loading...

ରାଜ୍ୟସ୍ତରୀୟ ନବମ ଗଣତନ୍ତ୍ର ଜ୍ଞାନଯଜ୍ଞ ଉଦ୍‌ଘାଟିତ

ଦୀର୍ଘ ୫୦ ବର୍ଷ ଧରି ଅନନ୍ତ ବଳିଆ ଟ୍ରଷ୍ଟ ପରିବେଶ, ବୃକ୍ଷରୋପଣ ଓ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ କରିବା ସହ ସାଧାରଣ ଜନତାଙ୍କୁ ଗଣତନ୍ତ୍ର ବିଷୟରେ ସଚେତନତା

ରାଜ୍ୟସ୍ତରୀୟ ନବମ ଗଣତନ୍ତ୍ର ଜ୍ଞାନଯଜ୍ଞ ଉଦ୍‌ଘାଟିତ


ଭୁବନେଶ୍ୱର, ଦୀର୍ଘ ୫୦ ବର୍ଷ ଧରି ଅନନ୍ତ ବଳିଆ ଟ୍ରଷ୍ଟ ପରିବେଶ, ବୃକ୍ଷରୋପଣ ଓ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ କରିବା ସହ ସାଧାରଣ ଜନତାଙ୍କୁ ଗଣତନ୍ତ୍ର ବିଷୟରେ ସଚେତନତା କରିବା ପାଇଁ ଚେଷ୍ଟା ଅବ୍ୟାହତ ରଖୁଛି । ଆଜି ଜଗତସିଂହପୁର ଅରିଲୋ ପରିବାରତୀର୍ଥଠାରେ ଗଣତନ୍ତ୍ର ଜ୍ଞାନଯଜ୍ଞ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆଶ୍ରମର ପ୍ରତିଷ୍ଠାତା ତଥା ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ କହିଲେ ଯେ, ଆମେ ସମସ୍ତେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଚଳୁଛି ସତ, କିନ୍ତୁ ଗଣତନ୍ତ୍ରର ବାର୍ଭା ତଳେ ପଡ଼ିଥିବା ମଣିଷ ପାଖରେ ପହଞ୍ଚିଲେ ତାହା ହିଁ ହେବ ସଫଳ ଗଣତନ୍ତ୍ର ।

ଗଣତନ୍ତ୍ରର ୪ଗୋଟି ସ୍ତମ୍ଭ ମଜଭୁତ କରିବା ପ୍ରତ୍ୟେକ ନାଗରିକର ଧେୟ ହେବା ଉଚିତ୍ । ପ୍ରଶାସନ ସହଯୋଗର ହାତ ବଢାଇଲେ ନିର୍ବାଚିତ ପ୍ରତିନିଧୁମାନେ ସଠିକ୍ କାର୍ଯ୍ୟ କରିବାରେ ସକ୍ଷମ ହୁଅନ୍ତେ । ଏହା ଗଣତନ୍ତ୍ର ପାଇଁ ଏକ ସୁସ୍ଥ ପରମ୍ପରା ହୁଅନ୍ତା । ଅନେକ ସମୟରେ ପୁଲିସ୍ ଗଣମାଧ୍ୟମ ଓ ଓକିଲଙ୍କ ଉପରେ ଆକ୍ରୋଶ ରଖ୍ କାର୍ଯ୍ୟ କରିବାର ଅନେକ ଉଦାହରଣ ରହିଛି ତାହା ମଧ୍ୟ ଗଣତନ୍ତ୍ର ପାଇଁ ବିପଦ । । ଆଜିର କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳ, ପ୍ରଶାସନ, ବିଶ୍ବର ବିଭାଗ, ସମ୍ବାଦପତ୍ରର ପ୍ରତିନିଧୂମାନେ ନିଜ ନିଜ ପକ୍ଷ ରଖିଥିଲେ । ବିଶିଷ୍ଟ ରାଜନେତା ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଗଣତନ୍ତ୍ରର ମୁଖ୍ୟ ଆଧାର ଜନତାଙ୍କୁ ଯିଏ ଯେତେ ପ୍ରଭାବିତ କରିପାରିବ ସେ ସେତେ ସଫଳ ରାଜନେତା ବା ରାଜନୈତିକ ଦଳ । ପୂର୍ବତନ ପ୍ରଶାସକ କିଶୋର କୁମାର ମହାନ୍ତି ପ୍ରଶାସନକୁ ଠିକଣା ମାର୍ଗଦର୍ଶନ ଦେବା ନିର୍ବାଚିତ ପ୍ରତିନିଧି ମାନଙ୍କର ପ୍ରଥମ ଦାୟିତ୍ । କିନ୍ତୁ ସେମାନେ ଯେତେବେଳେ ରାଜନୈତିକ ଦଳ ଦ୍ବାରା ପ୍ରଭାବିତ ହୁଅନ୍ତି, ସେତେବେଳେ ସେମାନେ ଗ୍ରହୁଁନଥିଲେ ମଧ୍ୟ ଭୁଲ୍ କରିଥାନ୍ତି ।

ବିଜେଡ଼ି ଦଳର ନେତା ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଯେ, ବାବା ବଳିଆଙ୍କ ପାଇଁ ଆମ ଜଗତସିଂହପୁର ଜିଲ୍ଲା ଗର୍ବିତ । ଗଣତନ୍ତ୍ର ବେଳେବେଳେ ଜନତନ୍ତ୍ରଷର ପରିଣତ ହୋଇଯାଉଛି ତାହା ଦେଶ ପାଇଁ ବିପଦ । ଶିକ୍ଷିତ ଲୋକମାନେ ଗାଁକୁ ଫେରି ଗଣତନ୍ତ୍ରରେ ଭାଗ ନେଲେ ଆଦର୍ଶ ସୃଷ୍ଟି ହୋଇପାରନ୍ତା । ସମାଲୋଚନା ଦ୍ୱାରା କୌଣସି କାର୍ଯ୍ୟ ସଫଳ ହୁଏନାହିଁ । ସାଂସଦ ରାଜଶ୍ରୀ ମଲ୍ଲିକ ମତରଖ୍ କହିଲେ ଯେ, ରାଜନୀତି ଆଜି ନିମ୍ନସ୍ତରକୁ ଗଲିଆସିଛି । ବିରୋଧୀ ଦଳକୁ ସମ୍ମାନ ଦେବାକୁ କେହି ପ୍ରସ୍ତୁତ ନୁହଁନ୍ତି । ତେବେ ରାଜନୀତିରେ ଶ୍ରେଷ୍ଠତା ଆସିବ କିଭଳି । ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ, କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ତ୍ରିନାଥ ପଟ୍ଟନାୟକଙ୍କ ଅନନ୍ତାନୁଭୂତି ପୁସ୍ତକ ଓ ବାବା ସତ୍ୟପ୍ରିୟ ଦାସଙ୍କ ଗଣତନ୍ତ୍ର ଜ୍ଞାନଯଜ୍ଞ ଓ ପରିବେଶ ସୁରକ୍ଷା ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । 

ସମାଜସେବୀ ଗୋବଦ୍ଧନ ଧଳଙ୍କୁ ଅନନ୍ତ ବଳିଆ ଟ୍ରଷ୍ଟ ତରଫରୁ ସାମାଜିକ ଓ ସାଂସ୍କୃତିକ ସେବା ପାଇଁ ବିପଦ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ଓଜସ୍ବିନୀ ବକ୍ତବ୍ୟ ରଖୁଥଲେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସୌରୀଚନ୍ଦ୍ର ମହାପାତ୍ର, ନିମାଇଁ ଚରଣ ମହାନ୍ତି, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ, ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ବିଧାୟକ ବିଜୟ କୁମାର ଦାସ ନିଜର ବକ୍ତବ୍ୟ ରଖୁଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆଶ୍ରମର ମନୋଜ ଦାସ, ପରମାତ୍ମା ଦାସ, ପ୍ରଜ୍ଞାନନ୍ଦ ଦାସ ପ୍ରମୁଖ ପରିଷ୍ଟଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget