loading...

ନିଖୁଳ ଓଡ଼ିଶା ୱେଲ୍‌ଫେୟାର ଅଫିସର ଆସୋସିଏସନ୍‌ର ସାଧାରଣ ଅବେଶନ ଅନୁଷ୍ଠିତ

ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ୱେଲଫେୟାର ଅଫିସର ଆସୋସିଏସନ୍‌ର ସାଧାରଣ ବୈଠକ ଅନୁଷ୍ଠିତ

ନିଖୁଳ ଓଡ଼ିଶା ୱେଲ୍‌ଫେୟାର ଅଫିସର ଆସୋସିଏସନ୍‌ର ସାଧାରଣ ଅବେଶନ ଅନୁଷ୍ଠିତ


ଭୁବନେଶ୍ୱର, ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ୱେଲଫେୟାର ଅଫିସର ଆସୋସିଏସନ୍‌ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ପୂର୍ବାହ୍ନରେ ସାଧାରଣ ପରିଷଦର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନରେ ମନୋଜ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ମଧୁସ୍ମିତା ମହାପାତ୍ର ସାଧାରଣ ସମ୍ପାଦକ, ଅର୍ଜୁନ ନାୟକ ଉପସଭାପତି ଓ ଶିଶିର ପୁହାଣ ଜଏଣ୍ଟ ସେକ୍ରେଟାରୀ ହେଟର ଭାବେ ନିର୍ବାଚିତ ହୋଇଥିଲେ । ଅପରାହ୍ନ ଅଧିବେଶନରେ ମୁଖ୍ୟତଃ ସଂଘର ବିଭିନ୍ନ ଦାବି, କାର୍ଯ୍ୟକ୍ଷେତ୍ରରେ ଅନୁଭବ କରୁଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଥିଲା । 

ଏହି ଅଧିବେଶନରେ ଅନୁଷ୍ଠିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଉକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଗୁହାପୁନମ୍ ତାପସ କୁମାର, ସ୍ୱତନ୍ତ୍ର ସଚିବ ବିଶ୍ବରଂଜନ ସାମଲ, ଅନ୍ୟତମ ସ୍ଵତନ୍ତ୍ର ସଚିବ ପ୍ରଦୀପ ଗରଡ଼ିଆ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ, ଫାଇନାନ୍‌ସିଆଲ୍ ଆଡ୍ଭାଇଜର ଜୟଶ୍ରୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଭାଗୀୟ ଅଧୁକାରୀମାନଙ୍କର ବିଭିନ୍ନ ସ୍କମ୍ ସମ୍ପର୍କରେ କର୍ମଚାରୀମାନଙ୍କ ସହିତ ଆଲୋଚନା କରି କରିଥିଲେ ।

ବୈଠକରେ ୱେଲଫେୟାର ଅଫିସରମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆସ୍ତେ ଆସ୍ତେ ସମସ୍ତ କଥାଗୁଡ଼ିକୁ ବିଚାର କରି ପଦକ୍ଷେପ ନେବେ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ସେହିଭଳି ପ୍ରତି ତିନି ମାସରେ ଥରେ ଅଫିସରମାନଙ୍କ ସହିତ ଏକାଠି ବସି ଆଲୋଚନା କରି ସମସ୍ୟାଗୁଡ଼ିକୁ ବିଚାର କରାଯିବ ବୋଲି ବିଭାଗୀୟ ଶାସନ ସଚିବ ଶାସ୍ବତ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି । ସଂଘ ତରଫରୁ ଯେଉଁ ଦାବିଗୁଡ଼ିକ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଛି, 

ସେଗୁଡ଼ିକ ହେଲା (୧) ଖାଲିଥିବା ପଦବୀ ପୂରଣ କରିବା (୨) ୧୨ ବର୍ଷ ଧରି କାମ କରୁଥିବା ଓ.ଡବ୍ଲ୍ୟୁ.ଏସ୍ -୧ ଅଧୁକାରୀମାନଙ୍କୁ ପଦୋନ୍ନତି ଦେବା ସହ ୨୫ ବର୍ଷ ଧରି କାମକରି ପଦୋନ୍ନତି ପାଉନଥିବା ଡବ୍ଲ୍ୟୁ.ଇ.ଓ. ଓ ଏ.ଡି.ଡବ୍ଲ୍ୟୁ.ଓ. ମାନଙ୍କୁ ପଦୋନ୍ନତି ଦେବା (୩) ୱେଲଫେୟାର ଅଫିସରମାନଙ୍କର ବିଭିନ୍ନ କ୍ଷେତ୍ରକୁ ଯାଇ କାମ ଦେଖିବା ପାଇଁ ଦିଆଯାଉଥିବା ଟି.ଏ. ବୃଦ୍ଧି କରିବା (୪) ସଂଘ କାର୍ଯ୍ୟାଳୟ ନିମନ୍ତେ ଗୋଟିଏ କୋଠରୀ ଆଦିବାସୀ ପଡ଼ିଆରେ ବା ଏସ୍.ସି. ଏସ୍.ଟି. ଆର.ଟି.ଆଇ.ଠାରେ ଯୋଗାଇଦେବା (୫) ଜିଲ୍ଲା ୱେଲଫେୟାର ଅଫିସରମାନଙ୍କୁ ଗୋଟିଏ ଜିଲ୍ଲାରେ ତିନିବର୍ଷରୁ ଅଧୁକ ସମୟ ନ ରଖୁବା, ଡକ୍ୟୁ.ଇ.ଓ ଏଷ୍ଟାବ୍ଲିସମେଣ୍ଟ ଅଧୁକାରୀମାନଙ୍କୁ ବ୍ଳକରୁ ଦରମା ଦେବା ବ୍ୟବସ୍ଥା ବନ୍ଦ କରି ନିଜ ବିଭାଗରୁ ଦରମା ପାଇବା ପାଇଁ ବ୍ୟବସ୍ଥା କରିବା (୬) ଡ. ଇ.ଓ.ମାନଙ୍କୁ ଜାତୀୟ କାର୍ଯ୍ୟକ୍ରମ । ବ୍ୟତୀତ ଅନ୍ୟ ବିଭାଗ କାର୍ଯ୍ୟକ୍ରମରେ ଜଡ଼ିତ ନ କରିବା ଭଳି ପ୍ରମୁଖ ଦାବିଗୁଡ଼ିକ ଉପସ୍ଥାପନ ପରିପ୍ରେକ୍ଷୀରେ ସରକାର ସୁବିଚାର କରିବେ ବୋଲି ମନ୍ତ୍ରୀ ଓ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget