loading...

କିଡନୀ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

କଟକ ମେଡ଼ିକାଲରେ କିଡନୀ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସହ ଡ଼ାକ୍ତର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କିଡନୀ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର


ଭୁବନେଶ୍ୱର, ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣାରେ ବସିଥିବା କିଡ଼ନୀ ରୋଗୀଙ୍କୁ ଭେଟି ସେମାନଙ୍କ ଅଭିଯୋଗକୁ ଶୁଣିବା ସହ କଟକ ମେଡ଼ିକାଲରେ କିଡନୀ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସହ ଡ଼ାକ୍ତର ନିଯୁକ୍ତି ଓ ଔଷଧର ବ୍ୟବସ୍ଥା କରିବାକୁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ କରି ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ "ବିଭାଜନ ବିଭୀଷିକା ସ୍ମୃତି ଦିବସ" ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଫେରିବା ବେଳେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଭଉଣୀ ଜୟଶ୍ରୀ ବେହେରା ମୋତେ ଭେଟିବା ସହ କିଡନୀ ରୋଗୀଙ୍କ ସହ ଜଡ଼ିତ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ ।

ଭଉଣୀଙ୍କ ଅନୁରୋଧ କ୍ରମେ ମୁଁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣାରେ ବସିଥିବା କିଡ଼ନୀ ରୋଗୀଙ୍କୁ ଭେଟିଲି ଏବଂ ଯାହା ଜାଣିବାକୁ ପାଇଲି, ତାହା ମୋତେ ବ୍ୟଥିତ କରିଥିଲା । ସେମାନଙ୍କର ଅଭିଯୋଗ ରହିଛି, ଡ଼. ଚିତ୍ତରଞ୍ଜନ କରଙ୍କ ଦେହାନ୍ତ ପରେ କଟକ ଏସସିବି ମେଡ଼ିକାଲ କଲେଜରେ ଶହେରୁ ଉର୍ଦ୍ଧ୍ୱ କିଡ଼ନୀ ରୋଗଙ୍କୁ ଚିକିତ୍ସା ନ ମିଳିବା, ବିଶେଷଜ୍ଞଙ୍କ ଅଭାବ ଏବଂ ମେଡ଼ିସିନ ନ ମିଳିବା କଥା ସେମାନେ କହିଛନ୍ତି ।  

ଏପରି ଗମ୍ଭୀର ବିଷୟରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିଡନୀ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସହ ଡ଼ାକ୍ତର ନିଯୁକ୍ତି ଓ ଉପଶମ ପାଇଁ ଔଷଧର ବ୍ୟବସ୍ଥା କରିବାକୁ ନିବେଦନ କରୁଛି ।  ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରି କିଡ଼ନୀ ରୋଗୀଙ୍କ ଚିକିତ୍ସା ସେବାକୁ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget