ଭୁବନେଶ୍ୱର, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହିତ ଦକ୍ଷିଣାଞ୍ଚଳର ଅନ୍ୟ ଜିଲ୍ଲାମାନଙ୍କର ମୁଖ୍ୟ ରାଜସ୍ବ ସମସ୍ୟାଗୁଡିକ ସମ୍ପର୍କିତ ଆଲୋଚନା ହୋଇଯାଇଛି । ସୋମବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଗଞ୍ଜାମ ଜିଲ୍ଲାର ରାଜସ୍ବ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବା ସହିତ ଅନ୍ୟ ୯ ଗୋଟି ଜିଲ୍ଲାର ମୁଖ୍ୟ ରାଜସ୍ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି, ଆଓ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୂଲାଙ୍ଗ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦର ମଞ୍ଚାସୀନ ଥିବାବେଳେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବୈଠକରେ ଅବଗତ କରାଇ ଥିଲେ ଯେ, ଜିଲ୍ଲାପାଳମାନେ ଜିଲ୍ଲାର ସମସ୍ତ ବିଭାଗର ଉନ୍ନୟନ କାର୍ଯ୍ୟ ଦେଖୁବା ସହ ସମସ୍ତ ଯୋଜନାର ସଫଳ ରୂପାୟନ ସେମାନଙ୍କ ଉପରେ ନିର୍ଭରଶୀଳ । ଏଣୁ ସେମାନଙ୍କର କାର୍ଯ୍ୟଧାରାରେ ନିଶ୍ଚିତ ରୂପେ ଅଧୁକ ଚାପ ରହୁଛି । ଜିଲ୍ଲାପାଳମାନେ ସମସ୍ତ ଉନ୍ନୟନ କାର୍ଯ୍ୟ ସହିତ ଜନହିତକର ଯୋଜନାଗୁଡିକ କିଭଳି ସଠିକ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ତାହା ଉପରେ ଗୁରୁତ୍ବ ଦେଇଥାନ୍ତି । ରାଜସ୍ବ ବିଭାଗ ସରକାରଙ୍କର ଗୁରୁତ୍ଵପୂର୍ଣ୍ଣ ବିଭାଗ ।
ସମସ୍ତ ବିଭାଗ କାର୍ଯ୍ୟ ସହିତ ଏହି ରାଜସ୍ବ ବିଭାଗର କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ପ୍ରତି ମାସରେ ହେବା ଉଚିତ । ତେବେ ଯାଇ ସମସ୍ୟାଗୁଡିକରେ ସୁଧାର ଆସିବ ଏବଂ ଜନସାଧାରଣ ରାଜସ୍ବ ସେବା ସୁବିଧାରେ ପାଇବା ନିମନ୍ତେ ପଥ ପରିଷ୍କାର ହେବ । ଜମିଜମା ସମ୍ପର୍କିତ ସମସ୍ୟା, କୋର୍ଟ ସମସ୍ୟା, ସେଟଲମେଣ୍ଟ ସମସ୍ୟା ପ୍ରଭୃତି ଅନେକ ସମସ୍ୟା ସମାଧାନ ଦିଗରେ ରାଜସ୍ବ ବିଭାଗକୁ ଅଧୁକ ଚଳଚଞ୍ଚଳ ହେବାକୁ ପଡ଼ିବ । ଏ ଦିଗରେ ଜିଲ୍ଲାପାଳମାନେ ଦୃଷ୍ଟି ଦିଅନ୍ତୁ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜସ୍ବ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଜିଲ୍ଲାପାଳମାନେ ଧ୍ୟାନ ଦେବାକୁ ସେ ଗୁରୁତ୍ବ ଦେଇଥିଲେ । ରାଜସ୍ବ ବିଭାଗରେ ତହସିଲଦାରମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଜମିଜମା ମାମଲାର ସମାଧାନ, ରାଜସ୍ବ ଆଦାୟ ସମେତ ଜନସାଧାରଣଙ୍କୁ ଯୋଗଯାଉଥିବା ସେବାଗୁଡିକ କିଭଳି ସିମୀତ ସମୟସୀମା ମଧ୍ୟରେ ଯୋଗାଇ ଦିଆଯାଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ଜମି ଅଧଗ୍ରହଣ ଓ ହସ୍ତାନ୍ତର କାର୍ଯ୍ୟକୁ ଅଧୁକ କ୍ରିୟାଶୀଳ କରିବା ଜଣାଇ ଦର୍ଶାଇଥିଲେ ଯେ ରେଳବାଇ ଯୋଜନା, ଜାତୀୟ ରାଜପଥ ଯୋଜନା, ଜଳ ସେଚନ ଯୋଜନା, ରିଂ ରୋଡ୍ ପ୍ରଭୃତି ଯୋଜନାଗୁଡିକର କାର୍ଯ୍ୟକାରିତା ନିମନ୍ତେ ଜମିର ଆବଶ୍ୟକତା ରହିଛି ।
ଏଣୁ ସଂପୃକ୍ତ ସଂସ୍ଥାକୁ ଜମି ଯୋଗାଇ ଦେବାରେ ଅହେତୁକ ବିଳମ୍ବ ନ କରି ଯେତେଶୀଘ୍ର ସମ୍ଭବ ସେହି କାମ ଶେଷ କରାଯାଇପାରିଲେ । ଲୋକେ ଯଥା ଶୀଘ୍ର ଉପକୃତ ହେବେ । ଉନ୍ନୟନ କାର୍ଯ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଆବଶ୍ୟକ, ଏଣୁ ସେଗୁଡିକୁ ନିୟମିତ କରି ଯୋଗାଇ ଦେବା ଦିଗରେ ବିଳମ୍ବ ଯେମିତି ହେବନାହିଁ ସେଥ ପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ଗ୍ରାମକଣ୍ଠ ପରମବୋକର ସମସ୍ତ ସରକାରୀ ଅନୁମୋଦନ କାର୍ଯ୍ୟ ଯଥାଶୀଘ୍ର କରିବାକୁ ସେ କହିଥିଲେ । କନିଷି ତହସିଲ । ଅଞ୍ଚଳରେ ସିଭିଲ୍ କୋର୍ଟ ନିର୍ମାଣ ନିମନ୍ତେ ମାନ୍ୟବର ହାଇକୋର୍ଟ ଓଡ଼ିଶା ମୁଖ୍ୟ ବିଚାରପତି ପରିଦର୍ଶନ ବେଳେ ଜମି ଚିହ୍ନଟ କରିଥିଲେ । ତାହାର ସରକାରୀ ଅନୁମୋଦନ ସକାଶେ ପଦକ୍ଷେପଗୁଡିକୁ ତ୍ବରାନ୍ବିତ କରାଯିବ । ଇ-ପାଉତିରେ ପ୍ରସାର ଓ ପ୍ରଚାର କରାଗଲେ ଜନସାଧାରଣ ଖଜଣା ଜମା କରିବା ଦିଗରେ ସୁବିଧା ପାଇ ପାରିବେ । ରାଜ୍ୟର ପ୍ରତି ଅଞ୍ଚଳରେ ଆର୍.ଆର୍. କାର୍ଯ୍ୟାଳୟ ନିର୍ମାଣ ହେବ । ଆର୍.ଆର୍. କାର୍ଯ୍ୟାଳୟଗୁଡିକ ଗ୍ରାମ ନିକଟବର୍ତ୍ତୀ ସ୍ଥାନରେ ନିର୍ମିତ ହେବ । ତଦ୍ୱାରା ଜନସାଧାରଣ ବହୁଳ ଭାବେ ଉପକୃତ ହେବେ । ଏଣୁ ଜମି ଚିହ୍ନଟ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ । ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଆସନ୍ତା ୨୦୨୩ ମସିହା ମାର୍ଚ୍ଚ, ଏପ୍ରିଲ୍ ସୁଦ୍ଧା ଉକ୍ତ ଆର୍.ଆଇ. କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ । ଜିଲ୍ଲାର ସର୍କିଟ୍ ହାଉସ୍ଗୁଡିକ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ।
ଏଣୁ ସେଗୁଡିକରେ ସମସ୍ତ ସୁବିଧା ଉପଲବ୍ଧ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ଗୋପାଳପୁର ସର୍କିଟ୍ ହାଉସ୍କୁ ସୁଧାର କରାଯିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ଥିବା ରେକର୍ଡ ରୁମ୍ବ ସ୍ଥିତି ସମ୍ପର୍କରେ ସେ ପଚାରି ବୁଝିଥିଲେ । । ଓ.ଆର୍.ଏସ୍. ଏବଂ ଓ.ଏ.ଏସ୍. ଅଧୁକାରୀମାନେ ସେମାନଙ୍କ ପଦୋନ୍ନତି ସକାଶେ ଭୁବନେଶ୍ୱର ଯିବା ଆବଶ୍ୟକ ନାହିଁ । ସେମାନେ ପୋର୍ଟାଲରେ ସେମାନଙ୍କ ଆବେଦନ ଦାଖଲ କରନ୍ତୁ । ସେଗୁଡିକ ବିଚାର କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ । ଲଘୁ ଖଣିଜ ଦ୍ରବ୍ୟ କିଭଳି ଚୋରାଚାଲାଣ ହେବ ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ସାହୁ ଜଣାଇଥିଲେ । ସରକାରୀ ବିଦ୍ୟାଳୟ ଏବଂ ଯୁକ୍ତ ୨ ବିଦ୍ୟାଳୟଗୁଡିକ ନିମନ୍ତେ ପଟ୍ଟା ପ୍ରଦାନ କରିବା ଦିଗରେ ବିଳମ୍ବ ନ କରିବାକୁ ସେ କହିଥିଲେ । ରାଜସ୍ବ ମାମଲାଗୁଡିକ ପକାଇ ନରଖି ନିୟମ ଅନୁଯାୟୀ ଫଇସଲା କରି ହିତାଧିକାରୀଙ୍କୁ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଖାରି ପାଣି ଚିଙ୍ଗୁଡି ଚାଷ ସକାଶେ ଲିଜ୍ ଆକାରରେ ଜମି ଯୋଗାଣ କଲେ ଚିଙ୍ଗୁଡି ଚାଷର ଉନ୍ନତି ହେବ, ରାଜସ୍ୱ ବଢିବ, ଲୋକେ କର୍ମ ନିଯୁକ୍ତି ପାଇବେ ଏବଂ ଶିଳ୍ପର ଅଭିବୃଦ୍ଧି ହେବ ଏଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ମତ ଦେଇଥିଲେ ।
ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡିକରେ ଅନ୍ଲାଇନ୍ ସେବା ଉପଲବ୍ଧ କରାଇବା ସହିତ କେଉଁ ସେବା ବାବଦକୁ କେତେ ଟଙ୍କା ପଇଠ କରିବାକୁ ପଡିବ ସେ ସମ୍ପର୍କରେ ତାଲିକା ପ୍ରସ୍ତୁତ କରି ସର୍ବସାଧାରଣଙ୍କ । ଅବଗତି ନିମନ୍ତେ ଜଣାଗଲେ ଦଲାମାନଙ୍କ ଠକାମିରୁ ଜନସାଧାରଣ ବର୍ତ୍ତିପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ମୁଖ୍ୟ ରାଜସ୍ବ ସମସ୍ୟା ଓ ସରକାରଙ୍କ ପାଖରେ ଅନୁମୋଦନ ନିମିତ ପଡିଥିବା ଚିଠା ସମ୍ପର୍କରେ ଅବଗତ କରାଇଥିଲେ । ଓଡ଼ିଶା ସରକାର ରାଜସ୍ବ ବିଭାଗୀୟ ଯୁଗ୍ଧ ଶାସନ ସଚିବ ଅମୀୟ କୁମାର ସାହୁ ଯୋଗଦେଇ ବିଭିନ୍ନ ଜିଲ୍ଲାର ସମସ୍ୟା ଓ ଏହାର ସମାଧାନ ଦିଗରେ ନିଜର ମତ ରଖିଥିଲେ । ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ କିଭି ସନ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପ ଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ରାଜସ୍ବ କମିଶନର ସଚିବ ସୁଜାତା ସାହୁ, ଅତିରିକ୍ତ ସଚିବ ରଞ୍ଜନ କୁମାର ବିଶ୍ୱାଳ, ଅନୁସଚିବ ପାର୍ବତୀ ମଞ୍ଜରୀ ମହାଳିକ, ଜିଲ୍ଲାର ତହସିଲଦାର, ରେଜିଷ୍ଟର ଅଧୁକାରୀ ଏବଂ ରାଜସ୍ବ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment