ଭୁବନେଶ୍ୱର, ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର କ୍ୟାପିଟାଲ ହାଇସ୍କୁଲ ୟୁନିଟ୍ ୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ଵର ତଥା କମିଟିର ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସି.ଆର୍.ପି.ଏଫ୍ କମାଣ୍ଡାଣ୍ଟ ସତ୍ୟରଂଜନ ବେଉରା କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ,ଉପ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି , ସାଧାରଣ ସମ୍ପାଦକ ଶ୍ରୀ ସନତ ମିଶ୍ର, ରାଜଧାନୀ ପ୍ରତିଷ୍ଠା ଦିବସ ସହିତ ସମ୍ପର୍କିତ ବିଭିନ୍ନ ବିଭାଗର ପଦାଧୁକାରୀ ଓ ପ୍ରତିନିଧ, ରାଜଧାନୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସମସ୍ତଙ୍କୁ ସ୍ବାଗତ ଜଣାଇ କହିଲେ ଯେ, କେଭିଡ୍ କଟକଣା କୋହଳ ହେବା ପରେ ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖାଯାଇଛି । ମନ୍ଦିରମାଳିନୀ ଭୁବନେଶ୍ୱରର ଗୌରବମୟ ଐତିହ୍ୟ ସଂପର୍କରେ ଜିଲ୍ଲାପାଳ ଆଲୋକ ପାତ କରି ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରାଜଧାନୀ ପ୍ରତିଷ୍ଠା ଦିବସକୁ ଶାନ୍ତି, ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମାଦିକ ପ୍ରଦୋଷ ପଟ୍ଟନାୟକ ସାଗତ ଭାଷଣ । ଦେଇଥିବା ବେଳେ ସାଧାରଣ ସମ୍ପାଦକ ତଥା ସାମାଦିକ ସନତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଆସନ୍ତା ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଆଗାମୀ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରତିଷ୍ଠା ଦିବସ ଓ ରାଜଧାନୀ ମହୋତ୍ସବ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱରର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ବେସାମରିକ ପରେଡ୍ ରବୀନ୍ଦ୍ର ମଣ୍ଡପ ଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖ ରାସ୍ତାରେ ଅନୁଷ୍ଠିତ ହେବ । ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ସମବେତ ହୋଇ ସକାଳ ୭.୩୦ ମିନିଟ୍ରେ ଯୋଗଦେଇ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାଛଡ଼ା ବିଭିନ୍ନ ସରକାରୀ ସଂସ୍ଥାର ପ୍ରତିନିଧିମାନେ ସେଦିନ ସକାଳେ ଶିଳାନ୍ୟାସ ଫଳକରେ ମଧ୍ୟ ପୁଷ୍ପମାଲ୍ୟ ଦେବେ । ରାଜଧାନୀ ଶିଳାନ୍ୟାସ ଫଳକକୁ ଅଧିକ ଆକର୍ଷଣ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ ), ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଛି । ପୂର୍ତ୍ତ ବିଭାଗ ଡିଭିଜନ-୧ ଦ୍ବାରା ଅନ୍ୟ ସମସ୍ତ ଡିଭିଜନ ରକ୍ଷା ପୂର୍ବକ ଏହି କାର୍ଯ୍ୟ ସଂପାଦନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତଥା କମିଟିର ଉପାଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କାର୍ଯ୍ୟ ତଦାରଖ କରାଯିବା ସହ ବିଭିନ୍ନ କମିଟି ଦ୍ୱାରା ମହୋତ୍ସବ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରାଯିବା ନେଇ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ ।
୧୩ ତାରିଖ ସକାଳେ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖସ୍ଥ ଏହି କାର୍ଯ୍ୟକ୍ରମରେ ୧୩ଜଣ ପ୍ରତିଭାଙ୍କୁ ରାଜଧାନୀ ଗୌରବ ସମ୍ମାନ ଓ ଆଲୋଚନା ସଭା କରାଯିବ । ସନ୍ଧ୍ୟାରେ ସାଧାରଣ ସଭା ଆୟୋଜନ ସହିତ ସଂସ୍କୃତି ବିଭାଗ ପକ୍ଷରୁ ଏବଂ ପୂର୍ବାଚଳ ସାଂସ୍କୃତିକ ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସଂଧ୍ୟାରେ ସାଧାରଣ ସଭା ଆୟୋଜନ ସହିତ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ରାଜଧାନୀଶ୍ରୀ ସମ୍ମାନ ପ୍ରଦାନ କରାଯିବାକୁ ବୈଠକରେ ସ୍ଥିରୀକୃତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅଧୁକ ସରସ ସୁନ୍ଦର କରିବା ପାଇଁ ୧୩ ତାରିଖ ଦିନ ରାଜଧାନୀରେ । ଯୁବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଅବସରରେ ୧୩ ତାରିଖ ରାଜଧାନୀ ପ୍ରତିଷ୍ଠା ଦିବସରେ ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେବେ । ଏହି ଉପଲକ୍ଷେ ୧୩ ତାରିଖରୁ ତିନି ଦିନ ଧରି ରାଜଧୀନର ବିଭିନ୍ନ ସରକାରୀ, ବେସରକାରୀ ଉଦ୍ୟୋଗ, କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସଂସ୍ଥା, ରାଷ୍ଟ୍ରାୟତ ବ୍ୟାଙ୍କର କୋଠାବାଡ଼ି, ରାସ୍ତାଘାଟ, ବାଣିଜ୍ୟକର ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ, ସଚିବାଳୟ, ବିଧାନସଭା, ରିଜର୍ଭ ବ୍ୟାଙ୍କ, ଏଜି ଅଫିସ, ଇକୋ, ଫରଚ୍ୟୁନ ଟାୱାର, ବିଡ଼ିଏ, ଭାରତ ଦୂର ସଂଚାର ଭବନ, ବିଏମସି, ହାଉସିଂ ବୋର୍ଡ, କମିଶନରେଟ ପୋଲିସ୍, ପିଏଜି ଅଫିସ୍, ସୂଚନା ଓ ଲୋକ ସମ୍ପର୍କ ଭବନ, ଓଏସି କାର୍ଯ୍ୟାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, କୋଠାଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଥିଲା ।
ଆଲୋଚନାରେ ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବେରିକେଟିଂ ବ୍ୟବସ୍ଥା, ପୋଲସ୍ ବ୍ୟାଣ୍ଡ ବାଦନ, ଉତ୍ସବ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ପରେଡ୍ ରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଦିନ ପାଇଁ ବସ୍ ବ୍ୟବସ୍ଥା କରାଯିବ । ରାଜଧାନୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପରେଡରେ ଯେପରି ୫୦ । ରୁ ଉଦ୍ଧି ଦଳ ଅଂଶଗ୍ରହଣ କରିବେ ସେଥିପ୍ରତି ଜିଲ୍ଲା ଶିକ୍ଷାକାରୀଙ୍କୁ ସମନ୍ବୟ ପାଇଁ ଦାୟିତ୍ବ ଅର୍ପଣ କରାଯାଇଛି । ପ୍ରତି ଦଳରେ ୩୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବ । ଏହି ପ୍ରସ୍ତୁତି କମିଟି ବୈଠକରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସାଇଁ, କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ, ଖୋର୍ଦ୍ଧାଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ, ସେ ଜନ ଆମ୍ବୁଲାନ୍ସ ସହକାରୀ କମିଶନର ପୁରୁଷୋତ୍ତମ ବଳ, ଭୁବନେଶ୍ଵର ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଅଧିକାରୀ ପଠାଣି ରାଉତଙ୍କ ସମେତ ପୂର୍ଭ, ପରିବହନ, ଜନସାସ୍ଥ୍ୟ, ବିଡ଼ିଏ, ସିଆରପିଏଫ୍, ଟ୍ରାଫିକ ଏସିପି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment