loading...

ନୂଆଦିଲ୍ଲୀରେ “ବିର୍ସା ମୁଣ୍ଡା-ଜନଜାତି ନାୟକ” ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ ଗୁର

ନୂଆଦିଲ୍ଲୀରେ “ବିର୍ସା ମୁଣ୍ଡା-ଜନଜାତି ନାୟକ” ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ


ନୂଆଦିଲ୍ଲୀ/ଭୁବନେଶ୍ୱର,ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ବିଳାସପୁରର କୁଳପତି ପ୍ରଫେସର ଆଲୋକ ଚକ୍ରବାଲଙ୍କ ଦ୍ୱାରା ଲିଖିତ “ବିର୍ସା ମୁଣ୍ଡା-ଜନଜାତି ନାୟକ” ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଅମର ବିପ୍ଳବୀ ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ତଥା ସ୍ୱାଧୀନତା ସଂଗ୍ରାମରେ ଜନଜାତିଙ୍କ ଯୋଗଦାନକୁ ଲୋକଲୋଚନକୁ ଆଣିବାରେ ଏକ ବଡ଼ ପ୍ରୟାସ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅମୃତ ମହୋତ୍ସବ ପାଳନ ସମୟରେ ସ୍ୱାଧୀନତା ସଂଗ୍ରାମୀରେ ଇତିହାସ ପୃଷ୍ଠାରେ ଅନାଲୋଚିତ ନାୟକ ମାନଙ୍କ କାହାଣୀକୁ ରାଷ୍ଟ୍ରୀୟ ସ୍ମୃତିରେ ଉଜାଗର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନ ଦିଗରେ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଫେସର ଚକ୍ରବାଲଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ପ୍ରୟାସ ଅନ୍ୟ ମାନଙ୍କୁ ମଧ୍ୟ ଦେଶର ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରେରିତ କରିବ ଓ ଓଡ଼ିଶା ସମେତ ଦେଶର ଜନଜାତି ସଂପ୍ରଦାୟଙ୍କ ପୂର୍ବ ବୀରଗାଥା ଏବଂ ଗୌରବମୟ ଇତିହାସକୁ ଉଜ୍ଜିବୀତ କରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ଶାସନ ବିରୁଦ୍ଧରେ କ୍ରାନ୍ତିର ବହ୍ନିକୁ ଉଜ୍ଜିବୀତ କରିଥିବା ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ନାଁ ଭାରତୀୟ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଛୋଟ ବେଳରୁ ହିଁ ବ୍ରିଟିଶ ସରକାରର ଅତ୍ୟାଚାର ତଥା ଜମିଦାରଙ୍କ ଶୋଷଣ ବିରୁଦ୍ଧରେ ଆଦିବାସୀ ସମାଜକୁ ଜାଗୃତ କରିବାର ଭାବନା ତାଙ୍କ ମନରେ ଥିଲା । ଭଗବାନ ବିର୍ସା ମୁଣ୍ଡା ଶୋଷଣ ଏବଂ ଦାସପ୍ରଥାରୁ ନିଜ ଲୋକଙ୍କୁ ସ୍ୱାଧୀନତା ଦେବା ପାଇଁ ‘ଉଲଗୁଲାନ’ର ବହ୍ନିକୁ ଉଜ୍ଜିବୀତ କରିଥିଲେ । ଜନଜାତି ସଂପ୍ରଦାୟ ଏଥିପାଇଁ ତାଙ୍କୁ ‘ଧରତୀ ଆବା’ ଅର୍ଥାତ୍ ‘ଧରତୀ ପିତା’ ଉପାଧିରେ ସମ୍ମାନିତ କରିଥିଲେ । ଏହି ଜନନାୟକ ‘ଆମର ଦେଶ, ଆମର ରାଜ୍ୟ’ର ନାରା ଦେଇ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ସ୍ୱାଭିମାନ, ସ୍ୱତନ୍ତ୍ରତା ଏବଂ ସଂସ୍କୃତିକୁ ରକ୍ଷା କରିବା ପାଇଁ ବ୍ୟାପକ ଲଢ଼େଇ କରିଥିଲେ । ମାତ୍ର ୨୫ ବର୍ଷ ବୟସରେ ବିର୍ସା ମୁଣ୍ଡା ଯେଉଁ ବିପ୍ଳବର ଆହ୍ୱାନ କରିଥିଲେ, ଏହା ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ମାନବତାର ପଥ ପ୍ରଶସ୍ତ କରିବ ।

ଉନ୍ମୋଚିତ ହୋଇଯାଇଥିବା ପୁସ୍ତକର ପୂର୍ଣ୍ଣ ସଫଳତା କାମନା କରିବା ସହ ପ୍ରଫେସର ଚକ୍ରବାଲ ଦ୍ୱାରା ସମ୍ପାଦିତ ଏହି ପୁସ୍ତକ ବିର୍ସାଙ୍କ ଜୀବନ ଏବଂ ବିଚାରକୁ ନୂଆ ରୂପରେ ପାଠକ ପାଠିକାଙ୍କ ପାଖରେ ପରିପ୍ରକାଶ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget