରୁଦକ୍ଷିଣା ଉତ୍ସବ

ଭୁବନେଶ୍ବର, ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘କଳାଶ୍ରମ' ପକ୍ଷରୁ ମାର୍ଚ୍ଚ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ୧୬ତମ ‘ଗୁରୁଦକ୍ଷିଣା ଉତ୍ସବ-୨୦ ୨୧' ସ୍ଥାନୀୟ ଜୟଦେବ ଭବନ ଓ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ । ଓଡ଼ିଶାର ଗୁରୁ-ଶିଷ୍ୟର ପରମ୍ପରାକୁ ଉଜ୍ଜିବୀତ ରଖୁବା ସହିତ ଦିବ୍ୟାଙ୍ଗ କଳାକାରମାନଙ୍କୁ କଳାର ମୁଖ୍ୟସ୍ରୋତକୁ ଆଣି ଏକପାଦରୁ ପାଞ୍ଚପାଦରେ ପହଞ୍ଚାଇବା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ଲାଟଫର୍ମ ତିଆରି କରିବା, କଳା-ସଂସ୍କୃତି-ପରମ୍ପରାର ସୁମହାନତାକୁ ବଜାୟ ରଖୁବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି କଳାଶ୍ରମର ସମ୍ପାଦକ ଗୁରୁ ନିତ୍ୟାନନ୍ଦ ଦାସ ସୂଚନା ଦେଇଛନ୍ତି । 

ଏହି ଉତ୍ସବରେ କଳାର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ପଣ୍ଡିତ ରବିଶଙ୍କର ଉପାଧ୍ୟାୟଙ୍କୁ ‘ଗୁରୁଦକ୍ଷିଣା ସମ୍ମାନ- ୨୦ ୨୧’ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି । ସେହିପରି ସଙ୍ଗୀତ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା, ତବଲା ବାଦକ ଶରତ ପାଣି, ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଦୀପ କୁମାର ଦାସଙ୍କୁ ସୃଜନଶୀଳ ପ୍ରତିଭା ସମ୍ପନ୍ନ ସମ୍ମାନରେ ସମ୍ମାନିତ କରାଯିବ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ । ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget