loading...

ଚାଷୀକୁଳର ସ୍ଵାର୍ଥ ରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇ ଦୁର୍ବାର ଆନ୍ଦୋଳନ କରିବ ବିଜେପି

ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟାଳୟ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ କରକମଳରେ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ

ଚାଷୀକୁଳର ସ୍ଵାର୍ଥ ରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇ ଦୁର୍ବାର ଆନ୍ଦୋଳନ କରିବ ବିଜେପି


ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟାଳୟ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ କରକମଳରେ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ କୃଷକ ମୋର୍ଚ୍ଚା ପରିବାରର ନବ ନିର୍ବାଚିତ ଜନ ପ୍ରତିନିଧୁମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଢେଙ୍କାନାଳ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ମୋର୍ଚ୍ଚାର ବରିଷ୍ଠ ଉପ-ସଭାପତି ଶ୍ରୀ ରାମ ପାତ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟନ୍ତୀ ପାତ୍ର, କଟକ ବାରଙ୍ଗ ଜିଲ୍ଲା ପରିଷଦ ସଭ୍ୟ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ତୃଷାରକାନ୍ତ ଚକ୍ରବର୍ତୀ, ତିର୍ତାଲ କନକପୁର ଗ୍ରାମ ଫଚାୟତର ସରପଂଚ ତଥା କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀ ଅଶୋକ ମହାନ୍ତିଙ୍କ ଧର୍ମପତ୍ନୀ ଶ୍ରୀମତୀ ରେବତୀ ମହାନ୍ତିଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପ୍ରମୁଖ ଉପଢୌକନ, ଫୁଲତୋଡା ପ୍ରଦାନ କରିବା ସହିତ ଓ ମୁଣ୍ଡରେ ଚାଷୀ ଝାପି ପିନ୍ଧାଇ ସମ୍ବଦ୍ଧିତ କରିଥିଲେ ।

ରାଜ୍ୟର ଚାଷୀକୁଳ ଆଜି ସମସ୍ତ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚାଷୀକୁଳର ଆୟ ହ୍ରାସ ପାଉଛି । ଟୋକନ, ମଣ୍ଡି, ସାର, ବିହନ, ବିଜୁଳି, ପାଣି, କୀଟନାଶକ, ଔଷଧ ଆଦି ବିଭିନ୍ନ ସମସ୍ୟା ଘେରରେ ରହି ଚାଷିକୁଳ ହନ୍ତସନ୍ତ ହେଉଥିବାବେଳେ ‘ରାଜ୍ୟ ସରକାର-ଦଲାଲ୍-ମିଲର’ ମଧୁଚନ୍ଦ୍ରିକା ଆଉ ଏକ ପ୍ରମୁଖ ଚିନ୍ତାର କାରଣ ସାଜିଛି । ଅନ୍ୟ ପଟେ ଚକ୍ରାନ୍ତ ରଚାଯାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକକଲ୍ୟାଣ ଯୋଜନାରୁ ଚାଷୀକୁଳକୁ ବଂଚିତ ରଖ୍ ପ୍ରତାରଣା କରୁଛି ଶାସକ ବିଜେଡି । କୃଷକମାନଙ୍କ ସ୍ବାର୍ଥର ସୁରକ୍ଷା ଏବଂ ତାଙ୍କ ସମସ୍ୟାର ସମାଧାନ ପାଇଁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆହ୍ବାନ ଦେଇଛନ୍ତି । ଏପରିକି ଚାଷୀକୁଳର ସ୍ଵାର୍ଥ ରକ୍ଷା ପାଇଁ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇ ଦୁର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ମହାନ୍ତି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତଥା ସିନେତାରକା ଅଶ୍ରୁମୋଚନ, କୃଷକ ମୋର୍ଚ୍ଚାର ବରିଷ୍ଠ ଉପସଭାପତି । ହୃଷିକେଶ ଜେନା, ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ରାମ ପାତ୍ର, ଦୁର୍ଯ୍ୟଧନ ସାହୁ, ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ, ରାଜ୍ୟ । କୋଷାଧ୍ୟକ୍ଷ ବିଶ୍ବଜିତ୍ ସ୍ବାଇଁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଲୀପ ସ୍ୱାଇଁ, ମିଡିଆ ସଂଯୋଜକ ଶ୍ରୀ ହିତେଶ ମହାପାତ୍ର, ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ପ୍ରଦୀପ କୁମାର ସାହୁଙ୍କ ସମେତ କୃଷକ ମୋର୍ଚ୍ଚାର ଶତାଧୁକ କାର୍ଯ୍ୟକର୍ତା ଉପସ୍ଥିତ ଥୁଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget