ସମ୍ବଲପୁର,ବ୍ୟାଙ୍କ ଅଫ ବରୋଦା, ସମ୍ବଲପୁର କ୍ଷେତ୍ର ପକ୍ଷରୁ ଖରିଆର ରୋଡ୍ସ୍ଥିତ ହୋଟେଲ ସ୍ବସ୍ତିଠାରେ ବ୍ୟାଙ୍କ ଅଫ୍ ବରୋଦା, ନୂଆପଡା ଏବଂ ବ୍ୟାଙ୍କ ଅଫ ବରୋଦା, ଖରିଆର ରୋଡ୍ ଶାଖାର ମିଳିତ ଆନୁକୁଲ୍ୟରେ ଏକ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂଆପଡା ଏବଂ ଖରିଆର ରୋଡ୍ ଅଞ୍ଚଳର ସମସ୍ତ ରାଇସ୍ ମିଲ୍ର ମାଲିକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟବସାୟୀମାନେ ଯୋଗ ଦେଇଥିଲେ ।
ବ୍ୟାଙ୍କ ପକ୍ଷରୁ ଆଞ୍ଚଳିକ ମହାପ୍ରବନ୍ଧକ ସୁରେନ୍ଦ୍ର ଗୋଣ୍ଡ, ଏସ୍ଏମ୍ଇ ଅଧୁକାରୀ ଯୋଗେନ୍ଦ୍ର ନାୟକ ଏବଂ କ୍ରେଡିଟ୍ ମୁଖ୍ୟ ଜିତେନ୍ଦ୍ର ଦାସ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ବ୍ୟବସାୟର ଉନ୍ନତି ନିମନ୍ତେ ଅଲୋଚନା କରାଯାଇଥିଲା । ନୂଆପଡା ଶାଖାର ଶାଖା ପ୍ରବନ୍ଧକ ତୁଲାରାମ ସାହୁ ଏବଂ ଖରିଆର ରୋଡ୍ ଶାଖାର ଶାଖା ପ୍ରବନ୍ଧକ ସୁଜିତ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Post a Comment