ଭୁବନେଶ୍ୱର, ଆବର୍ଜନାମୟ ସ୍ମାର୍ଟସିଟି । ଆବର୍ଜନା ଘେରରେ ବେହାଲ ହେଉଛି ରାଜଧାନୀ । ଭୁବନେଶ୍ବର ସହରର ବହୁ ସ୍ଥାନରୁ ଉଠି ପାରୁନି ଅଳିଆ । ଏହାର ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ରାଜଧାନୀବାସୀ । ଦାରୁଙ୍ଗ ଡମ୍ପିୟାର୍ଡ ସମସ୍ୟାର ସମାଧାନ ହୋଇପାରୁନି । ତେଣୁ ଏବେ ସହରରେ ଜୁଆଡେ ଚାହିଁଲେ । ଖାଲି କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଛି । ରାଜଧାନୀ ପରିମଳ ବ୍ୟବସ୍ଥା ବିଗିଡି ଥିବାବେଳେ ଏହାଦ୍ୱାରା ସ୍ମାର୍ଟ ସିଟିର ଛବି ମଳିନ ହେଉଛି । ସେପଟେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବାବେଳେ, କେଉଁଠି ଅଳିଆ ପଡିବ ସେ ନେଇ ବଢ଼ିଛି ଚିନ୍ତା । କେହି ବାହାରେ ଆବର୍ଜନା ପକାଇବେ ନାହିଁ, ଘର ଘର ବୁଲି ଗାଡି ଆବର୍ଜନା ସଂଗ୍ରହ କରିବ ଏଭଳି ଘୋଷଣା ପରେ ପୂର୍ବରୁ ପଡିଥିବା ବଡ଼ ବଡ ଡଷ୍ଟବିନ୍ ଠିକା ସଂସ୍ଥା ଉଠାଇ ନେଇଛନ୍ତି ।
ତେଣୁ ଆବର୍ଜନା ଏବେ ସବୁ ରାସ୍ତା କଡରେ ଗଦା ହୋଇ ରହିଛି । ଅନେକ ସ୍ଥାନରେ ପଚା ଦୁର୍ଗନ୍ଧରେ ନାକ ଫାଟି ପଡୁଛି । । ୧୮ଦିନ ହେଲା ଦାରୁଙ୍ଗ ଡମ୍ପିୟାକୁ ଅଳିଆ ଯାଇପାରୁନି । ଟିଟିଏସ୍ ଭର୍ତ୍ତି ହୋଇଗଲାଣି । ସପ୍ତାହେ ହେଲାଣି ନୂଆ ପରିମଳ ସଂସ୍ଥା ମନମାନି ଚଳାଇଛନ୍ତି । ଆବଶ୍ୟକ ସରଞ୍ଜାମ ଓ ମାନବ ସମ୍ବଳ ନଥିଲେ ବି ବିଏମ୍ସି ସେମାନଙ୍କୁ ସଫେଇ ଦାୟିତ୍ବ ଟେକି ଦେଇଛି । ବିଏମ୍ସିର ଭୁଲ ପାଇଁ ରାଜ୍ୟ ବାହାରର ପୁରୁଣା ସଫେଇ ସଂସ୍ଥା ସିଧାସଳଖ କର୍ତ୍ତୃପକ୍ଷଙ୍କୁ ନାଲିଆଖ୍ ଦେଖାଇବାକୁ ସାହାସ କରୁଛନ୍ତି । ଏମିତି ଏକାଧୁକ ସମସ୍ୟାରେ ଛନ୍ଦି ହୋଇ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ସହରର ବହୁ ସ୍ଥାନରୁ ଆବର୍ଜନା ଉଠୁନି । ଯେତିକି ଉଠୁଛି, ତାହାକୁ ପକାଇବାକୁ ବି ଜାଗା ନାହିଁ । ବିଏମ୍ସି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି ।
ସ୍ଥିତି ଏମିତି ହେଲାଣି ଯେ, ସହରବାସୀଙ୍କୁ ମୌଳିକ ସେବା ଦେବାକୁ ବି ବିଏମ୍ସି ଅକ୍ଷମ ହୋଇପଡ଼ିଛି । ରାଜଧାନୀରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ଯାହାକୁ ନେଇ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ଆଜି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶହ ଶହ କାର୍ଯ୍ୟକର୍ତା ଏକ ଶୋଭାଯାତ୍ରାରେ ଆସି ବିଏମ୍ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପକାଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କିରିଥିଲେ | ଓ ପରମୁହୁର୍ତ୍ତରେ ବିଏମ୍ସିର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ପତ୍ର ଦେଇଥିଲେ ଏବଂ ଆଗାମୀ ୪୮ଘଟା ମଧ୍ୟରେ ଯଦି । ଭୁବନେଶ୍ୱରରୁ ଅଳିଆ ନଉଠେ ତେବେ ବିଜେପି ଆନ୍ଦୋଳନକୁ ତୀବ୍ରତର କରିବା ସହ ମେୟର ଓ କମିଶନରଙ୍କୁ ରାସ୍ତାରେ ଚଲାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଲେ ଜିଲ୍ଲା ସଭାପତି ଶ୍ରୀ ସିଂ । ବିଏମ୍ସି ମେୟର, କମିଶନର ଏକ ପ୍ରକାର ଅସହାୟ ହୋଇ ପଡିଲେଣି ଯେମିତି ସମସ୍ୟାର ସମାଧାନ ପାଇଁ ବୈଠକ କରୁଛନ୍ତି ସତ କିନ୍ତୁ ସମାଧାନର ବାଟ ବାହାରିପାରୁ ନାହିଁ ।
ଆବର୍ଜନା ପରିଚାଳନାକୁ ନେଇ ଠୋସ୍ ଯୋଜନାର । ଅଭାବ ଯୋଗୁଁ ବିଏମ୍ସି ବାରମ୍ବାର ଆୟେଇ ପଡ଼ୁଛି । ଖୋଦ୍ ରାଜଧାନୀରେ ଗୁରୁତର ବିଭ୍ରାଟ ଦେଖାଦେଇଥିଲେ ବି ରାଜ୍ୟ ସରକାର ଚୁପ୍ ବସିଛନ୍ତି । ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଖାରବେଳ ଭବନରେ ବସି ନାଟକ ଦେଖୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମହାନ୍ତି କହିଛନ୍ତି । ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ନିଜେ ପୂର୍ବରୁ ବିଏମ୍ସିର ପ୍ରଶାସକ ଦାୟିତ୍ବ ତୁଲାଇ ଥିଲେ । ସହରର ଏହି ସମସ୍ୟା ପ୍ରତି ସରକାର ଆଖୁ ବୁଜି ଦେଇଛନ୍ତି ।
ନଗର ଉନ୍ନୟନ ବିଭାଗ ନିଜ ଆଡୁ ସମସ୍ୟାର ସମାଧାନ ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁନାହିଁ । ବିଏମ୍ସି ମେୟର, କମିଶନର ଓ ରାଜ୍ୟ ସରକାର ନିଜ ଅପାରଗତା ଧରା ପଡ଼ିବା ଭୟରେ କଥା ଉପରେ ପରଦା ଘୋଡାଉଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆହୁରି ଚିନ୍ତାଜନକ ବିଷୟ ହେଲା ଯେ, ବିଏମ୍ସି ଶାସନ ଡୋରି ଶାସକ ଦଳ ହାତରେ ଥିଲାବେଳେ ଭୁବନେଶ୍ବରର ତିନି ବିଧାୟକ ବି ସେହି ଦଳର ଗଳି, କଲୋନୀ, ବସ୍ତି ସବୁଠି ଗନ୍ଧ । ନୂଆ ଡମ୍ପିଆଡ୍ ପାଇଁ ଜାଗା ଖୋଜି ବିଏମ୍ସି ନୟାନ୍ତ ହେବା ପରେ ହାତ ଟେକି ଦେଇଛି । ଭୁବନେଶ୍ବରସାରା ସହରରେ ଆବର୍ଜନା ଗଦା ହୋଇଗଲାଣି ।
ଆଜିର ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ । ଜଗନ୍ନାଥ ପ୍ରଧାନ, ଭୁବନେଶ୍ବର ବିଜେପି ମେୟର ପ୍ରାର୍ଥୀନି ସୁନୀତି ମୁଣ୍ଡୁ, ଜିଲ୍ଲା ସାଧାରଣ ସଂପାଦକ ହିଂମାଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ସୁର ଜେନା, ରାଜେନ୍ଦ୍ର ଦାସ, ଧୀରେନ ପାତ୍ର, ମାନସୀ ରାୟ, ତୃପ୍ତିମୟୀ ମକଦ୍ଧମ, ମନୋରଞ୍ଜନ ସ୍ବାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ବିଜେପି କର୍ପୋରେଟର ଜୀବନ ରାଉତ, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ ଜେନା, ଦାମୋଦର ବେହେରା, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ, ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ସଂପାଦକ ଉତି ପରିଡା, ରଜନୀବାଳା ଦାସ, ବିଜେପି ନେତା ସିଦ୍ଧାନ୍ତ ଦାସ, ସୁଶାନ୍ତ ସାବତ, ସୁନୀଲ ପ୍ରଧାନ, ସଂଗ୍ରାମ ନାୟକ, ମନୋଜ ପଶ୍ଚିମକବାଟ, କସ୍ତୁରୀ ମିଶ୍ର, ଜ୍ବତିରେଖା ନାୟକ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment