ଭୁବନେଶ୍ୱର, ନିର୍ବାଚନରେ ସରକାରୀ କଳ, ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧୁ ବ୍ୟବସ୍ଥା ଏବଂ ସାମ୍ବିଧାନିକ ଅନୁଷ୍ଠାନମାନଙ୍କୁ ବ୍ୟବହାର କରି ଜନମତକୁ ବିଭ୍ରାନ୍ତ କରୁଛି ଶାସକ ବିଜେଡି । ଏପରିକି ଜନମତ ପାଇ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଭୟଭୀତ କରି ଭୋଟ ହାତେଇବାର ପ୍ରୟାସ ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଏବଂ ଏହାକୁ ଶାସକ ବିଜେଡି ବାରମ୍ବାର କରିଆସୁଛି । ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀଙ୍କୁ ଗଞ୍ଜେଇ ଓ ବନ୍ଧୁକ ରଖୁବା ମିଛ ଅଭିଯୋଗରେ ଦଫା ଲଗାଇ ଏବଂ ଧମକ ଦେଇ ପ୍ରାର୍ଥୀ ହେବାରୁ ବାରଣ କରିଥିବା ଶାସକ ବିଜେଡି ବର୍ତମାନ ଆସନ୍ତା ପୌର ଉପାଧ୍ୟକ୍ଷ ନିର୍ବାଚନରେ ସମାନ ପନ୍ଥା ଆପଣାଇଛି ।
ନିର୍ବାଚନ ସମୟରେ ଏଭଳି ଅନେକ ଉଦାହରଣ ପୋଲିସ ଅଧୁକାରୀଙ୍କ ନିକଟରେ ବିଜେପି ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏଭଳି ହୀନ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲା ଗଜାମରେ ଘଟିଚାଲିଛି । ମାତ୍ର ଆଜି ଗଞ୍ଜାମ ଜିଲ୍ଲା କୋଦଳାରେ ପୋଲିସ ଦ୍ବାରା ବିଜେପି କାଉନସିଲରଙ୍କ ପରିବାରର ବରିଷ୍ଠ ସଦସ୍ୟ ତଥା କାଉନସିଲରଙ୍କ ଶ୍ୱଶୁରଙ୍କୁ ମିଛ କେସରେ ଗିରଫ କରାଯିବାର ଚକ୍ରାନ୍ତ ସିସିଟିଭି କ୍ୟାମେରାରେ ରେକର୍ଡ ହେବା ଚିତ୍ର ପୋଲିସ ପ୍ରଶାସନର ବିଶ୍ୱସନୀୟତାକୁ ହରାଇଛି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡଃ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦୃଳ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜସ୍ବ ଗୃହ ଗଞ୍ଜାମ ଜିଲ୍ଲାରେ ବିଜେଡି ପ୍ରତି ଜନସମର୍ଥନ ହ୍ରାସ ପାଉଛି । ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳୀରେ ବିଜୁ ଜନତା ଦଳ ହାରୁ ହାରୁ ବଂଚିଛି । ଏହି କାରଣରୁ ଚିନ୍ତାରେ ଥିବା ଶାସକ ବିଜେଡି ଆଇନକୁ ହାତରେ ନେଇ ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛି । ଆଜି ଭୋର ସମୟରେ କୋଦଳା ଏନଏସିର ୨ ନମ୍ବର ୱାର୍ଡର କାଉନସିଲର ଝିଲି ପ୍ରଧାନଙ୍କ ଶ୍ବଶୁର ଶ୍ରୀ ଧନୁ ପ୍ରଧାନଙ୍କ ଘରକୁ ସାଧା ପୋଷାକଧାରୀ ପୋଲିସ ଘେରିଯାଇଥିଲେ । ସ୍ଥାନୀୟ ଥାନାର ଜଣେ ପୋଲିସ ଅଧୁକାରୀ ଆଉ ଜଣଙ୍କ ସହିତ ବାଇକରେ
ଆସି ସିଧାସଳଖ ଶ୍ରୀ ଧନୁ ପ୍ରଧାନଙ୍କ ଘରକୁ ପଶିଥିଲେ ।
ପୋଲିସ ଅଧୁକାରୀଜଣକ ତାଙ୍କ ପ୍ଯାଣ୍ଟ ପକେଟରେ ଧଳା କପଡାରେ ଥିବା ବନ୍ଧୁକକୁ ଅଟୋରେ ରଖି ଦେଇ ବାହାରି ଆସିଥିଲେ । କିଛି ସମୟ ଧରି ଫୋନରେ କଥାବାର୍ତା ହୋଇ ପୁଣି ଶ୍ରୀ ପ୍ରଧାନଙ୍କ ଘରକୁ ଯାଇ ବନ୍ଧୁକ ରଖିବାର ଅଭିଯୋଗରେ ଗିରଫ କରି ଥାନାକୁ ନେଇ ଯାଇଥିଲେ । ଏ ସମସ୍ତ ଘଟଣା ନିକଟରେ ଥିବା ସିସିଟିଭି କ୍ୟାମେରାରେ ଉତୋଳନ ହୋଇଥିବା ଡ.ଲେଖାଶ୍ରୀ କହିଛନ୍ତି । ଦଳୀୟ ସ୍ବାର୍ଥ ହାସଲ ପାଇଁ ଶାସକ ବିଜେଡି ପୋଲିସକୁ ବ୍ୟବହାର କରିଆସୁଛି । ଅନ୍ୟ ପଟେ ପୋଲିସ ଅଧିକାରୀମାନେ ନିଜ କର୍ତ୍ତବ୍ୟ ଓ ଦାୟୀତ୍ଵ ଭୁଲି ଯାଇ ଏଭଳି ଅପରାଧୁକ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଏବଂ ଅବିଶ୍ଵସନୀୟ ।
ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଦାୟୀତ୍ଵରେ ସରକାରୀ ଅଧୁକାରୀମାନେ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏଭଳି ଅପରାଧୁକ କାର୍ଯ୍ୟରେ ଲିପ୍ତ ଥିବା ପୋଲିସ ଅଧୁକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି । କୋଦଳା ପୋଲିସର ଏଭଳି ଅପରାଧୁକ କାର୍ଯ୍ୟକୁ ନେଇ ବିଜେପି ଏତଲା ଦାୟର କରିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ ଓ ବିରଂଚି ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ, ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଂଜନ ପୋଲାଇ, ନବନିର୍ବାଚିତ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ହିତେଶ ମହାପାତ୍ର, ଘୁମୁସୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment