ଭୁବନେଶ୍ୱର, ତା ୮୯ : ଆଜି ୟୁନିଟ୍-୯ ସ୍ଥିତ ବୁଦ୍ଧ ମନ୍ଦିରଠାରେ ଭୁବନେଶ୍ୱର ଏବଂ କଟକର ସମସ୍ତ ବିଉଟିପାର୍ଲର ମାଲିକ ଏବଂ କର୍ମଚାରୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଆଜି ନୂଆକରି ଭୁବନେଶ୍ବର ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ଗଠିତ ହୋଇଛି । ପୂର୍ବରୁ ୨୦ଟି ଜିଲ୍ଲାରେ ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ଗଠିତ ହୋଇସାରିଛି । ଆଜି ଭୁବନେଶ୍ବର ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ନୂଆକରି ଗଠିତ ହୋଇଥିଲେ ମଧ୍ୟ ଏହା କଟକ ଜିଲ୍ଲା ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ସହ ମିଳିତ ହୋଇ ରହିବ ବୋଲି ଘୋଷଣା କରାଯାଇଅଛି ।
ଭୁବନେଶ୍ଵର ସଂଘର ସଭାପତି ଭାବେ ଶ୍ରୀମତୀ ପ୍ରବୀଣା ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଛନ୍ତି । ସଂଘର ପ୍ରତିଷ୍ଠା ହେବାର ମୁଖ୍ୟ କାରଣ ହେଉଛି ଓଡ଼ିଶାରେ ସବୁ ପ୍ରକାର କର୍ମରେ ଲିପ୍ତ ଥିବା କର୍ମଚାରୀ ଓ ମାଲିକମାନଙ୍କର ସଂଘ ଥିଲାବେଳେ ବିଉଟିସିଆନ୍ ମାନଙ୍କର ସଂଘ ନଥିଲା । ବିଶେଷକରି କରୋନା ଲଡାଉନ୍ ସମୟରେ ସବୁ ବିଉଟିପାର୍ଲର ଗୁଡ଼ିକ ବନ୍ଦ ଥିବାବେଳେ କର୍ମଚାରୀମାନେ କାମ ନପାଇ ପାର୍ଲର ଛାଡ଼ି ଚାଲିଯିବା ହେତୁ ଉଭୟ ମାଲିକ ଓ କର୍ମଚାରୀମାନେ ଯେଉଁଭଳି ଭାବେ ହଇରାଣ ଓ ହରକତ ହୋଇଥିଲେ, ସେମାନଙ୍କ ଦୁଃଖ ସରକାରଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ଏବଂ ସରକାରଙ୍କ ପାଖରେ ଦାବି ଜଣାଇବା ପାଇଁ କୌଣସି ସଂଘ ନ ଥିଲା ବୋଲି ଆଜି ସେମାନେ ସଂଘ କରି ନିଜର ସମସ୍ତ ସମସ୍ୟା ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ରାସ୍ତା ବାହାର କଲେ ।
ସେହିଭଳି ଭାବେ ଆମେ ସମସ୍ତିଙ୍କୁ ନେଇକି ଚାଲିବୁ, ସଂଗଠନକୁ ମଜଭୁତ କରିବୁ ଏବଂ ଆଜି ଯେଉଁ ଭିଭିପ୍ରସ୍ତର ସ୍ଥାପନ କଲୁ, ତାହା ମାଧ୍ୟମରେ ଆମେ କାନ୍ଧକୁ କାନ୍ଧ ମେଳାଇ, ହାତକୁ ହାତ ମେଳାଇ ପରସ୍ପର ପରସ୍ପରର ସୁଖ ଦୁଃଖରେ ସାମିଲ୍ ହୋଇ ଆଗକୁ ବଢିବୁ ବୋଲି ଭୁବନେଶ୍ଵର ସଂଘର ଆସିଷ୍ଟାଣ୍ଟ ଜେନେରାଲ୍ ସେକ୍ରେଟାରୀ ବନଜା ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି । ସେହିଭଳି ଆଗାମୀ ଦିନରେ ସବୁ ଜିଲ୍ଲା ବୁଲି ଆମ ବିଉଟିସିଆନ୍ ଆସୋସିଏସକୁ ଆହୁରି ମଜବୁତ୍ କରିବୁ ଏବଂ ଆଗାମୀ ୧୬ ତାରିଖ ଦିନ କଟକର ଶହୀଦ ଭବନଠାରେ ଅଲ୍ ଓଡ଼ିଶା । ବିଉଟିସିଆନ୍ ମାନଙ୍କର ଏକ ବିରାଟ ସମାବେଶ ଅନୁଷ୍ଠିତ କରିବାକୁ ଯାଉଛୁ ବୋଲି କହିଛନ୍ତି କଟକ ଜିଲ୍ଲା । ବିଉଟିସିଆନ୍ ଆସୋସିଏସନ୍ର ସଭାପତି ସୁପ୍ରିୟା ମିଶ୍ର ।a
Post a Comment