loading...

ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି : ସମୀର ମହାନ୍ତି

ଓଡ଼ିଶା ଏକ ନଦ ନଦୀ ବହୁଳ ବନ୍ୟା ପ୍ରଭାବିତ ରାଜ୍ୟ । ଏନେଇ ଓଡ଼ିଶାରେ କେତେବେଳେ ବର୍ଷା ହୋଇ ନଦୀ ବଢ଼ିବ ତାହାର କୌଣସି ଠିକଣା ନଥାଏ

ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି : ସମୀର ମହାନ୍ତି


ଭୁବନେଶ୍ୱର, ଓଡ଼ିଶା ଏକ ନଦ ନଦୀ ବହୁଳ ବନ୍ୟା ପ୍ରଭାବିତ ରାଜ୍ୟ । ଏନେଇ ଓଡ଼ିଶାରେ କେତେବେଳେ ବର୍ଷା ହୋଇ ନଦୀ ବଢ଼ିବ ତାହାର କୌଣସି ଠିକଣା ନଥାଏ । ରାଜ୍ୟ ସରକାର ବନ୍ୟା ଜଳ ପରିଚାଳନା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣଙ୍କ ଜୀବନ ବିପଦରେ । ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି । ରାଜ୍ୟର ୧୨ ରୁ ଅଧୁକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହେଉଥିବା ଏସଆରସି ରିପୋର୍ଟ ଦେଇଛନ୍ତି । ବନ୍ୟା ଜଳ ପ୍ରଭାବରେ ରାଜ୍ୟର ପ୍ରାୟ ୩୦୦ ଶହରୁ ଉର୍ଦ୍ଧ ଗାଁ ବାହ୍ୟଜଗତରୁ ବିଛିନ୍ନ ହେବା ସହ ୧୦ଟି ଜିଲ୍ଲାର ୩୯ ଟି ବ୍ଲକ ଓ ୩୬୯ ଗ୍ରାମ ପଂଚାୟତର ୧୩୬୫ରୁ ଉର୍ଣ୍ଣ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । 

ବନ୍ୟା ଜଳରେ ୨ ଲକ୍ଷରୁ ଉର୍ଦ୍ଧ ଲୋକ ପ୍ରଭାବିତ ହୋଇଥିଲାବେଳେ ୩୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ରାଜ୍ୟରେ ବନ୍ୟା ପରିସ୍ଥିତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବାବେଳେ ଲୋକେ ନିଜ ନିଜ ଘର ପରିବାର ଓ ଅଂଚଳକୁ ବଂଚେଇବା ପାଇଁ ବ୍ୟକ୍ତିଗତ ସ୍ତରରେ ମେଳି ହୋଇ ଉଦ୍ଧାର କାର୍ଯ୍ୟ ଓ ବନ୍ଧ ମରାମତିରେ ଲାଗିଛନ୍ତି । ଜନସାଧାରଣ ଏକାଠି ହୋଇ ନିଜ ଗାଁରେ ବଂଚାଇବା କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର କେବଳ ପ୍ରଚାର ଏବଂ ନୋଟିସ୍ ଜାରି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟରେ ଜଳ ନୀତି ଥାଇ ମଧ୍ୟ ନିୟମିତ କାର୍ଯ୍ୟକାରୀ । କରୁନାହାନ୍ତି ରାଜ୍ୟ ସରକାର । ପ୍ରତିବର୍ଷ ଜଳ ପରିଚାଳନା, ଜଳ ନିଷ୍କାସନ ଓ ନଦୀ ବନ୍ଧ ବାଡ ସୁରକ୍ଷା ପ୍ରସଙ୍ଗରେ ସମୀକ୍ଷା ତଥା ଆକଳନ ହେବାର ଆବଶ୍ୟକତା ଥିଲା ବେଳେ ରାଜ୍ୟ ସରକାର ଗତ ୩ବର୍ଷ ଧରି ସେତି ପ୍ରତି ଧ୍ୟାନ ନଦେଇ ଚିରନିଦ୍ରାରେ ଶୋଇପଡୁଛନ୍ତି, ଯାହାର ପରିଣାମ ରାଜ୍ୟବାସୀ ଭୋଗୁଛନ୍ତି । ରାଜ୍ୟ ସରକାର ନଦୀ ବନ୍ଧବାଡିର ସ୍ଥିତି ନେଇ ଆକଳନ କରୁନାହାନ୍ତି ଫଳରେ ନଦୀ ବନ୍ଧମାନଙ୍କରେ । ମୂଷାଗାତ ସୃଷ୍ଟିହୋଇ ଘାଇରେ ପରିଣତ ହୋଇଛି । ରାଜ୍ୟ ସରକାର ବର୍ଷାଦିନ ପୂର୍ବରୁ ଦୁର୍ବଳ ବନ୍ଧର ସମୀକ୍ଷା କରିଥିଲେ ବନ୍ୟା ପରିସ୍ଥିତି । ସୃଷ୍ଟି ହୋଇନଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ଖୋର୍ଦ୍ଧା, ନୟାଗଡ ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାର ବିଭିନ୍ନ ଅଂଚଳ ବନ୍ୟା ପ୍ରଭାବିତ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବର, କଟକ, ସମ୍ବଲପୁର ଭଳି ପ୍ରମୁଖ ସହରରେ ଅନେକ ତଳି । ଅଂଚଳରେ ବର୍ଷା ଜଳ ପଶି ଲୋକେ ହନ୍ତସନ୍ତ ହେବା ସହ ଖାଇବାକୁ ପାଉନାହାନ୍ତି । ଏନେଇ ବନ୍ୟା ପ୍ଲାବିତ ଜନସାଧାରଣଙ୍କୁ ବିଜେପିର  କାର୍ଯ୍ୟକର୍ତା ନିଷ୍ଠାର ସହ ଆଗେଇ ଆସି ଉଦ୍ଧାର କାର୍ଯ୍ୟ, ରିଲିଫ କାର୍ଯ୍ୟ ସହ ଜଳ ବନ୍ଧୀରେ ଥିବା ଲୋକଙ୍କ ପାଖରେ ଫହଚିବାକୁ ଶ୍ରୀ ମହାନ୍ତି ଆହ୍ବାନ ଦେଇଛନ୍ତି । ଜଳବାୟୁ ପରିବର୍ତନ, ଗୋତ୍ମାଲ ୱାରର୍ମିଙ୍ଗ, ଅଦିନିଆ ବନ୍ୟା ବାତ୍ୟା ପରିସ୍ଥିତିକୁ ନେଇ ପ୍ରତି ୧୦ ବର୍ଷରେ ‘କଉଁ କୋର୍ଡର । ସଂଶୋଧନ ହେବା କଥା କିନ୍ତୁ ୨ ୨ ବର୍ଷର ସରକାର ନିଦ୍ରାରେ ଶୋଇଛନ୍ତି । ଫଳରେ ପ୍ରତିବର୍ଷ ବନ୍ୟାରେ ଶହ ଶହ ଗାଁ ଜଳମଗ୍ନ ହେଉଛି । । ନଦୀବନ୍ଦ ମରାମତି ନାଁରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ମିଛ ବିଲ ପ୍ରସ୍ତୁତ କରାଯାଇ ଆତ୍ମସାତ କରାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget