loading...

କ୍ରୀଡା ଓ ଯୁବସେବା ବିଭାଗର ସହଯୋଗରେ ଆଇଟିଆଇରେ ହେବ କ୍ରୀଡାର ବିକାଶ

କ୍ରୀଡା ଓ ଯୁବସେବା ବିଭାଗର ସହଯୋଗରେ ଆଇଟିଆଇରେ ହେବ କ୍ରୀଡାର ବିକାଶ ‘ ରାଜ୍ୟ କ୍ରୀଡ଼ାକୁ ଏହା ଏକ ନୂତନ ଦିଗ ପ୍ରଦାନ କରିବ

କ୍ରୀଡା ଓ ଯୁବସେବା ବିଭାଗର ସହଯୋଗରେ ଆଇଟିଆଇରେ ହେବ କ୍ରୀଡାର ବିକାଶ


ଭୁବନେଶ୍ୱର, ଦକ୍ଷତା ବିକାଶରେ କ୍ରୀଡାର ଗୁରୁତ୍ୱ ରହିଛି । ତେଣୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧୀନସ୍ଥ । ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟାଇଭର ମିଳିତ ସହଭାଗିତାରେ ‘ଲେଟ୍ ଅସ୍ ୟେ ଆଇଟିଆଇ’ ନାମକ କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଛି । ଏହା ଫଳରେ କ୍ରୀଡା ଓ ଯୁବସେବା ବିଭାଗ ଅଧୀନସ୍ଥ କ୍ରୀଡ଼ା ଛାତ୍ରାବାସର ପୁରାତନ ପ୍ରଶିକ୍ଷାର୍ଥୀମାନେ କ୍ରୀଡା ଚେଞ୍ଜ ଲିଡର ଭାବେ ଆଇଟିଆଇରେ ନିଯୁକ୍ତି ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ କ୍ରୀଡ଼ା ସହିତ ଦକ୍ଷତା ବିକାଶକୁ ଯୋଡି କ୍ୟାରିୟର କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । 

କ୍ରୀଡ଼ା ଛାତ୍ରାବାସରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ । ଯୁବକଯୁବତୀଙ୍କୁ ଏହା ନୂଆ ବୃତ୍ତି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ନୂତନ ଭାବେ ନିଯୁକ୍ତି ପାଇଥିବା କ୍ରୀଡାଛାତ୍ରାବାସର ପୁରାତନ ଛାତ୍ରମାନଙ୍କ ବୃତ୍ତିଗତ ଜୀବନକୁ ଅଧିକ ଗତିଶୀଳ କରାଇବା ସହ ରାଜ୍ୟ କ୍ରୀଡ଼ାକୁ ଏହା ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ ପ୍ରାକରଣର ଅଧକ୍ଷ ଶ୍ରୀ ସୁବ୍ରତ ବାଚୀ ଯୋଗଦେଇ କହିଥିଲେ ଯେ ଶରୀର ମନ ଆମ୍ବା ତଥା ସର୍ବାଙ୍ଗୀନ ବିକାଶ ଦୃଷ୍ଟିକୋଣରୁ ଦକ୍ଷତା ବିକାଶକୁ ଦେଖିବାକୁ ହେବ । କ୍ରୀଡା ଚେଞ୍ଜ ଲିଡରମାନଙ୍କ ହାତରେ ନୂତନ ଭବିଷ୍ୟତ ସୃଷ୍ଟି ହେବାକୁ ଯାଉଛି । ଜୀବନର ଖେଳରେ ପ୍ରତିନି, ପ୍ରତିଦ୍ବନ୍ଦିତା ଏବଂ ପରାକାଷ୍ଠା ପାଇଁ ଆଇଟିଆଇ ଗୋଟିଏ ମଞ୍ଚ ହେବ, ତାହା ହିଁ ଆମର ସ୍ଵପ୍ନ ବୋଲି ଶ୍ରୀ ବାଗଚୀ କହିଥିଲେ ।

କ୍ରୀଡା ଓ ଯୁବସେବା ବିଭାଗର ଶାସନ ସଚିବ, ଶ୍ରୀ ଆର ଭିନିଲ କ୍ରୀଷ୍ଣା କହିଥିଲେ ଯେ କ୍ରୀଡା ସହ ସ୍କୁଲର ସହଭାଗିତା ହେବା ଏକ ଐତିହାସିକ ଦିନ ଅଟେ । ଶିକ୍ଷା ପାଠ୍ୟକ୍ରମରେ କ୍ରୀଡାକୁ ଏକ ସମ୍ପୁର୍ଣ୍ଣ ବିଷୟ ଭାବେ ସାମିଲ କରିବା ଜରୁରୀ । ସେ ଆହୁରି ମଧ୍ୟ କହିଥିଲେ ଯେ କ୍ରୀଡା ଇକୋ-ସିଷ୍ଟମକୁ ଓଡିଶା ଦକ୍ଷତା  ବିକାଶ ପ୍ରାକରଣ ସହ ଯୋଡିବା ଦ୍ଵାରା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତିର ପଥ ଉନ୍ମକ୍ତ ହୋଇପାରିବ । 

ଏହି ଅବସରରେ ଟାଟା ଷ୍ଟ୍ରାଇଭର ସିଇଓ, ଶ୍ରୀମତି ଅନିତା ରାଜନ କହିଥିଲେ, ସ୍କୁଲ ଏବଂ କ୍ରୀଡା । ସହ ସହଭାଗିତା ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ଓ ଅନନ୍ୟ । କ୍ରୀଡା ଚେଞ୍ଜ ଲିଡରମାନେ ଏହି । କାର୍ଯ୍ୟକ୍ରମକୁ ପ୍ରତିନିଧିତ୍ବ କରିବେ ଏବଂ ଏହା ଆଇଟିଆଇର ଅଧକ୍ଷମାନଙ୍କ ପାଇଁ ଏକ ନୂତନ ସମ୍ଭାବନା । ସୃଷ୍ଟି କରିବ ବୋଲି ସେ କହିଥିଲେ । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ । ଯେ ଦକ୍ଷତା ବିକାଶରେ ମହିଳାମାନଙ୍କୁ ଅଧ୍ବକ ପ୍ରତ୍ସାହନ କରାଯାଉଛି । ଯୁବତୀମାନଙ୍କର ସୁବିଧା ପାଇଁ ନୂତନ ଆଇଟିଆଇମାନଙ୍କରେ ସ୍ଵତନ୍ତ୍ର ପୋଷାକ ପରିବର୍ତ୍ତନ କକ୍ଷ ତିଆରି ହେବ । 

ଆଇଟିଆଇରେ ରାତ୍ରିକାଳୀନ କ୍ରୀଡା ବ୍ୟବସ୍ଥା ପାଇଁ ଜାତିସଂଘ ମହିଳା ଏବଂ ପ୍ରୋ ସ୍କାର୍ଟ ସହ ସହଭାଗିତା କରାଯାଇଛି । ବୋଲି ଶ୍ରୀ ରେଘୁ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ସ୍ଵତନ୍ତ୍ର ଆଇଟିଆଇ ଜଟଣୀରେ । ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ କ୍ରୀଡା ଚେଞ୍ଜ ଲିଡରମାନଙ୍କର ଆବଶ୍ୟକତା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଗୋପବନ୍ଧୁ ଆଇଟିଆଇ ଆମ୍ବାଗୁଡା, ସରକାରୀ ଆଇଟିଆଇ ହୀରାକୁଦ, । ଆଇଟିଆଇ ଉମରକୋଟ, ଆଇଟିଆଇ ମାଲକାନଗିରି, ଆଇଟିଆଇ ବ୍ରହ୍ମପୁର, ଆଇଟିଆଇ ଭବାନୀପାଟଣା, ଆଇଟିଆଇ ରାୟଗଡା, ଆଇଟିଆଇ ବଲାଙ୍ଗୀର, ଆଇଟିଆଇ ଗନ୍ଧମାର୍ଦ୍ଦନ, ଆଇଟିଆଇ । ରାଉରକେଲା, ପୂର୍ଣ୍ଣଚନ୍ଦ୍ର ଆଇଟିଆଇ, ଟିଟିଆଇ ତକତପୁର, ସ୍ଵତନ୍ତ୍ର ଆଇଟିଆଇ ଜଟଣୀ, ଆଇଟିଆଇ କଟକ, ଆଇଟିଆଇ ବଡବିଲ, ଆଇଟିଆଇ ଫୁଲବାଣୀ ଏବଂ ଆଇଟିଆଇ ବାଲେଶ୍ଵର ସର୍ବମୋଟ ୧୭ଟି । ଆଇଟିଆଇରେ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ଆରମ୍ଭ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget