loading...

ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଭାରତୀୟ ଜନତା ପାର୍ଟିର ଲକ୍ଷ୍ୟ

ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଭାରତୀୟ ଜନତା ପାର୍ଟିର ଲକ୍ଷ୍ୟ

ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଭାରତୀୟ ଜନତା ପାର୍ଟିର ଲକ୍ଷ୍ୟ


ଭୁବନେଶ୍ୱର, ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭର ଆଜି ଦ୍ବିତୀୟ ଦିନ । ଯଶସ୍ୱୀ ପ୍ରଧାନମନ୍ତ୍ରୀ । ଶ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ୁଙ୍କ ନେତୃତ୍ବରେ ସମଗ୍ର ଭାରତ ବର୍ଷରେ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଯୁବପିଢୀଙ୍କୁ ସ୍ବାଧୀନତା ଏବଂ ସ୍ବାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ଏବଂ ବଳିଦାନ ସଂପର୍କରେ ଭଲଭାବେ ଅବଗତ କରାଇବା ଏହି ଯାତ୍ରାର ମୂଳ ଲକ୍ଷ୍ୟ । ଏହି ଅବସରରେ ଆଜି କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ଜଳାରପୁରଠାରେ ଆୟୋଜିତ “ ହର ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇଛନ୍ତି । 

ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାର କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ତ୍ରିରଙ୍ଗା ପତାକାକୁ ହାତରେ ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ । ଜାତୀୟ ପତାକା ଦେଶବାସୀଙ୍କ ସ୍ବାଭିମାନ ଓ ଗୌରବ । ଏହି ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖୁବା ଆମ ସମସ୍ତ ଦାୟୀତ୍ଵ । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଭାରତୀୟ ଜନତା ପାଟି ଅଗଷ୍ଟ ୯ କ୍ରାନ୍ତି ଦିବସଠାରୁ ତ୍ରିରଙ୍ଗା ଯାତ୍ରାକୁ ଆରମ୍ଭ କରି ଯୁବପିଢୀଙ୍କୁ ସଚେତନ କରାଯାଉଛି । ଏହି ଅବସରରେ ସମାଜର ପ୍ରତିଷ୍ଠିତ କ୍ଷେତ୍ର ସାହିତ୍ୟ, କଳା ଓ ବିଜ୍ଞାନ ଓ ସମାଜସେବୀଙ୍କୁ ଜାତୀୟ ପତାକା ଓ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ରଦେଇ ସମ୍ବର୍ଦ୍ଧନା କରିଛନ୍ତି ଶ୍ରୀ ସମୀର ମହାନ୍ତି । ଏହି ପଦଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲ୍ଲିକ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା ଓ ଠାକୁର ରଞ୍ଜିତ ଦାସ, ସଂଖ୍ୟାଲଘୁ ମୋର୍ଟାର ରାଜ୍ୟ ସମ୍ପାଦକ ସେକ୍ ହୋସେନ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget