loading...

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସଂପଦ ବିଭାଗ ସଂପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସଂପଦ ବିଭାଗ ସଂପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସଂପଦ ବିଭାଗ ସଂପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା


ଭୁବନେଶ୍ୱର, ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜଳସଂପଦ ବିଭାଗ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀ ଦାସବର୍ମା ଉପସ୍ଥିତ ଯନ୍ତ୍ରୀ ତଥା ଅଧିକାରୀମାନଙ୍କୁ ଖୁବ୍‌ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ଚଳିତ ଆର୍ଥିକ ବର୍ଷରେ ଡ୍ରେନେଜ୍ ବିଭାଗ ପକ୍ଷରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଳସେଚନ ଓ ଜଳନିଷ୍କାସନ ପାଇଁ ୬ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ସୁନାମୁହିଁ ସୁଇସ୍ କାର୍ଯ୍ୟ, ୭୪ ଲକ୍ଷ ଟଙ୍କା ବ୍ୟୟରେ ଦକ୍ଷିଣ କାଣିଆ ଜଳନିଷ୍କାସନ କାର୍ଯ୍ୟ, ୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ରଚିରା ଟ୍ରେନିଂ କାର୍ଯ୍ୟ, ୧ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଭାର୍ଗବୀ-ରଚିର ଟ୍ରେନେଜ୍ ସିଷ୍ଟମ, ୫ କୋଟି ୬୯ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମଗିରି ବ୍ଲକ୍‌ର ଲୁଣା-ରଚିରା ଡ୍ରେନେଜ୍ ସିଷ୍ଟମ, ୪ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମଗିରି ବ୍ଲକ୍ ଭାର୍ଗବୀ ନଦୀର ଲିକ୍ ଚ୍ୟାନେଲ୍, ୨୯ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ଭାର୍ଗବୀ ନଦୀ ଟ୍ରେନିଂ କାର୍ଯ୍ୟ, ୧ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ଏକନାଳିଆ ଲିଙ୍କ ଚ୍ୟାନେଲ୍ କାର୍ଯ୍ୟ, ୨ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ଦକ୍ଷିଣକାଣିଆ, ବଙ୍ଗିକାଣିଆ, ବେଣାକାଣିଆର ଖନନ କାର୍ଯ୍ୟ ଏବଂ ୮ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ଦକ୍ଷିଣକାଣିଆ ଟ୍ରେନିଂ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ହାତକୁ ନିଆଯାଇଛି । 

ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ପ୍ରକଳ୍ପଗୁଡ଼ିକର ବୈଷୟିକ ମଞ୍ଜୁରୀ ଓ ଟ୍ରେଣ୍ଡର ପ୍ରକ୍ରିୟା କାର୍ଯ୍ୟକୁ ତ୍ବରାନ୍ବିତ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଥିଲେ । ଖୁବଶୀଘ୍ର ୧୫.୬୭ କୋଟି ଟଙ୍କା ବ୍ୟୟରେ ଜଗଦଳ ନାଳର ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ତଳମାଳ ପଞ୍ଚାୟତ ଓ କୁସୁବେଣ୍ଟି ପଞ୍ଚାୟତର ଲୋକପ୍ରତିନିଧୁମାନଙ୍କ ସହ ପୁରୀଠାରେ ବିଭାଗୀୟ ଟ୍ରେନେଜ ଓ ଜଳସେଚନ ବିଭାଗର ଅଧକାରୀଙ୍କ ଉପସ୍ଥିତିରେ ଏସବୁ ଅଞ୍ଚଳରେ ଉପୁଜୁଥିବା ସମସ୍ୟାର ସ୍ଥାୟୀ ସମାଧାନ ସହିତ ଟ୍ରେନିଂ କାର୍ଯ୍ୟକୁ ଆଗେଇନେବା ପାଇଁ ଏକ ବୈଠକ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଭାର୍ଗବୀ ନଦୀରୁ ସଂଯୋଗ କରୁଥିବା ସମସ୍ତ କାଣିଆ, ନଦୀ ଓ କେନାଲ ସିଷ୍ଟମ ସଂପୂର୍ଣ୍ଣ ଭାବେ ପୋତିହୋଇ ଜଳସେଚନ ଓ ଜଳନିଷ୍କାସନ କ୍ଷେତ୍ରରେ ଭୟଙ୍କର ସମସ୍ୟା ସୃଷ୍ଟି ହୋଇଥିବାରୁ ଏବଂ ଏହାଦ୍ୱାରା ବ୍ରହ୍ମଗିରି ଅଞ୍ଚଳର ଚାଷୀଭାଇମାନେ ରବିଚାଷ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବାରୁ ତୁରନ୍ତ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି ।

ଖୁବ୍‌ଶୀଘ୍ର ଭାର୍ଗବୀ ନଦୀ ଉପରେ ମାଳିସାହିଠାରେ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା ନିର୍ମାଣ ନିଗମ(ଓସିସି) ଦ୍ଵାରା ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବାରୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ଦାସବର୍ମା ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ସାତପଡ଼ା, ନଡ଼ିଆଖୁଆ ଏବଂ ଅରଖକୁଦା ଲୁଣାବନ୍ଧର ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ବୈଠକରେ ସମୀକ୍ଷା କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget