ଭୁବନେଶ୍ୱର, ତୁଷାର ଗରିଟେବୁଲ ଟ୍ରଷ୍ଟ, ଭୁବନେଶ୍ବର ତରଫରୁ ୭୫ ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ତା ୧୩.୦୮.୨୦ ୨୨ ରିଖ ଦିନ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ବିଶିଷ୍ଟ ଅତିଥିଗଣ ତଥା ଶତାଧିକ କବିମାନଙ୍କ ଗହଣରେ ମହାଆଡମ୍ବରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭାର ଉଦ୍ଘାଟକ ଭାବରେ ମାନ୍ୟବର ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଓଡ଼ିଶା ଓ ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ମହୋଦୟ, ସମ୍ମାନିତ ଅତିଥୀ ଭାବେ ଶ୍ରୀଯୁକ୍ତ ଗୋଲକ ମହାପାତ୍ର, ବିଜେପି ରାଜ୍ୟ କମିଟି ସମ୍ପାଦକ ଓଡ଼ିଶା ଓ ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଏଫ୍.ଏନ୍.ସି କୁବର ଉପସଭାପତି ଅଦିତ ପ୍ରସାଦ ସାହୁ, ସମାଜସେବୀ ପରମେଶ୍ୱର ଦାସ, ବିଶିଷ୍ଟ ସାମ୍ବାଦିକ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିଗଣ ମଞ୍ଚରେ ଉପସ୍ଥିତ ଥିଲେ ।
ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶ୍ରୀ ବିକାଶ ଚନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ଶିବିର କୁମାର ପରିଡ଼ା, ସଭାପତି ଶ୍ରୀ ଜିତେନ୍ଦ୍ର ଜେନା ଓ ସମ୍ପାଦକ ଶ୍ରୀ ବିବେକାନନ୍ଦ ବାରିକ, ଟ୍ରଷ୍ଟର ସଦସ୍ୟ ସଂଗ୍ରାମ ଜେନା, ମାନସ ନାୟକ ମଞ୍ଚରେ ଉପସ୍ଥିତ ଥିଲେ । ତୁଷାର ଗରିଟେବୁଲ ଟ୍ରଷ୍ଟର ଦୀର୍ଘ ୧୫ ବର୍ଷର ଲମ୍ବ ପଥ ଅତିକ୍ରମ ମଧ୍ୟରେ ସମାଜର ବିଭିନ୍ନ କ୍ଷେତ୍ରରେ ତାର ସେବା ଗୁଣ୍ଡୁଚିମୂଷା ପରି ଆଜି ପର୍ଯ୍ୟନ୍ତ କରିଆସୁଅଛି । ରକ୍ତଦାନ ଶିବିର, ମହିଳା ଶିଶୁ ଓ ବୃଦ୍ଧମାନଙ୍କର ସେବା, ବିଭିନ୍ନ ଜନସଚେତନତା ଶିବିର ଏବଂ କ୍ରୀଡ଼ା ଓ ମନୋରଞ୍ଜନ କ୍ଷେତ୍ରରେ ବିଭିନ୍ନ ସମୟରେ କାର୍ଯ୍ୟ କରିଆସୁଅଛି । ୨ ବର୍ଷ ହେବ ବିଭିନ୍ନ ସେବା ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏହି ଟ୍ରଷ୍ଟ ସାହିତ୍ୟରେ ଅନୁରାଗୀ ହୋଇ ସାହିତ୍ୟିକମାନଙ୍କର ମନକୁ ମଧ୍ୟ ଆନନ୍ଦିତ କରିଆସିଛି । ସାହିତ୍ୟ କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଅନୁଷ୍ଠାନ ସାହିତ୍ୟ ସେବା କ୍ଷେତ୍ରରେ ସମ୍ବର୍ଦ୍ଧିତ କରିଅଛି ବିଶିଷ୍ଟ ଅତିଥିମାନଙ୍କ କରକମଳରେ କଳାକାର କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ବିଶେଷ ଅବଦାନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ସାମ୍ବାଦିକ କ୍ଷେତ୍ରରେ ଓ ସମାଜସେବା କ୍ଷେତ୍ରରେ ଅହରହ ସମାଜକୁ ସୁଧୁରେଇବାର ବାଟ ଫିଟାଉଥିବା ବିଶିଷ୍ଟ ବ୍ୟକ୍ତିତ୍ବ ଏହି ଟ୍ରଷ୍ଟ ସମ୍ବର୍ଦ୍ଧିତ କରିପାରିଥିଲା । ‘ଆମେ କେତେ ସ୍ଵାଧୀନ’ ଏହି ବିଷୟବସ୍ତୁ ନେଇ ଅତିଥିଗଣ ବକ୍ତବ୍ୟ ରଖିଥିଲେ ସ୍ଵାଧୀନତା ପାଇବାର ୭୫ ବର୍ଷ ହେବା ପରେ ଭାରତର ସ୍ଥିତି, । ଗତି, ଅବସ୍ଥିତି ତଥା ଭାରତର ନାଗରିକଗଣଙ୍କ ଅଧିକାର ଓ ସଚେତନତା ବିଷୟରେ ଅତିଥିଗଣ ଆଲୋକପାତ କରିଥିଲେ । ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିତ୍ବ ଗଣ “ତୁଷାର ଗରିଟେବୁଲ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ଶ୍ରୀ ନରେନ୍ଦ୍ର ନାଥ ଦାଶ, ଡ. ନିର୍ମଳ ନାୟକ, ଗୀତିକବି ବିପିନ ମହାନ୍ତି, ଶ୍ରୀମତୀ ଚମକ ଋନ୍ଦିନୀ ଦାଶ, ଅଧ୍ୟାପିକା ସୌଦାମିନୀ ବେହେରା, ଇଂ ଡ଼ ଦୀପ୍ତି ରଞ୍ଜନ ପଣ୍ଡା ପ୍ରଭୃତି ସାହିତ୍ୟ ସେବା କ୍ଷେତ୍ରରେ ସମ୍ବର୍ଦ୍ଧିତ ହୋଇଥିଲେ ।
କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ଏବଂ ଦେଶ ତରଫରୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସଫଳ ହୋଇଥିବା ରଶ୍ମୀରଞ୍ଜନ ସାହୁ, ଓଡ଼ିଆ ସିନେମା ଜଗତର ଆଗଧାଡ଼ିର କଳାକାର ଶ୍ରୀଯୁକ୍ତ ଦେବୀ ବାରିକଙ୍କୁ ‘କଳାଶ୍ରୀ ସମ୍ମାନ’, ସମାଜେସବା କ୍ଷେତ୍ରରେ ବିଜୟ କୁମାର ଚୌଧୁରୀ, ଡଃ ପ୍ରମୋଦ ଚନ୍ଦ୍ର ଦାଶ, ଅର୍ଜୁନ ସାହୁ, ଅଶୋକ ପଟ୍ଟନାୟକ, ଶ୍ରୀମତୀ ନିବେଦିତା ଭଞ୍ଜ, ଭରସା ଫାଉଣ୍ଡେସନ, ଅଚ୍ଚିତ ବେହେରା, ତ୍ରିରଙ୍ଗା ମ୍ୟାନ୍ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସମ୍ବାଦ ପତ୍ର କ୍ଷେତ୍ରରେ ‘ଓ ଟିଭି’ର ନିରଞ୍ଜନ ରେଡ଼ି, କନକ ନ୍ୟୁଜର ସୃତିରଞ୍ଜନ ବେହେରା, ସୌମ୍ୟରଞ୍ଜନ ନାୟକ, ଅନିଶ ଦାଶ, ଅରୁନ୍ଧତୀ ମଲ୍ଲିକ, ପ୍ରମୋଦ ନାୟକ, ବିଭୂତି ସାହୁ, ଡଃ ଦେବୀ ପ୍ରସାଦ ବିଶ୍ବାଳ, ମମତା କର, ଭରତ ପ୍ରଧାନ, ଅମରେଶ ବେଉରା, ସୁନିଲ୍ ଲେଙ୍କା, ରତିକାନ୍ତ ବଳ, ସୁଶାନ୍ତ କୁମାର ସାହୁ, ପିପିଏଲ୍ ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରାୟ ୫୦ରୁ ଉଦ୍ଧ କବିଗଣ ଦେଶଭକ୍ତି ଶୀର୍ଷକ କବିତା ପଠନ କରିଥିଲେ । କବି ଚମକ ଗ୍ରନ୍ଦିନୀ ଦାଶ ଓ କବି ସୌଦାମିନୀ ବେହେରାଙ୍କ ବଳିଷ୍ଠା ସଂଯୋଜନାରେ ଦେଶାମାବୋଧକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଅଧାପିକା ସୌଦାମିନୀ ବେହେରା ସୁପ୍ଟରରୁପେ ମଞ୍ଚ ସଞ୍ଚାଳନ କରିଥିଲେ । ସମ୍ପାଦକ ବିବେକାନନ୍ଦ ବାରିକଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ସମ୍ପାଦିତ ହୋଇପାରିଥିଲା ।ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିବେକାନନ୍ଦ ବାରିକ ସମ୍ପାଦକୀୟ ବିବରଣୀରେ ଅନୁଷ୍ଠାନର ଉତଥାନ, ପତନ, ଝଞ୍ଜାର ପରିସ୍ଥିତି ବିଷୟରେ କାର୍ଯ୍ୟକ୍ରମରେ ଉପସ୍ଥାପନ କରିଥିଲେ । ସମାଜସେବା କ୍ଷେତ୍ରରେ ଏହି ଟ୍ରଷ୍ଟ ଅହରହ ଉଦ୍ୟମ ଜାରି ରଖୁଛି ଏବଂ ସବୁବେଳେ ସେବା ସମାଜକୁ ଯୋଗାଇଦେବ ବୋଲି ସମ୍ପାଦକ କହିଥିଲେ ।
Post a Comment