loading...

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ । ଜଳେଶ୍ବର ସ୍ଥିତ ରାଇବଣିଆ ଜିଲ୍ଲା ପରିଦର୍ଶନ

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ । ଜଳେଶ୍ବର ସ୍ଥିତ ରାଇବଣିଆ ଜିଲ୍ଲା ପରିଦର୍ଶନ ଓ ସଂରକ୍ଷଣ ପାଇଁ ପଦକ୍ଷେପ

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ । ଜଳେଶ୍ବର ସ୍ଥିତ ରାଇବଣିଆ ଜିଲ୍ଲା ପରିଦର୍ଶନ


ଭୁବନେଶ୍ୱର, ଆଜି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ରାଇବଣିଆ ପୋର୍ଟ(କିଲ୍ଲା) ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ ପୂର୍ବକ ଏହି ପୁରାତନ ଜିଲ୍ଲାର ସଂରକ୍ଷଣ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ପ୍ରସିଦ୍ଧ ଲେଖକ ସ୍ଵର୍ଗତ ପଦ୍ମଭୂଷଣ ମନୋଜ ଦାସ ଓ ପ୍ରଖ୍ୟାତ ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କର ପୈତୃକ ଗ୍ରାମ ଭୋଗରାଇ ବ୍ଲକର ଶଙ୍ଖାରୀ ଗ୍ରାମ ଗସ୍ତ କରି ନିର୍ମାଣ ହେବାକୁ ଥିବା ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଗସ୍ତ ସମୟରେ ଭୋଗରାଇ ବିଧାୟକ ତଥା ବାଲେଶ୍ବର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ, ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଟିବ ଶ୍ରୀ ମଧୁସୂଦନ ପାଢୀ, ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିଯେ, ଜିଲ୍ଲା ଓ ସଂପୃକ୍ତ ବ୍ଲକ ପ୍ରଶାସନର ଅଧୁକାରୀ, ମନ୍ମଥନାଥ ଦାସଙ୍କ ପୁତ୍ରବଧୂ ରଂଜିତା ଦାସ, ମନ୍ମଥ ମନୋଜ ଫାଉଣ୍ଡେସନର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ମଥ ମନୋଜ ଫାଉଣ୍ଡେସନ ତରଫରୁ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀକୁ ମ୍ୟୁଜିୟମ ନିର୍ମାଣ ପରିପ୍ରେକ୍ଷୀରେ ଏଠାରେ ଆନୁଷଙ୍ଗିକ ବିକାଶ କାର୍ଯ୍ୟ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କର ଗସ୍ତ ପରିପ୍ରେକ୍ଷୀରେ ଉଦୟପୁର ବେଳାଭୂମି ପରିଦର୍ଶନ କରିବା ସହିତ ୱାଟରସୋର୍ଟସ୍ ଉଦଘାଟନ କରିଥିଲେ । 

ମନ୍ତ୍ରୀ ମଧ୍ୟ ତାଳସାରୀ ସ୍ଥିତ ପାନ୍ଥଶାଳା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ପ୍ରାଚୀର ନିର୍ମାଣ ଓ ବିଦ୍ୟୁତକରଣ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ବିଧାୟକ ଶ୍ରୀ ଦାସ, ଜିଲ୍ଲାପାଳ, ବାଲେଶ୍ବର, ଭୋଗରାଇ ତହସିଲଦାର ଓ ଜଳ ସମ୍ପଦ ବିଭାଗର ଅଧ୍ୟକ୍ଷଣ । ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget