loading...

ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ନକ୍ସା ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ

ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି ବିଜୁଳି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି । ଉପଭୋକ୍ତାଙ୍କ ପାଖରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇଦେବା ପାଇଁ

ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ନକ୍ସା ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ


ଭୁବନେଶ୍ୱର, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି ବିଜୁଳି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି । ଉପଭୋକ୍ତାଙ୍କ ପାଖରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ତେଣୁ ସବୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ଆମ ସମସ୍ତଙ୍କର ପ୍ରାଥମିକତା ରହିବା ଉଚିତ ବୋଲି ଶକ୍ତି । ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି । ଆଜି ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫-‘ଟି’ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ସରକାରଙ୍କ ଉପରେ ଓଡ଼ିଶାର ଜନସାଧାରଣ ଦୀର୍ଘ ଦିନ ହେବ ବିଶ୍ଵାସ କରିଆସିଛନ୍ତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଶକ୍ତି ବିଭାଗ । ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଓଡ଼ିଶା ବର୍ଭମାନ ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ । ଏହି ଦୃଷ୍ଟିରୁ ଉପଭୋକ୍ତାଙ୍କୁ ସର୍ବୋଚ୍ଚ ସେବା ଯୋଗାଇଦେବା ବିଭାଗର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ବୈଠକରେ ଉଲ୍ଲେଖ କରିଥିଲେ ।

ସେହିପରି ଆଗାମୀ୨୦୨୩ରେ ରାଉରକେଲାଠାରେ ହକି ବିଶ୍ୱକପ୍ ଆୟୋଜନ ହେଉଥିବାରୁ ସମଗ୍ର । ରାଉରକେଲା ସହରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରିବା ନେଇ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସମୟରେ ସୌରଶକ୍ତି ପରି ସବୁଜ ଶକ୍ତିର ଉତ୍ପାଦନ ବୃଦ୍ଧି ନିମନ୍ତେ ସ୍ଵତନ୍ତ୍ର ନକ୍ସା ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିଲା । ଏଥି ସହ ବିଭିନ୍ନ ସରକାରୀ ଏବଂ । ଘରୋଇ କୋଠାରେ ଅଧୁକ ସୌରଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବସ୍ଥା ସହ ଆଗାମୀ ଦିନରେ ପ୍ରଦୂଷଣକୁ ଦୃଷ୍ଟିରେ ରଖୁ ବୈଦ୍ୟୁତିକ ଯାନ ବ୍ୟବହାର ନିମନ୍ତେ ଚାର୍ଜ ଷ୍ଟେସନ୍ ସ୍ଥାପନ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଯୋଗଦେଇ ତେଲକୋଇ ଏବଂ ଆଖପାଖ ଅଞ୍ଚଳରେ ଲାଗି ରହୁଥିବା ବିଦ୍ୟୁତ ସମସ୍ୟା ଦୂର ପାଇଁ ଶକ୍ତିମନ୍ତ୍ରୀଙ୍କୁ ଜଣାଇଥିଲେ । ଶକ୍ତିମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ । ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଦି ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସମସ୍ୟା ସମାଧାନ ଉପରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ଵତନ୍ତ୍ର ସଚିବ ଶ୍ରୀ ସୁରଥ ଚନ୍ଦ୍ର ମଲ୍ଲିକ, ଶ୍ରୀ ଧନଞ୍ଜୟ ସ୍ୱାଇଁ, ଅତିରିକ୍ତ ଶାସନ ସଚିବ ଶ୍ରୀ ସମ୍ବିତ ପରିଜା ଏବଂ ଉପଶାସନ ସଚିବ ଶ୍ରୀ ବଳରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget