loading...

ମଶାଙ୍କୁ ଦମନ କରିବା ପାଇଁ ସଚେତନତା ଜରୁରୀ : କିମସ୍ ବିଶେଷଜ୍ଞ

ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ମଶାଙ୍କ ବଂଶବିସ୍ତାର ହେବା ସହ ମଶାବାହିତ ରୋଗର ଆଶଙ୍କା ବୃଦ୍ଧି ପାଇଛି

ମଶାଙ୍କୁ ଦମନ କରିବା ପାଇଁ ସଚେତନତା ଜରୁରୀ : କିମସ୍ ବିଶେଷଜ୍ଞ


ଭୁବନେଶ୍ୱର,ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ମଶାଙ୍କ ବଂଶବିସ୍ତାର ହେବା ସହ ମଶାବାହିତ ରୋଗର ଆଶଙ୍କା ବୃଦ୍ଧି ପାଇଛି । ମଶା ବାହିତ ରୋଗରୁ ବର୍ତ୍ତିବା ପାଇଁ କିମ୍‍ସ ଭୁବନେଶ୍ୱରର ଡାକ୍ତରମାନେ ଜନସାଧାରଣଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି । 

ବିଶ୍ୱ ମଶା ଦିବସ ଅବସରରେ କିମ୍‍ସ କମ୍ୟୁନିଟି ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡା. କ୍ରିଷ୍ଣା ମିଶ୍ରଙ୍କ କହିଛନ୍ତି ମଶା ଦାଉରୁ ରକ୍ଷା ପାଇବା ପାଇଁ ହେଲେ ଘର ଆଖପାଖରେ ଜମିଥିବା ପାଣିରେ କିରୋସିନ କିମ୍ବା ମିନେରାଲ ତେଲ ପକାଇବା ଏବଂ ଆଖପାଖ ପରିବେଶକୁ ଶୁଷ୍କ ଏବଂ ସଫା ସୁତରା ରଖିବା ଜରୁରୀ । ଏହା ବ୍ୟତୀତ ବାହାରକୁ ବାହାରିବା ସମୟରେ ସଂପୂର୍ଣ୍ଣ ହାତ ଓ ପାଦ ପର୍ଯ୍ୟନ୍ତ ଘୋଡ଼େଇ ହୋଇ ରହୁଥିବା ପୋଷାକ ସହ ମଶା ବିରୋଧୀ ଲୋସନ କିମ୍ବା ନଡ଼ିଆ ତେଲ ଦେହରେ ଲଗାଇଲେ ମଶା ଦାଉରୁ ଅନେକ ମାତ୍ରାରେ ରକ୍ଷା ମିିଳି ପାରିବ ।

ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମଶା ଜନିତ ରୋଗ ଓଡ଼ିଶାର ସ୍ୱାସ୍ଥ୍ୟସେବା ପାଇଁ ଚିନ୍ତାର କାରଣ ପାଲଟିଛି । ଗତ କିଛି ମାସ ହେବ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଏହି ରୋଗ ବୃଦ୍ଧି ପାଇଛି । ମଶା ଦ୍ୱାରା ହେଉଥିବା ରୋଗର ଲକ୍ଷଣଗୁଡିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ବାନ୍ତି ଏବଂ ମାଂସପେଶୀ ଯନ୍ତ୍ରଣା । ମଶା ଦାଉରୁ ରକ୍ଷା ପାଇଁ ରାଜ୍ୟ ସରକାଙ୍କ ପକ୍ଷରୁ ମଶାରୀ ଯୋଗାଇ ଦିଆଯାଉଛି । ସଭିଏଁ ଏହାକୁ ବ୍ୟବହାର କରିବା ଜରୁରୀ । 

ବିଶେଷ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଏହାକୁ ନିୟମିତ ବ୍ୟବହାର କରିବା ଉଚିତ । ସାଧାରଣତଃ ମ୍ୟାଲେରିଆ ବାହକ ମଶା ରାତି ୯ଟାରୁ ସକାଳ ୫ଟା ମଧ୍ୟରେ କାମୁଡ଼ି ଥାନ୍ତି । ସେହିଭଳି ସକାଳ ସମୟରେ ଡେଙ୍ଗୁ ମଶା କାମୁଡ଼ିଥାନ୍ତି । ଏମାନେ ସାଧାଣତଃ ସଫା ପାଣିରେ ପ୍ରଜନନ କରନ୍ତି । ତେଣୁ ଘରେ ଖୋଲାରେ ରଖାଯାଉଥିବା ପାଣିକୁ ନିୟମିତ ବଦଳାଇବା ଦରକାର । ପରିଷ୍କାର ପରିଚ୍ଛନ୍ନ ରହିବା ସହ ଜମାଟ ରହୁଥିବା ଜଳକୁ ନିୟମିତ ପରିବର୍ତ୍ତନ କରି  କିମ୍ବା ପାଣି ଜମି ରହୁଥିବା ସ୍ଥାନଗୁଡ଼ିକରେ ମଶା ବିରୋଧୀ ରାସାୟନ ପଦାର୍ଥ ପ୍ରୟୋଗ କରାଯିବା ଦରକାର ବୋଲି ଡ. ମିଶ୍ର କହିଛନ୍ତି ।

ଆଜିକାଲି ମୁଖ୍ୟତଃ ଜେନେଟିକ ମଶା ଉପରେ ଅଧିକ ଗୁରତ୍ୱ ଦିଆଯାଉଛି । ଯାହା ମଣିଷ ସମାଜ ଉପରେ କୌଣସି ପ୍ରଭାବ ନ ପକାଇ ଡେଙ୍ଗୁ ବାହକ ମଶାଙ୍କ ବଂଶ ବୃଦ୍ଧିରେ ରୋକ୍ ଲଗାଇବାରେ ବିଶେଷ ସହାୟକ ହେବ ବୋଲି ଡା.ମିଶ୍ର କହିଛନ୍ତି । ମ୍ୟାଲେରିଆ ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୨୦ରେ ବିଶ୍ୱ ମଶା ଦିବସ ପାଳନ କରାଯାଇଥାଏ । ବିଶ୍ୱ ବ୍ୟାପୀ ପ୍ରତିବର୍ଷ ହାରାହାରି ୫ ଲକ୍ଷ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ବେଳେ ବାର୍ଷିକ ୩୬ ହଜାର ଲୋକ ଡେଙ୍ଗୁରେ ଶିକାର ହୁଅନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget