ଭୁବନେଶ୍ୱର, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗୋଲ୍ ଲୋନ୍ କାରବାର ଏବଂ ଗ୍ରାହକ । ସେବାକୁ ଆହୁରି ଅଧିକ ସୁଦୃଢ କରିବା ନିମନ୍ତେ ୭୦୫ଟି ନୂତନ ୟୁନିୟନ୍ ଗୋଲ୍ ଲୋନ୍ ପଏଣ୍ଟ । ଉଦ୍ଘାଟିତ ହୋଇଯାଇଛି । ବର୍ତ୍ତମାନ ସାରା ଦେଶରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୧୨ ୨୧ଟି ଗୋଲୁ ଲୋନ୍ ପଏଣ୍ଟ ରହିଛି । ଏହି ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ । ଅଧକାରୀ ଏ. ମଣିମେଖାଲାଇ ଉପଯୁକ୍ତ ସୁନା ଋଣ ବ୍ୟବସାୟର ସୁଯୋଗକୁ ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ କାରଣ ଏହା କମ୍ ସମୟ ମଧ୍ୟରେ ସବୁଠାରୁ ସୁରକ୍ଷିତ ଏବଂ ଅସୁବିଧା ମୁକ୍ତ ଋଣ ପ୍ରଦାନର ମାଧ୍ୟମ ଅଟେ ଯାହାର ଅର୍ଥ ହେଲା ଦ୍ରୁତ ଟିଏଟିରେ ସହଜ ରଣ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସମାଜରେ ସୁନା ଅଳଙ୍କାର ପ୍ରତି ଭାବପ୍ରବଣ ମୂଲ୍ୟବୋଧ ରହିଛି ଏବଂ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ବିଶ୍ବାସକୁ ଅକ୍ଷୁର୍ଣ୍ଣ ରଖିବାକୁ ସର୍ବଦା ଯତ୍ନଶୀଳ ରହିଛି । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୁନ୍ ୨୦୨ ୨ ତ୍ରୈମାସ ପାଇଁ ନୂତନ ପଦକ୍ଷେପର ଏକ ଅଂଶ ଭାବେ ୟୁନିୟନ୍ ଗୋଲ୍ ଲୋନ୍ ଭର୍ଟିକାଲର ଘୋଷଣା କରିଅଛି । ଗୋଲ୍ ଲୋନ୍ ପୋର୍ଟପୋଲିଓ ଅନ୍ତର୍ଗତ ମାର୍କେଟ ସେୟାରକୁ ବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ଏହି ଭର୍ଟିକାଲକୁ ଧାରଣ କରାଯାଇଛି । ବ୍ୟାଙ୍କ ନିଜର ବିଶିଷ୍ଟ ଶାଖାଗୁଡିକରେ ୟୁନିୟନ୍ ଗୋଲ୍ ଲୋନ୍ ପଏଣ୍ଟ (ୟୁଜିଏପି)ର ଶୁଭାରମ୍ଭ ୨୦୨୦ ମସିହାରେ କରିଥିଲା ଯାହା ଦ୍ଵାରା ସାରା ଦେଶରେ ବଛା ବଛା ଶାଖାଗୁଡିକରେ ବ୍ୟବସାୟିକ । କାରବାରର ବିକାଶ ଉପରେ ଧ୍ୟାନ ଦିଆଯାଇପାରିବ ଏବଂ ଏହାର ୫୧ ୬ଟି ବିଶେଷ ଭାବେ ଡିଜାଇନ । ହୋଇଥିବା ୟୁନିୟନ୍ ଗୋଲ୍ ଲୋନ୍ ପଏଣ୍ଟ ଶାଖା ରହିଛି ଯାହା ଗ୍ରାହକମାନଙ୍କୁ ସୁନା ଋଣ ପ୍ରଦାନ । କରିବାକୁ ବିଶେଷ ଭାବେ ସମର୍ଥ ଅଟେ ।
Post a Comment