loading...

କଂଗ୍ରେସ ଭବନରେ ସେବାଦଳର ପ୍ରତିଷ୍ଠାତା ଡଃ ହାର୍ଡିକରଙ୍କ ଜୟନ୍ତୀ ପାଳିତ

ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ହିନ୍ଦୁସ୍ତାନୀ ସେବାଦଳ ଓ ଭାରତ ସେବାଦଳର ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଡ଼ାକ୍ତର ନାରାୟଣ ସୁବାରାଓ

କଂଗ୍ରେସ ଭବନରେ ସେବାଦଳର ପ୍ରତିଷ୍ଠାତା ଡଃ ହାର୍ଡିକରଙ୍କ ଜୟନ୍ତୀ ପାଳିତ


ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ହିନ୍ଦୁସ୍ତାନୀ ସେବାଦଳ ଓ ଭାରତ ସେବାଦଳର ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଡ଼ାକ୍ତର ନାରାୟଣ ସୁବାରାଓ ହାଡିକରଙ୍କ ୧୩୪ତମ ଜନ୍ମୋତ୍ସବ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନରେ ପାଳିତ ହୋଇଯାଇଛି । ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଭାରତବର୍ଷର ଅଗଣିତ ସହିଦ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ବଳରେ ମିଳିଥିବା ସ୍ଵାଧୀନତାକୁ ଆମେ ଉପଭୋଗ କରୁଛି । କିନ୍ତୁ ଆଜିର ଯୁବପିଢି ସେହି ମହାନାୟକମାନଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଭୁଲିଯାଉଛନ୍ତି । 

ଡଃ ନାରାୟଣ ସୁବରାଓଜୀ ହାଡିକର ପତାକା ସତ୍ୟାଗ୍ରହ ସମୟରେ ନାଗପୁର ବନ୍ଦୀଶାଳାରେ ଥିବାବେଳେ ଜାତିର ଜନକ ମହମ୍ବା ଗାନ୍ଧୀଙ୍କ ଆଶୀର୍ବାଦରେ ହିନ୍ଦୁସ୍ତାନୀ ସେବାଦଳର ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ କଂଗ୍ରେସ ସେବା ଦଳ ନାମରେ ରୂପାନ୍ତରିତ ହୋଇଛି । ପଣ୍ଡିତ ଜବାହାରଲାଲ ନେହେରୁ ଏହି ଅନୁଷ୍ଠାନର ପ୍ରଥମ ସଭାପତି ଭାବେ ସାରା ଭାରତବର୍ଷର ଯୁବକମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପ୍ରେରଣା ଦେଇଥିଲେ । । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ଜ୍ୟୋତିଷ ସାହୁ, ମିହିର ଆଗର୍ଯ୍ୟ, ମହମ୍ମଦ ସାହାଦୁଲ୍ଲା, କୁଳମଣି ସାହୁ, ସତ୍ୟପ୍ସିତ ମହାନ୍ତି, ଛବିନ୍ଦ୍ର ମହାନ୍ତି, ସାଗର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget