ଭୁବନେଶ୍ୱର, ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ଙ୍କୁ ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ୱରେ ଭେଟି ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଲିଙ୍ଗୀପୁର, ଧଉଳି, ଇଟିପୁର, ଟିକରପଡ଼ା ପଞ୍ଚାୟତରେ ବନ୍ୟା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଅଛି। ଜନସାଧାରଣଙ୍କର ଘର, ଆସବାବପତ୍ର ଏବଂ ଫସଲ ସବୁ ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି । ସରକାରୀ ସାହାଯ୍ୟ ପାଇବା ଠାରୁ ବଞ୍ଚିତ ଲୋକମାନଙ୍କର ଦୁର୍ଦ୍ଦଶା ଜିଲ୍ଲା ସଭାପତି ବାବୁ ସିଂ ସେହି ଅଞ୍ଚଳ ଗସ୍ତ ସମୟରେ ଉପଲବ୍ଧ କରିଛନ୍ତି ।
ତେଣୁ ସେହି ଅଞ୍ଚଳକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା କରି ଅଞ୍ଚଳ ବାସୀଙ୍କୁ ରିଲିଫ ପ୍ରଦାନ କରାଯାଉ। ଫସଲର କ୍ଷୟକ୍ଷତି ଆକଳନକରି ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ସରକାରୀ ସହାୟତା ପ୍ରଦାନ କରାଯାଉ। ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆମ୍ଭେ ଆନ୍ଦୋଳନାତ୍ମକ ପଦ୍ଧତି ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ବାବୁ ସିଂ କହିଛନ୍ତି। ଏହି ବନ୍ୟା ପୀଡ଼ିତ ଙ୍କୁ ତୁରନ୍ତ ସହଯୋଗ କରିବା ପାଇଁ ଯୁଦ୍ଧ କାଳୀନ ଭିକ୍ତି ରେ କାର୍ଯ୍ୟ କରନ୍ତୁ ବୋଲି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି।
ଆଜିର ଏହି ଦାବୀ ପତ୍ର ପ୍ରଦାନ ବେଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ,ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଏକାମ୍ର ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ,ଟିକରପଡ଼ା ପଞ୍ଚାୟତର ସରପଞ୍ଚ ପଞ୍ଚେଇ ମଲ୍ଲିକ, ସମିତି ସଭ୍ୟ ସୁଜାତା ସାହୁ,ପୁର୍ବତନ ସମିତି ସଭ୍ୟ ବିଭୁତି ଭୂଷଣ ପ୍ରଧାନ,ବରିଷ୍ଠ ବିଜେପି ନେତା କାଳୀ ମିଶ୍ର,ଭଗବାନ ଦାଶ,ଟିକିନା ମଲ୍ଲିକ,ବୃନ୍ଦାବନ ସ୍ୱାଇଁ,ଅକ୍ଷୟ ବେହେରା, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment