loading...

ଶିଶୁ ସୁରକ୍ଷା ହିତାଧିକାରୀଙ୍କ ନିମନ୍ତେ ମାନସିକ ସ୍ୱାସ୍ଥ୍ଯ ଓ ମନୋସାମାଜିକ ସହାୟତା କର୍ମଶାଳା

ଶିଶୁ ସୁରକ୍ଷା ହିତାଧିକାରୀଙ୍କ ନିମନ୍ତେ ମାନସିକ ସ୍ୱାସ୍ଥ୍ଯ ଓ ମନୋସାମାଜିକ ସହାୟତା କର୍ମଶାଳା ଖୋର୍ଦ୍ଧା ଠାରେ ଆୟୋଜିତ

ଶିଶୁ ସୁରକ୍ଷା ହିତାଧିକାରୀଙ୍କ ନିମନ୍ତେ ମାନସିକ ସ୍ୱାସ୍ଥ୍ଯ ଓ ମନୋସାମାଜିକ ସହାୟତା କର୍ମଶାଳା


ଭୁବନେଶ୍ବର,ରାଜ୍ଯର ଅନ୍ଯତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପିପୁଲସ୍‍ କଲଚରାଲ ସେଣ୍ଟର (ପିକକ), ରାଜ୍ଯ ଶିଶୁ ସୁରକ୍ଷା ସମିତି (ଓଏସପିସି) ଓ ରାଜ୍ଯ ଶିଶୁ ସୁରକ୍ଷା ୟୁନିଟ୍‍ ର ସହାୟତାରେ ଏବଂ ୟୁନିସେଫ୍‍ ର ସହାୟତାରେ ଶିଶୁ ସୁରକ୍ଷା ହିତାଧିକାରୀଙ୍କ ନିମନ୍ତେ ମାନସିକ ସ୍ୱାସ୍ଥ୍ଯ ଓ ମନୋସାମାଜିକ ସହାୟତା ଜିଲ୍ଲା ସ୍ତରୀୟ କର୍ମଶାଳା ଖୋର୍ଦ୍ଧା ଠାରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳା ରେ ଶିଶୁ ମଙ୍ଗଳ ସମିତି ର ସଦସ୍ଯ, ଜେଜେବି ର ସଦସ୍ଯ, ଖୋର୍ଦ୍ଧା ଜିଲ୍ଲା ଡିସିପିୟୁ ର ସଦସ୍ଯ, ସିସିଆଇ ର କାଉନସିଲର, ଅଙ୍ଗନବାଡୀ କର୍ମୀ, ସିଆରସିସି, ବିଆରସିସି ଓ ଏନଜିଓ ର ସଦସ୍ଯ ମାନେ ଅଂଶଗ୍ରହଣ ନେଇଥିଲେ । ଏହି କର୍ମଶାଳା ର ଆରମ୍ଭ ପ୍ରଦୀପ ପ୍ରଜ୍ୱଳନ କରି କରାଯାଇଥିଲା । ପ୍ରଥମେ ପିକକ୍‍ ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶିକା ସ୍ୱାଗାତ ଭାଷଣ ଦେଇ ଏହି କର୍ମଶାଳା ର ଉଦ୍ଦେଶ୍ଯ ସମ୍ପର୍କ ରେ ସମସ୍ତ ଙ୍କୁ ଅବଗତ କରାଇଥିଲେ । 

ସେ ଆହୁରି ମଧ୍ଯ ଶିଶୁ ସୁରକ୍ଷା ପାଇଁ କାର୍ଯ୍ଯରତ ସମ୍ପର୍କ ହେଲ୍ପଡେସ୍କ ସମ୍ପର୍କ ରେ ସମସ୍ତ ଙ୍କୁ ସୁଚନା ପ୍ରଦାନକରିଥିଲେ । ଏହି କର୍ମଶାଳା ରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ଯରେ କହିଥିଲେ ଯେ ଏହି ପ୍ରକାରର କର୍ମଶାଳା ହିତାଧିକାରୀ ମାନଙ୍କୁ ମାନସିକ ସ୍ୱାସ୍ଥ୍ଯ ସମ୍ବନ୍ଧୀୟ ସମସ୍ଯା କୁ ମୁକାବିଲା କରିବା ଓ ମନୋସାମାଜିକ ସହାୟତା ପ୍ରଦାନ ନିମଂତେ ସହାୟତା ପ୍ରଦାନ କରିବ । ୟୁନିସେଫ ର ମେହେଦିଆ ରିଜ୍‍ଭି ବିଭିନ୍ନ ପଦ୍ଧତି ମାଧ୍ଯମରେ ଏହି କର୍ମଶାଳା ର ପରିଚାଳନା କରିଥିଲେ ।ଏହି କର୍ମଶାଳାରେ ବିଭିନ୍ନ ବିଷୟ ରେ ତାଲିମ ଦିଆଯାଇଥିଲା ଯଥା ଶିଶୁ ସୁରକ୍ଷା: ଅର୍ଥ ଓ ବର୍ତ୍ତମାନ ସରଂଚନା, ଶିଶୁ ମାନଙ୍କ ସହିତ ଯୋଗାଯୋଗ ର ଦକ୍ଷତା, ସାଧାରଣ ମାନସିକ ସମସ୍ଯା ଏବଂ ସମ୍ପର୍କ ହେଲ୍ପ ଡେସ୍କ ସହିତ ମାନସିକ ସ୍ୱାସ୍ଥ୍ଯ ସମ୍ବନ୍ଧୀୟ ଯୋଗାଯୋଗ, ମାନସିକ ସ୍ୱାସ୍ଥ୍ଯ ଓ ମନୋସାମାଜିକ ସହାୟତା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ଭବିଷ୍ଯତର କର୍ମପନ୍ଥା ନିର୍ଦ୍ଧାରଣ ଓ କଠିନ ପରିସ୍ଥିତିରେ ପିଲାମାନଙ୍କ ମନୋସାମାଜିକ ସ୍ଥିତି ର ମୁଲ୍ଯାଙ୍କନ । 

ଏହି କର୍ମଶାଳା ରେ ଅଂଶଗ୍ରହଣକାରୀ ମାନେ ମଧ୍ଯ ନିଜର ମାନସିକ ସ୍ୱାସ୍ଥ୍ଯ ସମ୍ବଂଧୀୟ ଅଭିଜ୍ଞତା କୁ ବର୍ଣ୍ଣନା କରିବା ସହିତ ମାନସିକ ସ୍ୱାସ୍ଥ୍ଯ ଓ ମନୋସାମାଜିକ ସହାୟତା ନିମନ୍ତେ ଭବିଷ୍ଯତର କର୍ମପନ୍ଥା ନିର୍ଦ୍ଧାରଣ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ପିକକ୍‍ର ଚିନ୍ମୟୀ ପାଠୀ, ଜ୍ଯୋତିଶଙ୍କର ମହାନ୍ତି, ବାମଦେବ ଜେନା ଓ ଦିନୋଦ କୁମାର ଦାଶ ପ୍ରମୁଖ ଏହି କର୍ମଶାଳାର ପରିଚାଳନା ରେ ସହୟତା କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget