ଭୁବନେଶ୍ୱର, ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୁନ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାକୁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପାଖରେ ପହଁଚାଇବା ଏବଂ ଏହାର ସଫଳ କାର୍ଯ୍ୟାନୁୟନ ହେଉଛି ବିଜେପିର ପ୍ରାଥମିକତା । ଏଥିସହ ମୋଦି ସରକାରଙ୍କର ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ନୀତି ଏବଂ ସର୍ବପରୀ ‘ଆତ୍ମନିର୍ଭର ଓ ବିଶ୍ଵଗୁରୁ’ ରୂପେ ଭାରତବର୍ଷକୁ ଗଢ଼ି ତୋଲିବା ପାଇଁ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଅନ୍ୟପଟେ ରାଜ୍ୟରେ ଦୀର୍ଘ ୨୩ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାରଙ୍କ ମହିଳା, ଗରୀବ ଓ ଶିକ୍ଷାମାରଣ ନୀତି ଅତ୍ୟନ୍ତ ଚିନ୍ତାଜନକ । ଦୀର୍ଘ ୨୩ବର୍ଷ ଧରି ରାଜ୍ୟକୁ ଲୁଟିଥିବା ଶାସକ ବିଜେଡି ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତାରିତ କରିବା ସହିତ ବିକାଶରେ ବାଧକ ସାଜିଛି, ମୋଦୀ ସରକାରଙ୍କ ବିଭିନ୍ନ ଜନ ଓ ଗରୀବ କଲ୍ୟାଣ ଯୋଜନା ସୁଫଳ ପାଇବାରୁ ଓଡ଼ିଶାବାସୀ ବଂଚିତ ହୋଇଛନ୍ତି ।
ଏଭଳି ବିଭିନ୍ନ ପ୍ରସଙ୍ଗର ଆଜିର ପ୍ରଶିକ୍ଷଣ ଶିବିରରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି । ପାର୍ଟିକୁ ସଂଗଠିତ ଓ ଶକ୍ତିଶାଳୀ କରି ଆସନ୍ତା ୨୦ ୨୪ମସିହା ସାଧାରଣ ନିର୍ବାଚନରେ ବିଜେପିର ବିଜୟ ଏବଂ ଓଡ଼ିଶାରେ ସରକାର ଗଠନ କରିବା ହେଉଛି ମୂଳଲକ୍ଷ୍ୟ । ତୃଣମୂଳ ସ୍ତରରେ ପାର୍ଟିକୁ ପ୍ରସ୍ତୁତ କରିବା ସହିତ ପାର୍ଟିର ବାର୍ତ୍ତାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପଂହଚାଇବା ପାଇଁ ଏହି ପ୍ରଶିକ୍ଷଣ ଶିବିର ଅତ୍ୟନ୍ତ ସହାୟକ ହେବ । ତିନିଦିନ ପ୍ରାୟ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଦ୍ବିତୀୟ ଦିବସରେ ୬ଟି ସତ୍ର ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଦୀନଦୟାଲଜୀଙ୍କ ଅନ୍ତୋଦ୍ୟୟ ଏବଂ ଏକାମ୍ବମାନବବାଦ ଦର୍ଶନ, ଗଣମାଧ୍ୟମ ପରିଚାଳନା, ନିର୍ବାଚନ ପରିଚାଳନା, ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆତ୍ମନିର୍ଭର ଭାରତ, ସାଂସ୍କୃତିକ ରାଷ୍ଟ୍ରବାଦ, ବୈଦେଶିକ ନୀତି ଭଳି ମହତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।
ଏହି ପ୍ରଶିକ୍ଷଣ ଶିବିର ପାର୍ଟିର କାର୍ଯ୍ୟକର୍ତାକୁ ଇନ୍ଧନ ଯୋଗାଇଛି । ଏହି ପ୍ରଶିକ୍ଷଣ ଶିବିର ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉଦ୍ଘାଟନ କରିଥିଲେ । ପ୍ରଶିକ୍ଷଣର ଦ୍ବିତୀୟ ଦିବସରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ପ୍ରଶିକ୍ଷଣ ପ୍ରକୋଷ୍ଠ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ମହେଶଚନ୍ଦ୍ର ଶର୍ମା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ପ୍ରଶିକ୍ଷଣ ପ୍ରକୋଷ୍ଠ ପ୍ରଭାରୀ ଶ୍ରୀ ଡି.ମୂରଲୀଧର ରାଓ, ପ୍ରଶିକ୍ଷଣ ପ୍ରକୋଷ୍ଠ ସଦସ୍ୟ ବି. ସତିଶ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ନିଜ ନିଜ ବିଷୟ ଉପରେ ଆଲୋଚନା କରିଥିଲେ ।
Post a Comment