loading...

କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ସମ୍ବଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ସମ୍ବଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ

କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ସମ୍ବଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ


ଭୁବନେଶ୍ବର, ଦେଶ ଏବେ ପାଳନ କରୁଛି ସ୍ଵାଧୀନତା ୭୫ ବର୍ଷ ପୂର୍ତ୍ତି ଉତ୍ସବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଅଗଣିତ ସ୍ବାଧୀନତା ସଂଗ୍ରାମୀଙ୍କର ତ୍ୟାଗପୂତ ବଳିଦାନ ଫଳରେ ଆମକୁ ମିଳିଥିବା ସ୍ବାଧୀନତା ଓ ଭାରତର ଗଣତନ୍ତ୍ର ପ୍ରତି ସଂପ୍ରତି ଆହ୍ବାନ ସୃଷ୍ଟି ହୋଇଛି । ମହାମନିଷୀ ମାନଙ୍କର ଅବଦାନକୁ ନ୍ୟୁନ କରିବାପାଇଁ ଏବେ ଅପଚେଷ୍ଟା ଚାଲିଛି । ହେଲେ ଏ ଜାତି ସେ ମହାପୁରଷ ମାନଙ୍କର ବଳିଦାନକୁ କେବେବି ଭୁଲି ପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ଏକ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

ପିସିସି ପକ୍ଷରୁ ୭୬ତମ ବର୍ଷ ସ୍ଵାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ଯଥା ପ୍ରବନ୍ଧ, ବର୍ତକ ଓ ସ୍ପଷ୍ଟ ଫେଟିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ୪୬ ଜଣ କୃତି ପ୍ରତିଯୋଗୀଙ୍କୁ ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । 

ପିସିସି ତାଲିମ ବିଭାଗ ମୁଖ୍ୟ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଫଚାନନ କାନୁନଗୋ,ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା କିଶୋର ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ କଷ୍ଟଲବ୍ଧ ସ୍ବାଧୀନତା ସୁରକ୍ଷା ଦାୟୀତ୍ବ ଭବିଷ୍ୟତ ବଂଶଧରଙ୍କ ହାତରେ ବୋଲି କହିବା ସହ ଏହାର ମର୍ଯ୍ୟାଦା ରକ୍ଷାପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ଲଲାଟେନ୍ଦୁ ମହାପାତ୍ର, ବିସ୍ମୟ ମହାପାତ୍ର, ଦୀପକ ସାହୁ ଓ ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମିହିର ଆଚାର୍ଯ୍ୟଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଥୁଲା ଓ ନିରଞ୍ଜନ ଲେଙ୍କା ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget