loading...

ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରୁଛନ୍ତି ମୋଦି ସରକାର - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଏକ ପ୍ରଦର୍ଶନୀର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ।ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରୁଛନ୍ତି ମୋଦି ସରକାର

ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରୁଛନ୍ତି ମୋଦି ସରକାର - ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ମୋଦି ସରକାର ଇତିହାସର ପୁନଃରଚନା କରିବା ଦିଗରେ ନୁହେଁ ବରଂ ଇତିହାସ ପୃଷ୍ଠାରେ ଅନାଲୋଚିତ ବୀର ସଂଗ୍ରାମୀ ମାନଙ୍କୁ ଲିପିବଦ୍ଧ କରି ଭାରତବର୍ଷର ଗୌରବମୟ ଇତିହାସକୁ ଶ୍ରୀବୃଦ୍ଧି କରିବା କାର୍ଯ୍ୟରେ ପ୍ରଚେଷ୍ଟାରତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

"ବିଭାଜନ ବିଭୀଷିକା ସ୍ମୃତି ଦିବସ" ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ ସ୍ୱତନ୍ତ୍ରତା ଆମକୁ ମିଳିଲା ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇତିହାସ ପୃଷ୍ଠାରୁ ବଞ୍ଚିତ କରି ଦିଆଗଲା । ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇ, ମାଧୋ ସିଂହ, ଓଡିଶାର ଜାଲିଆନାଓ୍ୱାଲା ବାଗ ଆମକୋ ସିମକୋ ଗୁଳିକାଣ୍ଡ, ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଇତିହାସ ପୃଷ୍ଠାରେ ସଗୌରବେ ଲିପିବଦ୍ଧ କରିବା ପାଇଁ ମୋଦି ସରକାର ଅଣ୍ଟା ଭିଡ଼ିଛନ୍ତି । ତେଣୁ ମୋଦି ସରକାର ଇତିହାସକୁ ପୁନଃରଚନା କରିବାରେ ଲାଗିନାହାନ୍ତି ବରଂ ଇତିହାସ ପୃଷ୍ଠାରେ ଅଜଣା ନାୟକଙ୍କୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ।

୧୯୪୭ ଅଗଷ୍ଟ ୧୪ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସାର ସ୍ଥିତି କିଭଳି ରୂପ ନେଇଥିଲା, ଆଜି ତାହାକୁ ମନେ ପକାଇବାର ଅବସର । ଆମ ପୂର୍ବଜଙ୍କ ବଳିଦାନ, ତ୍ୟାଗ,ସମର୍ପଣ ଭାବକୁ ଦେଶ ଭୁଲିଗଲେ ସମାଜ ପଥଭ୍ରଷ୍ଟ ହୋଇପାରେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୪ ତାରିଖକୁ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ରୂପେ ପାଳନ କରିବାକୁ କହିଛନ୍ତି । ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ । ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକଙ୍କୁ ମର୍ମାହତ କରୁଛି ।ଏହି ସବୁ ଦେଶର ଇତିହାସକୁ ନୂଆପିଢିଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ । ଏହା ବିଷୟରେ ନୂଆପିଢି ଜାଣିବା ସହ ଭବିଷ୍ୟତ ପାଇଁ ପ୍ରେରିତ ହେବା ଦରକାର । ଏହି ଦିନ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନୈତିକତାର ବିଷ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟରେ ଦେଶକୁ ପୃଥିବୀରେ ଏକ ନମ୍ବର କରିବା ପାଇଁ ପୁରୁଷାର୍ଥ ରଖୁଥିବା ସମାଜ କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ ବରଂ ସ୍ୱପ୍ନକୁ ଅଖଣ୍ଡ ପରିଶ୍ରମ ଓ ସମର୍ପଣ ମାଧ୍ୟମରେ ଚରମ ପୁରୁଷାର୍ଥରେ ପରିଣତ କରିବାକୁ ପଡ଼ିବ । ଅନେକ ନାଗରିକ ମାନେ ବସ, ଟ୍ରେନ ଯାତ୍ରା କରିବା ବେଳେ ଏକ ନକରାତ୍ମକ ଅଧିକାରକୁ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । କିନ୍ତୁ ବାସ୍ତବରେ ଅନେକ ସଂଗ୍ରାମୀଙ୍କ ତପସ୍ୟା ଓ ବଳିଦାନ ପରେ ଆମକୁ ଆଜି ଗୌରବର ଅଧିକାର ମିଳିଛି । ଆଗାମୀ ୨୫ ବର୍ଷ ପାଇଁ ସମାଜର ନିଷ୍ପେସିତ, ଗରିବ, ବଞ୍ଚିତ, ପଛୁଆ, ପାଇଁ ଦାୟିତ୍ୱ ନେବା ପାଇଁ ସଂକଳ୍ପ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସେହି ସମୟର ସ୍ମୃତିକୁ ପ୍ରଦର୍ଶନୀ ମାଧ୍ୟମରେ ଯୁବପିଢିଙ୍କ ମନରେ ଆଣିବା ପାଇଁ ହୋଇଥିବା ପ୍ରୟାସ ପ୍ରଶଂସନୀୟ । ପ୍ରଦର୍ଶନୀ ମାଧ୍ୟମରେ ଆୟୋଜିତ ବିଭାଜନ ସମୟର କରୁଣ ଫଟୋଚିତ୍ରକୁ ଦେଖିବାକୁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ରାମହରି ଗୋସ୍ୱାମୀ ଏବଂ ଶ୍ରୀ ଶ୍ୟାମ ସୁନ୍ଦର ବେହେରାଙ୍କୁ ତ୍ରିରଙ୍ଗା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ମାନିତ କରିବା ସହ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପ୍ରଦାନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget