loading...

ବିପଦରେ ଓଡିଶାର ଗଣତନ୍ତ୍ର ! ଓଡିଶାର ଗଣତନ୍ତ୍ରକୁ ଉପହାସ : ହରିଚନ୍ଦନ

ଗତକାଲି ଓଡିଶାର ପ୍ରଶାସନିକ ଅଧୁକାରୀମାନେ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବରେ ଭେଟି ଫଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା

ବିପଦରେ ଓଡିଶାର ଗଣତନ୍ତ୍ର ! ଓଡିଶାର ଗଣତନ୍ତ୍ରକୁ ଉପହାସ : ହରିଚନ୍ଦନ

ଭୁବନେଶ୍ୱର, ଗତକାଲି ଓଡିଶାର ପ୍ରଶାସନିକ ଅଧୁକାରୀମାନେ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବରେ ଭେଟି ଫଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି । ଆମେ ଭାରତୀୟ ଜନତା ପାର୍ଟି ତରଫରୁ ଏହାକୁ କଡା ଶବ୍ଦରେ ନିନ୍ଦା କରୁଛୁ ବୋଲି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସମ୍ବିଧାନର ଚାରିଟି ସ୍ତମ୍ଭ ମଧ୍ୟରୁ । ପ୍ରଶାସନିକ ବ୍ୟବସ୍ଥା ଗୋଟିଏ ସ୍ତମ୍ଭ । ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକାକୁ ଲୋକଙ୍କ ସେବା ପାଇଁ ବିଶେଷ ଅଧ୍ବକାର ଦିଆଯାଇଛି ଏବଂ ସେପାଇଁ ସେମାନଙ୍କ ଠାରୁ ନିରପେକ୍ଷତା ଆଶା କରାଯାଏ । 

ସେମାନଙ୍କ ନିରପେକ୍ଷତା ହିଁ ଗଣତନ୍ତ୍ରକୁ ସୁଦୃଢ କରେ । ଗତକାଲି ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସମେତ ଓଡ଼ିଶା ପ୍ରଶାସନିକ ସେବା ସଂଘ, ଓଡ଼ିଶା ଫାଇନାନ୍ସ ସର୍ଭିସ, ଓଡିଶା ପୋଲିସ ସର୍ଭିସ ଆସୋସିଏସନ, ଓଡିଶା ସେକ୍ରେଟାରିଏଟ୍ ସର୍ଭିସ, ରେଭେନ୍ୟୁ ସର୍ଭିସ, ମେଡିକାଲ ସର୍ଭିସ ସଂଘ ତଥା ଅନ୍ୟ ସରକାରୀ ଅଧୁକାରୀ ବିଜେଡି ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ, ଯାହା ଓଡିଶା ପ୍ରଶାସନିକ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହା ଦ୍ବାରା ରାଜ୍ୟର କାର୍ଯ୍ୟପାଳିକା ବ୍ୟବସ୍ଥା ଓଡିଶାବାସୀଙ୍କ ବିଶ୍ବାସକୁ ହରାଉଛି । ଓଡିଶାରେ ଯେଉଁମାନେ ଏଭଳି ଏକ ଖରାପ ପରମ୍ପରା ତିଆରି କରୁଛନ୍ତି, ଏହା ଓଡିଶା ପାଇଁ ଶୁଭଙ୍କର ନୁହେଁ । ନିଜ ନିରପେକ୍ଷତା ହରାଇବା ସହିତ ସମସ୍ତ ସୀମା ଓ ପଦ ମର୍ଯ୍ୟାଦାର ଲକ୍ଷ୍ମଣ ରେଖା ଉଲ୍ଲଘନ କରି ନୀତି ଓ ଆଦର୍ଶକୁ ଜଳାଞ୍ଜଳୀ ଦେଇଥିବା ପ୍ରଶାସନିକ ଅଧୁକାରୀମାନେ ଓଡିଶାର ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ବାସ ପ୍ରତି ବିଶ୍ବାସଘାତକତା କରିଛନ୍ତି । ଶାସକ ବିଜେଡି ଏବଂ ପ୍ରଶାସନିକ ଅଧୁକାରୀଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ଆଜି ପଦାରେ ପଡିଛି । ଶାସକ ବିଜେଡି ଅମଲାତାନ୍ତ୍ରୀକ ବ୍ୟବସ୍ଥାକୁ ଅପବ୍ୟବହାର କରି ନିର୍ବାଚନ ଜିତିଥିବା ଆଜି ପ୍ରମାଣିତ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଜରୁରୀକାଳୀନ ପରିସ୍ଥିତି ସମୟରେ ଅଫିସରମାନେ ସର୍ବେସର୍ବା ହୋଇ କାର୍ଯ୍ୟ କରୁଥିଲେ । ଆଜି ଓଡିଶାରେ ଠିକ୍ ସେହି ଜରୁରୀକାଳୀନ ପରିସ୍ଥିତି ଭଳି ଅକାରୀମାନେ କାର୍ଯ୍ୟ କରୁଛନ୍ତି । ପ୍ରଶାସନିକ ଅଫିସରମାନେ ଯଦି ରାଜନୈତିକ ଦଳର ହାତବାରିଶି ହେବେ ତା ହେଲେ ରାଜ୍ୟରେ ଅବସ୍ଥା କ’ଣ ହେବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ନିର୍ବାଚନ ଜିତିବା ଖୁସିରେ ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ନିର୍ବାଚନ ଶୁଭେଚ୍ଛା । ଜଣାଇବା ରାଜ୍ୟରେ ଶାସନ ବ୍ୟବସ୍ଥାରେ ଏକ ଅତ୍ୟନ୍ତ ଖରାପ ପରମ୍ପରା ସୃଷ୍ଟି କରିଛି । ସେହିପରି ପୋଲିସ ଡିଜି ହେଉଛନ୍ତି ରାଜ୍ୟ ପୋଲିସର ମୁଖୁଆ । ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ ସଂଚାଳନ କରିବା ଏବଂ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଙ୍କର ନୈତିକ ଦାୟିତ୍ୱ । ମାତ୍ର ଏତେ ବଡ ଗୁରୁଦାୟିତ୍ବରେ ରହି ନିଜ ଦାୟିତ୍ବକୁ ଭୁଲି ବିଜେଡି ସଭାପତିଙ୍କୁ ଖୁସି କରିବା ପାଇଁ ଶୁଭେଚ୍ଛା ଜଣାଇବା ଉଚିତ୍ କି ? ପୋଲିସ ଡିଜି ନିଜ କାର୍ଯ୍ୟକୁ ସୁଚାରୁରୂପେ ପାଳନ ନ କରିବା ଭଳି ଅନେକ ଉଦାହରଣ ରହିଛି । 

ହିଞ୍ଜିଳିରେ ୪ଜଣଙ୍କ ହତ୍ୟା ଘଟଣା ହେଉ, ଅବା ଭୋଟ୍ ପାଇଁ ବିଜେଡି ନେତାଙ୍କ ଟଙ୍କା ବ୍ୟାଟିବା ଘଟଣା ହେଉ, ଏଭଳି ଘଟଣାରେ ପୋଲିସ ଡିଜି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି । ଏହା ଦ୍ବାରା ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ରାଜ୍ୟବାସୀଙ୍କର ବିଶ୍ବାସ ତୁଟିଗଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧୁକାରୀମାନେ ଗଣତନ୍ତ ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ । ସାଧାରଣ ଲୋକଙ୍କୁ ସେବା ଓ । ସୁରକ୍ଷା ଯୋଗାଇ ଦେବା ପାଇଁ ଯଦି ବିବ୍ୟବସ୍ଥାକୁ ପାଦରେ ଦଳିଚକଟି ଦିଆଯିବ, ତା’ ହେଲେ ନୂଆପିଢି କ’ଣ ଶିକ୍ଷାଲାଭ କରିବେ ? ଗୁରୁଦାୟୀତ୍ବରେ ଥିବା ପୋଲିସ ଓ ପ୍ରଶାସନିକ ଅଧୁକାରୀମାନେ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟରୁ ନିବୃତ ନ ରହିଲେ, ଆଗାମୀ ଦିନରେ ଓଡିଶାବାସୀ ଏହାର ଉଚିତ୍‌ ଜବାବ ଦେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟର ପ୍ରଶାସନିକ ଅଧୁକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବିଜୁ ଜନତା ଦଳର ସେବା ପାଇଁ ? ଏହି ସବୁ ଘଟଣାରୁ ଲାଗୁଛି ପ୍ରଶାସନିକ ଅଧିକାରୀ ଓ ବିଜୁ ଜନତା ଦଳ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ଯେଉଁ ସନ୍ଦେହ ଆମେ ଦୀର୍ଘ ଦିନରୁ କହି ଆସୁଥିଲୁ, ଆଜି ତାହା ସତରେ ପରିଣତ ହୋଇଛି । ସରକାରୀ ବାବୁମାନେ ବିଜେଡି ନେତା ଏବଂ ବିଧାୟକଙ୍କ ବଚସ୍କର ସାଜିଥିବାରୁ ରାଜ୍ୟରେ ଭ୍ରଷ୍ଟାଚାର ବ୍ୟାପକ ହୋଇଛି । ଆଗାମୀ ଦିନରେ ଏହାର ପରିଣାମ ଭୟଙ୍କର ହୋଇପାରେ । ନେଡି ଗୁଡ କହୁଣୀକୁ ବୋହିଯିବା ପୂର୍ବରୁ ଗଣତନ୍ତ୍ରକୁ ବିପଦରେ ନପକାଇ ଏହାକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରନ୍ତୁ । ଚାଟୁକାରିତାର ନମୁନା ପ୍ରଦର୍ଶନ କରିଥିବା ଅଫିସର ସଂଘମାନେ ଓଡିଶାର ଜନ ସାଧାରଣଙ୍କୁ କ୍ଷମା ମାଗିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget