loading...

ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ଉଠାଜଳସେଚନ ନିଗମ ଜାତୀୟସ୍ତରରେ ପୁରସ୍କୃତ

ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ଉଠାଜଳସେଚନ ନିଗମ ଜାତୀୟସ୍ତରରେ ପୁରସ୍କୃତ

ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ଉଠାଜଳସେଚନ ନିଗମ ଜାତୀୟସ୍ତରରେ ପୁରସ୍କୃତ


ଭୁବନେଶ୍ୱର, ଓଡିଶା ଜଳ ସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ୨୦୨୧- ୨୨ ବର୍ଷ ନିମନ୍ତେ ଶ୍ରେଷ୍ଠ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟସ୍ତରରେ ପୁରସ୍କୃତ କରାଯାଇଛି । ଜଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଓଡିଶା ଉଠା ଜଳସେଚନ ନିଗମକୁ ଏହି ୧୫ ତମ ‘ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆଓ୍ୱାର୍ଡସ’ ପ୍ରଦାନ କରାଯାଇଛି । ଗତ ମାର୍ଚ୍ଚ ୨୯ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ । ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପଗୁଡିକ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକୀୟ ଜଳସେଚନ ସୁବିଧାଯୋଗାଇ ଦେବା ସହିତ ସେମାନଙ୍କୁ ବିବିଧ ଚାଷ ପ୍ରକ୍ରିୟାରେ ସହାୟକ ହୋଇଛି । ଏଥି ସହିତ କୃଷକ ଗୋଷ୍ଠୀମାନଙ୍କର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ବ୍ୟୟରେ ଜଳସେଚନ ସୁବିଧା ଏବଂ ସହଜରେ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଯୋଗୁଁ କୃଷକମାନେ ବହୁଳ ଭାବେ ଉପକୃତ ହେବା ସହିତ ସଶକ୍ତ ହୋଇପାରୁଛନ୍ତି ।

ଚଳିତ ବର୍ଷ, ଓଡିଶା ଉଠାଜଳସେଚନ ନିଗମ ପ୍ରତିଷ୍ଠା ଦିବସର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଓ.ଏଲ୍.ଆଇ.ସି. ପ୍ରଥମ ଥର କରି ଏହି ଜାତୀୟସ୍ତରୀୟ ପୁରସ୍କାର ଲାଭ କରିଥିବାରୁ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ଅବସରରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓ.ଏଲ୍.ଆଇ.ସି. ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ଏବଂ ଟିମ୍ ଓ.ଏଲ.ଆଇ.ସିକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ସାମୂହିକ ପ୍ରଚେଷ୍ଠା ଫଳରେ ଏହି ସଫଳତା ମିଳିଛି ଓ ଆଗାମୀ ଦିନରେ ଓଡିଶା ଉଠାଜଳସେଚନ ନିଗମ ଅଧିକ ଭଲ କାର୍ଯ୍ୟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget