ସମ୍ବଲପୁର, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ ଏଜି) ଋଣ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ହୋଇଅଛି । ୟୁନିୟନ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଏ ମଣିମେଖାଲାଇ ତାଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ଗରିବ ତଥା ଅବହେଳିତଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡିକ ଉପରେ ଆଲୋଚନା କରିଥିଲେ । କୃଷକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଋଣ ପ୍ରଦାନ ଉପରେ ଅଧ୍ବକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରମାକାନ୍ତ ପ୍ରଧାନ ତାଙ୍କର ୨ ଦିନିଆ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଗସ୍ତ ଅବସରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ସେ ସମସ୍ତ ଶାଖା ମୁଖ୍ୟମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଭିଭିରେ ଋଣ ପ୍ରଦାନ କରିବାକୁ କହିଥିଲେ । ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାର କ୍ୟାପସିମେ, ଏବଂ ଉପ-କ୍ଷେତ୍ରୀୟ ମୁଖ୍ୟ ହରେନ୍ଦ୍ର କୁମାର ଜେନା ଶାଖା ମୁଖ୍ୟମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଯେ କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆର ନିକଟସ୍ଥ ଶାଖାରୁ ବିନା ଗ୍ୟାରେଣ୍ଟିରେ ରଣ ଉପଲବ୍ଧ କରିପାରିବେ ଏବଂ ଏହି ସୁବିଧାକୁ ଆପଣେଇ ନିଜର ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଆଣି ପାରିବେ ।
Post a Comment