ଭୁବନେଶ୍ୱର,ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ବର କ୍ଷେତ୍ର ପକ୍ଷରୁ ଭୁବନେଶ୍ବରସ୍ଥିତ କସ୍ତୁରବା ଶିକ୍ଷା ଆଶ୍ରମ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ହିନ୍ଦୀ କବିତା ପାଠ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ବିଜେତା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ବର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରୀଷ୍ଣା ଟ୍ରଫି, ପ୍ରମାଣ ପତ୍ର ଓ ଷ୍ଟେସ୍ନାରୀ ସାମଗ୍ରୀ ପୁରସ୍କାର ସ୍ଵରୁପ ପ୍ରଦାନ କରିଥିଲେ । ଶ୍ରୀ କ୍ରୀଷ୍ଠା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କୁ ଜ୍ଞାନ ଅର୍ଜନର ମାର୍ଗ ତଥା ସମାଜରେ ଗୁରୁଙ୍କ ମହତ୍ତ୍ବ ସମ୍ପର୍କରେ କହିଥିଲେ । ଏହି ଅବସରରେ ଆବିଡିଏମ୍ ମାନସ ମହାରଣା ତଥା ରାଜଭାଷା ପ୍ରଭାରୀ ଅମିତ ବର୍ମନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀବୃନ୍ଦ ଉପସ୍ଥିତ ଥିଲେ ।
Post a Comment