ଭୁବନେଶ୍ୱର,ରାଜ୍ୟ ସରକାର ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପିତ କରି ଚାଷୀଙ୍କ ବାର୍ଷିକ ଆୟ ବୃଦ୍ଧି ହୋଇଥିବାର ମିଛ ଡିଣ୍ଡିମ ପିଟିଲେ । ପ୍ରକୃତରେ ଚାଷୀଙ୍କର କୌଣସି ଆର୍ଥିକ ଅଭିବୃଦ୍ଧି ହୋଇନାହିଁ । ୨୨ ବର୍ଷ ଓଡ଼ିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ନିଜ ଚାଷୀବିରୋଧୀ ମନୋଭାବକୁ ଲୁଚାଇବା ପାଇଁ କେନ୍ଦ୍ର ସରକାର ଉପରେ ବାରମ୍ବାର ଦୋଷ ଲଦି ଦେଇ ନିଜ କର୍ତବ୍ୟରୁ ଓହରି ଯାଉଛନ୍ତି । “ଚାଷୀର ବଳ, ବିଜୁ ଜନତା ଦଳ” ର ଆହ୍ବାନ ଦେଉଥିବା ମୁଖ୍ୟମନ୍ତ୍ରୀ ଚାଷୀକୁଳ ପାଇଁ ବାସ୍ତବରେ କାଳ ସାଜିଛନ୍ତି । ଯାହାକି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି । ଜଳସେଚନ ବ୍ୟବସ୍ଥାରେ ଓଡିଶା ସରକାର ସଂପୂର୍ଣ୍ଣ ବିଫଳ ।
କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଓଡିଶା ରାଜ୍ୟକୁ ଜଳ ସେଚନ ପ୍ରକଳ୍ପ ବାବଦରେ ୮୪୩କୋଟି ଟଙ୍କା ଦେଇଥିଲେ । କିନ୍ତୁ ଅପାରଗ ଶାସକ ବିଜେଡି ଚାଷୀକୁଳର ସ୍ଵାର୍ଥ ପାଇଁ ଏହି ଟଙ୍କାକୁ ବିନିଯୋଗ କରିବାରେ ବିଫଳ ହେବା କାରଣରୁ ଶେଷରେ ଫେରିଗଲା ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରାଜ୍ୟ ସରକାରଙ୍କ ଅପରାଗତା ଓ ନିଷ୍କ୍ରିୟତା ଲାଗି ଜଳସେଚନ ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଅଯଥା । ବିଳମ୍ବ କାରଣରୁ ପ୍ରକଳ୍ପଗୁଡିକର ମୂଲ୍ୟ ବହୁ ଗୁଣା ବୃଦ୍ଧି ପାଇସାରିଛି । ଏହାଦ୍ବାରା ରାଜକୋଷ ଉପରେ ମଧ୍ୟ ଆର୍ଥିକ ବୋଝ ବଢୁଛି । ଓଡ଼ିଶାରେ ଚାଷୀର ବାର୍ଷିକ ଅଭିବୃଦ୍ଧି ଘଟୁନାହିଁ । ଅନ୍ୟ ପଟେ ଓଡ଼ିଶାରେ ଶିଳ୍ପାନୁଷ୍ଠାନ ଗୁଡିକ ବ୍ୟାପକ ମାତ୍ରାରେ । ବିଭିନ୍ନ ଜଳାଶୟରୁ ପାଣି ବ୍ୟବହାର କରୁଥିବା ସତ୍ତ୍ୱେ ଏହା ବାବଦ ଅର୍ଥ ସରକାରଙ୍କୁ ପୈଠ କରୁନାହାଁନ୍ତି । କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଶାସକ ବିଜେଡି ଚଞ୍ଚକତା ଏବଂ ଅହେତୁକ ଅନୁକଂପା ପ୍ରଦର୍ଶନ କରି ଶିଳ୍ପମାଲିକଙ୍କ ପାଖରୁ ଟଙ୍କା ଲୁଟ୍ କରି ରାଜ୍ୟ ରାଜସ୍ବ ବୃଦ୍ଧିରେ ବାଧା ସୃଷ୍ଟି କରୁଛନ୍ତି ।
ଏହା ସଂପୂର୍ଣ୍ଣ ଭାବେ ଜନବିରୋଧୀ କାର୍ଯ୍ୟ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ଦେଶବ୍ୟାପୀ ଚାଷୀଙ୍କ ଆୟ ବୃଦ୍ଧି ପାଇଥିବାବେଳେ ଓଡ଼ିଶା ଚାଷୀଙ୍କ ଆୟ କମିଛି । ବିଭ୍ରାନ୍ତ କରିବାକୁ ଯାଇ ରାଜ୍ୟ ସରକାର ବଜେଟ୍ ଅଧିବେଶନ ସମୟରେ ରାଜ୍ୟର ଚାଷି ଆଗରେ ଅଛନ୍ତି ବୋଲି କହି ବଡ଼ ବଡ଼ ବାହାସ୍ପଟ ମାରିଛନ୍ତି । ୨୦୧୨-୧୩ ମସିହାରେ ସାରା ଦେଶରେ ଚାଷୀଙ୍କ ଆୟ ୬୪ ୨୬ ଟଙ୍କା ଥିଲା, ଯାହାକି ୨୦୧୮-୧୯ ମସିହା ବେଳକୁ ୧୦୨ ୧୮ ଟଙ୍କାରେ ପହଂଚିଛି । ସେହିପରି ୨୦୧୨-୧୩ ମସିହାରେ ଓଡ଼ିଶା ଚାଷୀମାନଙ୍କ ଆୟ ୪୯୭୬ ଟଙ୍କା ଥିବାବେଳେ ୨୦୧୮-୧୯ ମସିହାରେ ମାତ୍ର ୫୧ ୧୨ ଟଙ୍କାକୁ ପହଂଚିଛି । ପଡୋଶୀ ଆନ୍ଧ୍ରରେ ଏହି ପରିମାଣ ୫୯୮୯ ଟଙ୍କାରୁ ୧୦୪୮୦ଟଙ୍କା, ବିହାରରେ ୩୫୯୮ ଟଙ୍କାରୁ ୭୫୪୨ ଟଙ୍କା, ପଶ୍ଚିମବଙ୍ଗରେ ୩୯୮୦ ଟଙ୍କାରୁ ୬୭୪ ୨ ଟଙ୍କା, ଛତିଶଗଡ଼ରେ ୫୧୭୭ଟଙ୍କାରୁ ୯୬୭୭ ଟଙ୍କାକୁ ବୃଦ୍ଧି ପାଇଛି । ସାରା ଦେଶରେ କୃଷିର ଉନ୍ନତି ଘଟିଥିବାବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଘଟିବା ରାଜ୍ୟ ସରକାରଙ୍କ ଚାଷୀବିରୋଧୀ ନୀତିକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ଚାଷୀନୀତି କାରଣରୁ ୨ ଲକ୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରିଲେ ନାହିଁ । ଟୋକନ । ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ ମାରିଛି । ରାଜ୍ୟ ସରକାର-ମିଲରଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀମାନେ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଂଚିତ ହେଲେ । ଚାଷୀଙ୍କଠାରୁ ସିଧାସଳଖ ଧାନ କିଣୁଥିବା ଏବଂ କମ୍ ଦରରେ କିଣୁଥିବା ମିଲରଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଗିରଫ କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
Post a Comment