loading...

ରାଜଭବନରେ ଭାରତମାତାଙ୍କ ମୂର୍ତ୍ତିର ଅନାବରଣ ଉତ୍ସବ

ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ପବିତ୍ର ସ୍ଵାଧୀନତା ଦିବସରେ ରାଜଭବନରେ ସ୍ଥାପିତ ଭାରତମାତାଙ୍କ ମୂର୍ତ୍ତିକୁ ରାଜ୍ୟପାଳ ପ୍ରଫେସର

ରାଜଭବନରେ ଭାରତମାତାଙ୍କ ମୂର୍ତ୍ତିର ଅନାବରଣ ଉତ୍ସବ


ଭୁବନେଶ୍ୱର, ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ ପବିତ୍ର ସ୍ଵାଧୀନତା ଦିବସରେ ରାଜଭବନରେ ସ୍ଥାପିତ ଭାରତମାତାଙ୍କ ମୂର୍ତ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନାବରଣ କରିଛନ୍ତି । ମୂର୍ତ୍ତି ଅନାବରଣ କରି ରାଜ୍ୟପାଳ ପ୍ରଫେସର ଲାଲ ଭାରତକୁ କେବଳ ମାତ୍ର ଭୁଗୋଳ ନୁହେଁ, ଜୀବନ୍ତ ଦେବୀ ଏବଂ ଆଦିଶକ୍ତିଙ୍କ ଏକ ରୂପ ଭାବେ ଅଭିହିତ କରିଛନ୍ତି । ସମଗ୍ର ବିଶ୍ଵର କଲ୍ୟାଣ ଉଦେଶ୍ୟରେ ମାତାଙ୍କର ଆବିର୍ଭାବ ହୋଇଛି ବୋଲି ଉଲ୍ଲେଖ କରି ପ୍ରଫେସର ଲାଲ ଏହି ମୂର୍ତ୍ତି ଆମ ସମସ୍ତଙ୍କୁ ଅନୁପ୍ରାଣିତ ଓ ଅନୁପ୍ରେରିତ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।

ଅନାବରଣ ଉତ୍ସବରେ ପଦ୍ମଭୂଷଣ ବିଜୟିନୀ ପ୍ରତିଭା ରାୟଙ୍କ ସହ ପଦ୍ମଶ୍ରୀପ୍ରାପ୍ତା ପ୍ରିୟମ୍ବଦା ମହାନ୍ତି ହେଜମାଦି, ତୁଳସୀ ମୁଣ୍ଡା, କୁକୁମ୍ ମହାନ୍ତି, ଇଲିଆନା ସିତାରିଷ୍ଟ, ଅରୁଣା ମହାନ୍ତି, ସାବରମତୀ ଓ ଶ୍ୟାମାମଣି ଦେବୀ ଅତିଥି ରୂପେ ଯୋଗଦେଇଥିଲେ । ଶିଳ୍ପୀ ବିଶ୍ୱନାଥ ରଣା ଭାରତମାତାଙ୍କ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଓ ରାଜଭବନର ଅକାରୀ ତଥା କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget