loading...

ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା ଦିବସ ପାଳିତ । ଛାତ୍ରଛାତ୍ରୀ ପରିଦର୍ଶନରେ ଯିବେ ‘ଇସ୍ରୋ” ଓ “ନାସା’

ବିଜ୍ଞାନ ଶିକ୍ଷାକୁ ଅଧୁକ ସଶକ୍ତ କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ପରିଦର୍ଶନ କରିବା ନିମନ୍ତେ ‘ଇସ୍ରୋ” ଓ “ନାସା’କୁ ପଠାଇବା

ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା ଦିବସ ପାଳିତ । ଛାତ୍ରଛାତ୍ରୀ ପରିଦର୍ଶନରେ ଯିବେ ‘ଇସ୍ରୋ” ଓ “ନାସା’


ଭୂବନେଶ୍ୱର, ବିଜ୍ଞାନ ଶିକ୍ଷାକୁ ଅଧୁକ ସଶକ୍ତ କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ପରିଦର୍ଶନ କରିବା ନିମନ୍ତେ ‘ଇସ୍ରୋ” ଓ “ନାସା’କୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଓଡ଼ିଶା ବିଜ୍ଞାନ ଏକାଡେମୀର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ “ମୋ ସ୍କୁଲ' ଯୋଜନାରେ ଆଦର୍ଶ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଉଚ୍ଚତର ତାଲିମ ଦିଆଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଅଧୁକ ଆକୃଷ୍ଟ କରିବା ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞାନର ଲୋକପ୍ରିୟତା ବୃଦ୍ଧି ଓ ଉପଯୋଗର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଏବଂ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ । ଇମେଜ୍ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମାରୋହରେ ଆଞ୍ଚଳିକ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖୁଥିବାବେଳେ ଏକାଡେମୀର ସଭାପତି ପ୍ରଫେସର ବିଭୂତିଭୁଷଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖ୍ୟାତିସଂପନ୍ନ ବୈଜ୍ଞାନିକ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା, ଡ. ବେଦାଙ୍ଗ ଦାସ ମହାନ୍ତି, ପ୍ରଫେସର ଜ୍ୟୋତିର୍ମୟୀ ଦାଶ, ଡ. ଜ୍ୟୋତିରଞ୍ଜନ ଏସ୍. ରାୟ, ଡ. ମାମୋନୀ ଦାଶ ଓ ପ୍ରଫେସର ନାରାୟଣ ପ୍ରଧାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଉପଢୌକନ ସହ ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ମାନିତ କରିଥିଲେ । ଏକାଡେମୀ ଦ୍ୱାରା ପ୍ରକାଶିତ ‘ବିଜ୍ଞାନ ଦିଗନ୍ତ' (ଓଡ଼ିଆ) ଓ ‘ସାଇନ୍ସ ହୋରାଇକନ୍ (ଇଂରାଜୀ) ପତ୍ରିକା ଉନ୍ମୋଚିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ପ୍ରକଳ୍ପ ନିର୍ମାଣ, ତର୍କ, ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହା ପୂର୍ବରୁ ଦୁଇଦିନ ଧରି ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ବିଶ୍ୱରଞ୍ଜନ ସାସମଲ, ବିଜ୍ଞାନ ଓ ବୈଷୟିକ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲକ୍ଷ୍ମୀଧର ଦାସ, ବିଶିଷ୍ଟ ଭୂବିଜ୍ଞାନୀ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ, ଉଦ୍ୟାନବିତ୍ ଶ୍ରୀ ଜୟନ୍ତ ଜେନା, ଭୁବନେଶ୍ବର ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ, ଏକାଡେମୀ ପତ୍ରିକାର ସଂପାଦକ ଡ. ମୁରାରୀ ମୋହନ ଦାସ ଓ ଇଂ, ମାୟାଧର ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖୁ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏକାଡେମୀ ସଂପାଦକ ଇ. ନରେନ୍ଦ୍ର କୁମାର ପଣ୍ଡା ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget