loading...

ରୋଟାରୀ ପକ୍ଷରୁ ପାର୍କ ପ୍ରିମିୟମଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ହୋଟେଲ ପାର୍କ ପ୍ରିମିୟମଠାରେ ରୋଟାରୀ କ୍ଲବ

ରୋଟାରୀ ପକ୍ଷରୁ ପାର୍କ ପ୍ରିମିୟମଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର, ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ହୋଟେଲ ପାର୍କ ପ୍ରିମିୟମଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଶିକ୍ଷାବିତ୍ ଡଃ ନିବେଦିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେଣ୍ଟ ଜାଭିୟର ସତ୍ୟନଗର ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା । କହିଲେ ଯେ, ଆଜି ମଧ୍ୟ ସମାଜରେ ସ୍ତ୍ରୀ ପୁରୁଷର ଭେଦଭାବ ଯେଉଁ ମା’ ଜନ୍ମଦାତ୍ରୀ ତା’ଉପରେ ଅତ୍ୟାଟର ଏବେବି ସର୍ବସମ୍ମୁଖରେ ହେଉଛି । ମା’ମାନେ ସର୍ବସହା ନହୋଇ ନିଜ ଅଧୁକାରକୁ ସାବ୍ୟସ୍ତ କରିବାର ଆବଶ୍ୟକତା ରହିଛି ।

ବିଶିଷ୍ଟ ବକ୍ତା ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ମାତୃଜାତିର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ ନିବେଦିତା ପଟ୍ଟନାୟକଙ୍କୁ କ୍ଲବର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରୋଟାରିୟାନ ଏଲୋରା ରାୟ ସ୍ୱାଗତ ଭାଷଣ ଓ ଶ୍ରୀମତୀ ଲିଲିମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ତଥା ସମାଜସେବୀ ଡଃ ବଦ୍ରୀନାଥ ପଟ୍ଟନାୟକ, ଶ୍ରୀମତୀ ମିତ୍ର ରାୟ, କ୍ଲବର ସମ୍ପାଦକ ଜ୍ୟୋତିଶଙ୍କର ମହାନ୍ତି, ନୂତନ ଭାବେ ଗଠିତ ରୋଟାରୀ କ୍ଲବ ପୁରୀଧାମର ସଭାପତି ତୋଫାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget