ଭୁବନେଶ୍ୱର, ରାଜ୍ୟରେ ଆଇନ ତା ନିଜ ବାଟରେ ଯାଉ ନାହିଁ ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ଖୋଦ୍ ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ହତ୍ୟା, ଦୁଷ୍କର୍ମ, ଚୋରି, ଲୁଣ୍ଠନ, ଠକେଇ, ଡକାୟତି ଓମୋଟରଯାନ ଦୁର୍ଘଟଣା ବଢୁଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଡିଣ୍ଡିମ ପିଟୁଥିବା । ଶାସକ ବିଜେଡିର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି । ରାଜଧାନୀରେ ଗୁଣ୍ଡାଗର୍ଭ । ପ୍ରତ୍ୟେକ ଦିନ ଘଟୁଥିଲେ ମଧ୍ୟ ପୁଲିସ ଚୁପ ରହି ତାମସା ଦେଖୁଛି କିନ୍ତୁ କୌଣସି ପଦକ୍ଷେପ ନେଉନାହିଁ, କାହା ଇଙ୍ଗିତରେ ପୁଲିସ କାର୍ଯ୍ୟକରୁଛି ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି । ପୁଲିସର କାର୍ଯ୍ୟ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ।
ଏପାଇଁ ରାଜ୍ୟ ସରକାର ଦୈତନଗରୀ ପାଇଁ କମିସନ ପୁଲିସର ବ୍ୟବସ୍ଥା । କରିଥିବା ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଦୈତନଗରୀରେ ହତ୍ୟା, ଦୁଷ୍କର୍ମ, ଚୋରି, ଲୁଣ୍ଠନ, ଠକେଇ, ଡକାୟତି ଓ ମୋଟରଯାନ ଦୁର୍ଘଟଣା ମାତ୍ରାଧୁକ ଘଟୁଛି କିନ୍ତୁ ଏନେଇ ସାଧାରଣ ଜନତା ମାମଲା ଦେଲେ ମଧ୍ୟ କମିସନରେଟ ପୁଲିସ ଚାର୍ଜସିଟ୍ ଦାଖଲ କରୁନାହିଁ । ସରକାରଙ୍କ ଇଙ୍ଗିତରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହି କମିଶନରେଟ ପୁଲିସ ନିଜ କାର୍ଯ୍ୟକୁ ଭୁଲିଯାଇଛି । ଫଳରେ ଦୈତନଗରୀର ଜନସାଧାରଣ ଅସୁବିଧା ଭୋଗୁଛନ୍ତି । ରାଜଧାନୀ ଭୁବନେଶ୍ବର ଓ କଟକ ସହରର ପୁଲିସଙ୍କ ଠାରୁ ଜିଲ୍ଲା ପୁଲିସ ଅଧୁକ ମାତ୍ରାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଚାକଚକ୍ୟ ରାଜଧାନୀର ପୁଲିସମାନେ ବିଜୁ ଜନତା ଦଳର ପୋଷା ଗୁଣ୍ଡା ସାଜି ନେତା ମନ୍ତ୍ରୀଙ୍କ ଆଗପଛ ଗୋଡାଉଛନ୍ତି ବୋଲି ବିଜେପି କହିଛି ।
ଦୈତନଗରୀ ପୁଲିସ ସିନ୍ଧିଚୋରିକୁ ବାଦ୍ ଦେଲେ ଅନ୍ୟ ସବୁ କ୍ଷେତ୍ରରେ ଜିଲ୍ଲାପୁଲିସ ନିଜର ସକ୍ଷମ ପ୍ରମାଣିତ କରିଛି । ସେହିପରି ୨୦ ୨୧ରେ ରାଜ୍ୟରେ ୧୩୯୪ ହତ୍ୟାକାଣ୍ଡ ଘଟିଥୁଲା । ସେଥିରୁ ୬୫୮ଟି ମାମଲା ବା ୪୭%ରେ ଚାର୍ଜସିଟି ଦାଖଲ କରିବା ସ୍ଥଳେ କମିଶନରେଟ୍ ପୁଲିସ ୭୩ଟି ହତ୍ୟାକାଣ୍ଡରୁ ୨ ୨ ଟିର ଚାର୍ଜସିଟି ଦାଖଲ କରିଥିଲା ଯାହାର ପରିମାଣ ୩୦% । ସେହିପରି ରାଜ୍ୟରେ ୪୬% ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ କମିଶନରେଟ୍ ପୁଲିସର ୪୩% ମାମଲା ଦାଖଲ ହୋଇଛି । ରାଜ୍ୟରେ ଚୋରି ମାମଲାରେ ୪୧%, ଦଙ୍ଗାରେ ୬୧%, ଠକେଇରେ ୨୭% ଏବଂ ମୋଟରଯାନ ଦୁର୍ଘଟଣାରେ ୬୪% ମାମଲାରେ ଚାର୍ଜସିଟି ଦାଖଲ ହୋଇଥିବାବେଳେ କମିଶନରେଟ୍ ପୁଲିସୀରେ ଚୋରିରେ ୩୩%, ଦଙ୍ଗାରେ ୩୩%, ଠକେଇରେ ୨୧% ଓ ଦୁର୍ଘଟଣାରେ ୫୭%ମାମଲା ଚାର୍ଜସିଟି ଦାଖଲ କରାଯାଇଛି ।
ଦୁଷ୍କର୍ମ ମାମଲାରେ ମଧ୍ୟ କମିଶନରେଟ୍ ପୁଲିସ ଫେଲ ମାରିଛି । ପ୍ରତ୍ୟେକ ଥାନାରେ ସ୍ବତନ୍ତ୍ରଭାବେ ମହିଳା ଡେସ୍କ ଥିବା ସତ୍ ରାଜ୍ୟରେ ଆହୁରି ୩୦% ଦୁଷ୍କର୍ମ ମାମଲା ଚାର୍ଜସିଟ୍ ଦାଖଲ କରାଯାଇନଥିବା ବେଳେ କମିସନରେଟ୍ ପୁଲିସ ୪୫% ଦୁଷ୍କର୍ମ ମାମଲାରେ ଚାର୍ଜସିଟି ଦାଖଲ କାହିଁକି କରିନାହାନ୍ତି ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି । କମିସନରେଟ୍ ପୁଲିସ କେବଳ ସିନ୍ଧିଚୋରି ଚାର୍ଜସିଟି ଦାଖଲରେ ରାଜ୍ୟହାରଠାରୁ ୭%ଆଗରେ ରହିଛି । ଦୈତନଗରୀ ଭୁବନେଶ୍ବର ଓ କଟକକୁ ନେଇ ଗଠିତ କମିସନରେଟ ପୁଲିସ ମୁଖ୍ୟାଳୟ ରାଜଧାନୀରେ ରହିଛି ।
ଏଠାରେ ଦକ୍ଷ ପୁଲିସ କର୍ମଚାରୀ ନିଯୁକ୍ତି ଦିଆଯାଇଛି । ୨୦୨୧ ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି, କମିଶନରେଟ୍ ପୁଲିସଠାରୁ ଜିଲ୍ଲା ପୁଲିସ ଅଧୁକ ସୁଦୃଢ଼ ଓ ଶକ୍ତିଶାଳୀ ଓ ଦକ୍ଷତାଶୀଳ । ଦୈତନଗରୀ ପାଇଁ ସ୍ପେସାଲ ସ୍କବାର୍ଡ, ପିଓପିଡି ଟିମ, କ୍ରାଇମସେଲ ଭଳି ବିବିଧ ତଦନ୍ତକାରୀ ବଛାବଛା ଟିମ୍ ରହିଛି । କିନ୍ତୁ କାହିଁକି ଜିଲ୍ଲାପୁଲିସଙ୍କଠାରୁ କମିଶନରେଟ୍ ପୁଲିସ ପଛରେ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
Post a Comment