loading...

ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 76ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 76ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି

ରେଳବାଇ  ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 76ତମ ସ୍ୱାଧୀନତା ଦିବସ ପାଳନ


ଭୁବନେଶ୍ୱର ସ୍ଥିତ ରେଳବାଇ  ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 76ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି  | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଜାତୀୟ ପତାକା ଉତ୍ତୋଳନ କରି ରେଳବାଇ ସୁରକ୍ଷା ବଳ (RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ |

ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ ସ୍ୱାଧୀନତାର 75 ବର୍ଷ ଅତିବାହିତ ହୋଇଥିବା ଯାତ୍ରା ଆମ ଦେଶବାସୀଙ୍କ ଧର୍ଯ୍ୟ, କଠିନ ପରିଶ୍ରମ, ଅଟଳ ପ୍ରତିଜ୍ଞା, ନମନୀୟତା ଓ ଅଧ୍ୟବସାୟର ପ୍ରତିଫଳନ ଯାହାକି ଜାତୀୟ ବିକାଶ କ୍ଷେତ୍ରରେ ରେଳପଥର ଭୂମିକା ପ୍ରତ୍ୟକ ଦିଗରେ ଅତୁଳନୀୟ ଓ ବାସ୍ତବରେ ଏହା ହେଉଛି 'ଦେଶର ଜୀବନ ରେଖା' |

ସ୍ବାଧୀନତାର ୭୫ ବର୍ଷ  ତଥା ଆଜାଦୀ ର ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳପଥ ବିଭିନ୍ନ ପଦକ୍ଷେପ ମାନ ହାତକୁ ନେଇଥିଲା ଯେଉଁଥିରେ ପ୍ରତି ଘରେ ତ୍ରିରଙ୍ଗା (ହର ଘର ତୀରଙ୍ଗା), ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ, ରାଷ୍ଟ୍ରୀୟ ବୀର ମାନଙ୍କ ସମ୍ବନ୍ଧରେ ପ୍ରଦର୍ଶନୀ, ବାଇକ୍ ରାଲି ଇତ୍ୟାଦି କାର୍ଯ୍ୟକ୍ରମ ମାନ ପାଳନ କରାଯାଇଅଛି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି  |

ରେଳ କର୍ମଚାରୀ, ସେମାନଙ୍କର ପରିବାର ବର୍ଗ, ଉପଭୋକ୍ତା ଓ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ, ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳପଥ 2027 ସୁଦ୍ଧା 3000 ନିୟୁତ ଟନ ମାଲ ବୋଝେଇ ହାସଲ କରିବା ପାଇଁ ଲକ୍ଷ ରଖିଛି ଯେଉଁଥିରେ ପୂର୍ବତଟ ରେଳପଥର ଏକ ପ୍ରମୁଖ ଅଂଶ ଅର୍ଥାତ 500 ନିୟୁତ ଟନ ମାଲ ବୋଝେଇ କରିବାକୁ ଲକ୍ଷଧାର୍ଯ୍ୟ କରାଯାଇଅଛି | ଏହି ସଫଳତା ପାଇଁ ଅନେକ ଗୁଡିଏ ଭିତ୍ତିଭୂମି ମୂଳକ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଅଛି ଯାହାଦ୍ୱାରା ରେଳ ଭିତ୍ତିଭୂମି ବିସ୍ତାର ଓ ରେଳପରିସୀମାରେ ଗତିଶୀଳତା ବୃଦ୍ଧି ପାଇଁ ପାର୍ବତ୍ୟାଞ୍ଚଳ ଓ ଶିଳ୍ପାଂଚଳକୁ ସଞ୍ଜ ସ୍ଥାପିତ ହୋଇ ପାରିବ |  ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ରେଳମଣ୍ଡଳ ଗୁଡିକରେ ଗତି ଶକ୍ତି ୟୁନିଟ ଗଠନ କରାଯାଇଛି |

ନୂତନ ଲାଇନ ଏବଂ ଦୋହରୀକରଣ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଫଳସ୍ୱରୂପ ମହିପୁର- ନୁଆଗାଓଁ (13.05 କିମି) ନୂତନ ଲାଇନ ସମ୍ପ୍ରତି ଅତୀତରେ ସମାପ୍ତ ହୋଇଛି ଏବଂ 2022-23 ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 128 କିଲୋମିଟର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି | ରେଳ ଭିତ୍ତିଭୂମିକୁ ଆହୁରି ବିସ୍ତାର କରିବାକୁ ଲକ୍ଷନେଇ ନିକଟ ଅତୀତରେ 25 ଟି ସର୍ଭେକୁ ଅନୁମତି ଦିଆଯାଇଛି |  ଚଳିତ ଆର୍ଥିକ ବର୍ଷ 2022-23 ରେ ପୂର୍ବତଟ ରେଳପଥକୁ 9343 କୋଟି ଟଙ୍କାର ବଜେଟ ପ୍ରବନ୍ଧନ କରାଯାଇଅଛି ଯାହାକି ଆଜିପର୍ଯ୍ୟନ୍ତ ବଜେଟ ଅନୁଦାନ କ୍ଷେତ୍ରରେ ସର୍ବାଧିକ ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି |

ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ ପୂର୍ବତଟ ରେଳପଥର ପ୍ରଦର୍ଶନ ଏବଂ ରେଳ କର୍ମଚାରୀଙ୍କ ଦ୍ୱାରା ଯାତ୍ରୀ ସୁବିଧା, ସୁରକ୍ଷା ଏବଂ ନିରାପତ୍ତା, ରେଳ ଭିତ୍ତିଭୂମିର ସମ୍ପ୍ରସାରଣ, ଡିଜିଟାଲ ଇନିସିଏଟିଭ୍ ଏବଂ ମାନବ ସମ୍ବଳ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ | ଗତ ଆର୍ଥିକ ବର୍ଷରେ ଉତ୍ତମ ପ୍ରଦର୍ଶନ ଓ ନିଷ୍ଠାପର ଉଦ୍ୟମ ପାଇଁ ଶ୍ରୀ ଶ୍ରୀବାସ୍ତବ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

ଏହି ଉତ୍ସବକୁ ସ୍ମରଣୀୟ କରିବାପାଇଁ ରେଳ କର୍ମଚାରୀମାନଙ୍କ ଦ୍ୱାରା ଦେଶଭକ୍ତ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପସ୍ଥାପନ କରାଯାଇଥିଲା | ଏହି ଅବସରରେ ପୂର୍ବତଟ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବିଭାଗୀୟ ମୁଖ୍ୟ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟ, ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ |  ଉପମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |  

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget