loading...

ରାଜ୍ୟମାନଙ୍କ ସହ ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ କୋଇଲା ଆମଦାନୀର ସ୍ଥିତିସମୀକ୍ଷା

ରାଜ୍ୟମାନଙ୍କ ସହ ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀର ସ୍ଥିତିସମୀକ୍ଷା

ରାଜ୍ୟମାନଙ୍କ ସହ ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ କୋଇଲା ଆମଦାନୀର ସ୍ଥିତିସମୀକ୍ଷା


ନୂଆଦିଲ୍ଲୀ,କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର କେ ସିଂ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ଆମଦାନୀର ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରମାନଙ୍କ ପ୍ରତିନିଧୁମାନଙ୍କ ସହିତ ଏହି ସ୍ଥିତି ସମୀକ୍ଷା କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ଶକ୍ତି ସଚିବ ଶ୍ରୀ ଆଲୋକ କୁମାରଙ୍କ ସମେତ । ରାଜ୍ୟ ସରକାର ଏବଂ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କର ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ। ଗୁରୁବାର ଭଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା । ବଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ବାଧା ଦୂର କରିବା ନିମନ୍ତେ କୋଇଲା ଆମଦାନୀ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଗୁରୁତୁରୋପ କରିଥିଲେ । ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ନିମନ୍ତେ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ । 

ମିଶ୍ରଣ ଉଦ୍ଦେଶ୍ୟରେ କୋଇଲା ଆମଦାନୀ କରିବା ଲାଗି ଅର୍ଡର ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା, ଯାହା ଫଳରେ ୨୦୨୨ ମେ ମାସ ଠାରୁ ହିଁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ କୋଇଲା ପହଞ୍ଚି ପାରିବ । କୋଇଲା କମ୍ପାନୀମାନଙ୍କ ଠାରୁ ମିଳିଥିବା କୋଇଲାର ଅନୁପାତ ଆଧାରରେ ସବୁ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କୁ ଘରୋଇ । କୋଇଲା ଯୋଗାଇ ଦିଆଯିବ । ରାଜ୍ୟମାନଙ୍କୁ ପରାମର୍ଶ ଦେଇ କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ  ଯେ, କ୍ୟାପ୍ଟିଭ୍ କୋଇଲା ଖଣି ଗୁଡ଼ିକରୁ ଅଧୁକ କୋଇଲା ଉତ୍ପାଦନ କରିବାର ଆବଶ୍ୟକତା ରହିଛି । ଯାହାଫଳରେ ଲିକେଜ୍ କୋଇଲା ଉପରେ ପଡୁଥିବା ଚାପକୁ ହ୍ରାସ କରାଯାଇ ପାରିବ । ବିଦ୍ୟୁତ ପ୍ଲାଣ୍ଟରେ ଦେଖା ଦେଇଥିବା କୋଇଲା ଅଭାବ ଦୂର କରିବା ଲାଗି ରେଳ ସହ ସଡ଼କ ମାର୍ଗ (ଆରସିଆର)କୁ ଉପଯୋଗ କରାଯାଇ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । 

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଯେଉଁ ରାଜ୍ୟମାନେ ଆରସିଆର କୋଇଲା ଉଠାଇବେ ନାହିଁ ସେମାନଙ୍କ ଠାରୁ ଆବଣ୍ଟନ ପ୍ରତ୍ୟାହାର କରି ନିଆଯିବ ଏବଂ ଅନ୍ୟ ରାଜ୍ୟକୁ ସେହି କୋଇଲା ଯୋଗାଇ ଦିଆଯିବ । ସେମାନଙ୍କ ରାଜ୍ୟରେ କୌଣସି ପ୍ରକାର କୋଇଲା ଅଭାବ ଏବଂ ତଦୂଜନିତ ବିଦ୍ୟୁତ ସଙ୍କଟ ପାଇଁ ସମ୍ପୃକ୍ତ ରାଜ୍ୟ ସମ୍ପୁର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ ସିଇଏ ବୈଠକରେ ପ୍ରାପ୍ତ ତଥ୍ୟ ଅନୁଯାୟୀ, କୋଇଲା ଆମଦାନୀ ପାଇଁ ତାମିଲନାଡୁ ଓ ମହାରାଷ୍ଟ୍ର ପକ୍ଷରୁ ଅର୍ଡର ଦିଆଯାଇ ସାରିଛି । ପଞ୍ଜାବ ଓ ଗୁଜରାଟ ଟେଣ୍ଡର ଚୂଡ଼ାନ୍ତ କରିବାର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି । ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ଲାଗି ଅନ୍ୟ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟ ଟେଣ୍ଡର ଜାରି କରିବା ପ୍ରକ୍ରିୟାରେ ରହିଛନ୍ତି । ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡ କୌଣସି ପ୍ରକାର ଟେଣ୍ଡର ଜାରି କରିନାହାନ୍ତି କିମ୍ବା କୋଇଲା । ଆମଦାନୀ କରିବା ଲାଗି କୌଣସି ଜରୁରି ପଦକ୍ଷେପ ନେଇନାହାନ୍ତି । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget