loading...

ୟୁକୋ ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ନେଟ୍ ଲାଭ ୯୨୯.୭୬ କୋଟି ଟଙ୍କା

ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ୨୦୨୧-୨ ୨ ଆର୍ଥିକ ବର୍ଷରେ ମୋଟ୍ ୯୨୯.୭୬ କୋଟି ଟଙ୍କା ନେଟ୍ ଲାଭ ଉପାର୍ଜନ କରିଛି

ୟୁକୋ ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ନେଟ୍ ଲାଭ ୯୨୯.୭୬ କୋଟି ଟଙ୍କା


ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ୨୦୨୧-୨ ୨ ଆର୍ଥିକ ବର୍ଷରେ ମୋଟ୍ ୯୨୯.୭୬ କୋଟି ଟଙ୍କା ନେଟ୍ ଲାଭ ଉପାର୍ଜନ କରିଛି । ବ୍ୟାଙ୍କର ୨୦ ୨୧-୨ ୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ୨୦୨୧-୨ ୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ବ୍ୟାଙ୍କ ୩୧ ୨.୧୮ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରି ପୂର୍ବ ବର୍ଷ ଏହି ସମୟ ତୁଳନାରେ ଶତକଡା ୨୯୦.୧ ୧ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ପାରିଛି । ଏହି ସମୟ । ମଧ୍ୟରେ ବ୍ୟାଙ୍କର କାର୍ଯ୍ୟକାରୀ ଲାଭର ପରିମାଣ ପୂର୍ବ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ତୁଳନାରେ ଶତକଡା ୧୫.୬୩ ପ୍ରତିଶତ । ଅଭିବୃଦ୍ଧି ହାରରେ ୪୭୯୭.୪୩ କୋଟି ଟଙ୍କାରେ ପହଞ୍ଚିପାରିଛି । 

ବ୍ୟାଙ୍କର ମୋଟ୍ ସୁଧ ଆୟ ପୂର୍ବ ବର୍ଷ ମାର୍ଚ୍ଚ ମାସ । ତୁଳନାରେ ଶତକଡା ୧୬.୯୭ ପ୍ରତିଶତ ଅଭିବୃଦ୍ଧି ହାରରେ ୧୬୫ ୨.୩୮ କୋଟିରେ ପହଞ୍ଚିଛି । ବ୍ୟାଙ୍କର ଅନ୍ୟାନ୍ୟ ଆୟ । ପୂର୍ବ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୭୧୯.୧୫ କୋଟି ହୋଇଥିବା ବେଳେ ଏହା ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସ । ଶେଷ ସୁଦ୍ଧା ୫୮୮.୯୫ କୋଟିରେ ପହଞ୍ଚିଛି । ସେହିପରି ବ୍ୟାଙ୍କର ମୋଟ୍ ବ୍ୟବସାୟ ପୂର୍ବ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା । ୩ ୨୪୩ ୨୪.୨୦ କୋଟି ହୋଇଥିବା ବେଳେ ଏହା ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ଶେଷ ସୁଦ୍ଧା । ୩୫୩୮୫୦.୨୪ କୋଟି ଟଙ୍କାରେ ପହଞ୍ଚି ଶତକଡା ୯.୧୦ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିପାରିଛି । ବ୍ୟାଙ୍କର । ମୋଟ୍ ଜମା ପରିମାଣ ପୂର୍ବ ବର୍ଷ ତୁଳନାରେ ଶତକଡା ୮.୮୨ ପ୍ରତିଶତ ବୃଦ୍ଧି ପାଇ ୨ ୨୪୦୭୨.୯୦ କୋଟି ଟଙ୍କାରେ ପହଞ୍ଚିଛି । 

ବ୍ୟାଙ୍କର କାସା ଡିପୋଜିଟ (ଘରୋଇ) ଆର୍ଥିକ ବର୍ଷ ୨୦୨୧-୨୨ର ଶତକଡା ୪୦.୨୬ ପ୍ରତିଶତରେ । ପହଞ୍ଚିଛି । ବ୍ୟାଙ୍କର ସଂଚୟ ଜମା ଗତ ବର୍ଷ ୭୦୮୦୮.୭୦ କୋଟି ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୧-୨ ୨ ରେ । ଏହା ଶତକଡା ୮.୯୭ ପ୍ରତିଶତ ଅଭିବୃଦ୍ଧି ହାରରେ ୭୭୧୬୧.୭୬ କୋଟିକୁ ବୃଦ୍ଧି ପାଇଛି । ବ୍ୟାଙ୍କର ସମୁଦାୟ ଅଗ୍ରୀମ । ମାର୍ଚ୍ଚ ମାସ ୨୦ ୨୧ ରେ ୧୧୮୪୦୪.୮୧ କୋଟି ଟଙ୍କା ରହିଥିବା ବେଳେ ୨୦୨୧-୨ ୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସ । ଶେଷ ସୁଦ୍ଧା ଶତକଡା ୯.୬୦ ପ୍ରତିଶତ ଅଭିବୃଦ୍ଧି ହାରରେ ୧ ୨୯୭୭୭.୩୪ କୋଟି ଟଙ୍କାରେ ପହଞ୍ଚି ପାରିଛି । ବ୍ୟାଙ୍କର । ନେଟ୍ ଏନ୍‌ପିଏ ପରିମାଣ ପୂର୍ବ ବର୍ଷ ଶତକଡା ୩.୯୪ ପ୍ରତିଶତ ରହିଥିବା ବେଳେ ଏହା ଶତକଡା ୨.୭୦ ପ୍ରତିଶତକୁ ହ୍ରାସ ପାଇଛି । 

ବ୍ୟାଙ୍କର ପ୍ରୋଭିଜନ କଭରେଜ ରେସିଓ ପୂର୍ବ ବର୍ଷ ଶତକଡା ୮୮.୪୦ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ । ଶତକଡା ୯୧.୪୪ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ଏବଂ ସିଇଟି-୧ ରେସିଓ ପୂର୍ବ ବର୍ଷ ମାର୍ଚ୍ଚ ଶେଷ । ସୁଦ୍ଧା ଶତକଡା ୧୩.୭୪ ପ୍ରତିଶତ ଏବଂ ଶତକଡା ୧୧.୧୪ ପ୍ରତିଶତ ଥିବା ବେଳେ ଏହା ୨୦୨୧-୨ ୨ ଆର୍ଥିକ ବର୍ଷର । ମାର୍ଚ୍ଚ ଶେଷ ସୁଦ୍ଧା ଯଥାକ୍ରମେ ଶତକଡା ୧୩.୭୪ ପ୍ରତିଶତ ଏବଂ ଶତକଡା ୧୦.୯୭ ପ୍ରତିଶତରେ ପହଞ୍ଚିପାରିଛି । ଚଳିତ । ବର୍ଷ ବ୍ୟାଙ୍କ ତରଫରୁ ୨୦୦ଟି ନୂତନ ଶାଖା ଖୋଲାଯିବାର ଯୋଜନା ରହିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget