loading...

ବିଶ୍ଵ ମହିଳା ଦିବସ-୨୦୨୨ ଅବସରରେ ‘ୱାକାଥନ୍’ର ଆୟୋଜନ

ବିଶ୍ଵ ମହିଳା ଦିବସ -୨୦୨୨ ପାଳନ ଅବସରରେ ସକାଳ ୭ଟାରେ ଭୁବନେଶ୍ୱର ଜନତା ମୈଦାନଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ‘ୱାକାଥନ୍’ର ଆୟୋଜନ

ବିଶ୍ଵ ମହିଳା ଦିବସ-୨୦୨୨ ଅବସରରେ ‘ୱାକାଥନ୍’ର ଆୟୋଜନ

ଭୁବନେଶ୍ୱର, ବିଶ୍ଵ ମହିଳା ଦିବସ -୨୦୨୨ ପାଳନ ଅବସରରେ ସକାଳ ୭ଟାରେ ଭୁବନେଶ୍ୱର ଜନତା ମୈଦାନଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ‘ୱାକାଥନ୍’ର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ’ ଓ ‘ଆଇନ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵ ମହିଳା ଦିବସ -୨୦୨୨ ର ଧୁମ୍ ଅନୁଯାୟୀ ‘‘ଲିଙ୍ଗଗତ ସମାନତା ଉପରେ ଆଜିର ଗୁରୁତ୍ବାରୋପ ଦ୍ଵାରା ଏକ ପୋଷଣୀୟ ଆସନ୍ତା କାଲି ସମ୍ଭବ?? ଉପରେ ଆଲୋକପାତ କରା ଯାଇଥିଲା । ‘ଅନ୍ୟାୟ ବିରୁଦ୍ଧରେ ଚିରାଚରିତ ସହନଶୀଳତା ଦୂରେଇ ଦିଅ’ ତଥା ‘ପକ୍ଷପାତକୁ ବିରୋଧ କର’ ସ୍ଲୋଗାନ୍ ସହ ପଦଯାତ୍ରା ଆଗକୁ ବଢିଥିଲା ।
ଉକ୍ତ ପଦଯାତ୍ରା କାଳରେ ଏମିତି ଏକ ବିଶ୍ୱର ପରିକଳ୍ପନା କରାଯାଇଥିଲା ଯେଉଁଠି ଲିଙ୍ଗଗତ ସମାନତା ସହ ପକ୍ଷପାତିତା ତଥା ଭେଦଭାବ ଶୂନ୍ୟ, ବିବିଧତାପୂର୍ଣ୍ଣ, ସମତା ଏବଂ ସାମଗ୍ରିକ ବିକାଶରେ ସମଗ୍ର ପୃଥିବୀ ନିରୁପିତ ଓ ଉତ୍ସବମୁଖର ହୋଇଉଠୁଥିବ । 

ଏଥିରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା । ତଥା ଜଳବାୟୁ ପରିବର୍ତ୍ତନର ବିଶେଷ ଶିକାର ହେଉଥିବା ଏବଂ ଖାଦ୍ୟ, ପାନୀୟ ଓ ଇନ୍ଧନ କ୍ଷେତ୍ରରେ ସଂକଟର । ସମ୍ମୁଖୀନ ହେଉଥିବା ସାରା ବିଶ୍ଵର ମହିଳା ଓ ବାଳିକାମାନଙ୍କୁ ସ୍ବୀକୃତି ଦେଇ ସଭିଙ୍କ ନିମନ୍ତେ ଏକ ପୋଷଣୀୟ । ଭବିଷ୍ୟତ ଗଠନ ନିମନ୍ତେ ଆହ୍ବାନ ଦିଆଯାଇଥିଲା । ସମଗ୍ର ବିଶ୍ଵ ଜନସଂଖ୍ୟାର ଅର୍ଦ୍ଧେକ ଏହି ମହିଳାମାନଙ୍କ ବିନା ଅନ୍ତର୍ଭୁକ୍ତିରେ ଏକ ପୋଷଣୀୟ ବିଶ୍ଵ ତଥା ଆସନ୍ତା କାଲିର ଏକ ଲିଙ୍ଗଗତ ସମାନତାର ସମାଜ ପରିକଳ୍ପନା ଅସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା । ‘ସମାନତାର ପଦପାତ’ ସକାଶେ ପ୍ରତ୍ୟେକେ ଆଗକୁ ପାଦ ବଢାଇଲା ବେଳେ ଲିଙ୍ଗଗତ ସମାନତା ଦିଗରେ ଦୃଷ୍ଟି ଦେବାକୁ ବକ୍ତାଗଣ ମତପୋଷଣ କରିଥିଲେ । 

ଉପରୋକ୍ତ ଅନୁଷ୍ଠାନ ଦ୍ଵାରା ଲିଙ୍ଗଗତ ସମାନତାର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି ନିମନ୍ତେ ରାଜଧାନୀ ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ପଦଯାତ୍ରା ସ୍ଵରୂପ ଜନତା ମୈଦାନଠାରୁ ଜୟଦେବ ବିହାର ଛକ । ପର୍ଯ୍ୟନ୍ତ ଆୟୋଜିତ ‘ୱାକାଥନ୍’ କାର୍ଯ୍ୟକ୍ରମରେ ମୋ କଲେଜ ଉପଦେଷ୍ଟା ଶ୍ରୀ ଆକାଶ ଦାସ ନାୟକ, ଉତ୍କଳ । ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସଂପାଦକ ଡକ୍ଟର ଲେନିନ୍ ମହାନ୍ତି, ଆଇନାର ସଂପାଦିକା ଶ୍ରୀମତୀ ସ୍ନେହ ମିଶ୍ର, । ଭୁବନେଶ୍ୱର ସ୍ମାର୍ଟ ସିଟିର ଜେନେରାଲ ମ୍ୟାନେଜର ଶ୍ରୀ କମଜିତ ଦାସ, ବିଶିଷ୍ଟ କ୍ରୀଡାବିତ୍ ଶ୍ରୀ ଦିଲ୍ଲୀପ ତିର୍କୀ, ଶ୍ରଦ୍ଧାଜଳି ସାମନ୍ତରାୟଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget