ଭୁବନେଶ୍ୱର, ଅତି ସୁନ୍ଦର ଭାବେ ସଜ୍ଜିତ ପୁଷ୍ପ ଦର୍ଶକଙ୍କ ଆଖିକୁ ବେଶ ବିମୋହିତ କରିଥାଏ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଟ ପରିସରରେ ଶନିବାର ପୁଷ୍ପସଜା କଳାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସୁନ୍ଦର ଫୁଲଗୁଡ଼ିକ ଏବଂ ଏହାର ସାଜସଜାକୁ ଦେଖି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ବେଶ ଉଲ୍ଲସିତ ହୋଇ ଉଠିଥିଲେ ।
ସୁନ୍ଦର ଓ ସୁଗନ୍ଧିତ ପୁଷ୍କର ଉପସ୍ଥିତି ଆନନ୍ଦମୟ ପରିବେଶ ସୃଷ୍ଟି କରିଥାଏ ଏବଂ ମନ ମଧ୍ୟ ପ୍ରଫୁଲିତ ହୋଇଥାଏ । ଫୁଲ ଗୁଡ଼ିକ ମଣିଷର ଜୀବନରେ ଖୁସି ଆଣିବା ସହ ଆମ ପାରିପାର୍ଶକୁ ମଧ୍ୟ ସୁନ୍ଦରମୟ କରିଥାଏ ବୋଲି ଏହି କର୍ମଶାଳାରେ ମତ ରଖିଥିଲେ ଏସଏଚ୍ଏମ୍ବର ଡିନ୍ ଇନ୍ଚାର୍ଜ ଡକ୍ଟର ସପନ କୁମାର ସାଢୁଆଳ ।
ଭାରତୀୟ ସଂସ୍କୃତିରେ ଫୁଲର ମହତ୍ବ ଉପରେ ଗୁରୁତ୍ବ ଦେଇ ଡକ୍ଟର ସାଢୁଆଳ କହିଥିଲେ ଯେ ଆମ ଦେଶରେ ଫୁଲଗୁଡ଼ିକ ହିଁ ବିଭିଧତା ମଧ୍ୟରେ ଏକତାକୁ ଦର୍ଶାଇଥାଏ । ଏହି କାର୍ଯ୍ୟକ୍ରମରେ ଏସ୍ଏଏମ୍ବର ରୁମ ଡିଭିଜନ୍ର ମୁଖ୍ୟ ପ୍ରଫେସର ସ୍ତିତା ସୁଚରିତା ମହାପାତ୍ର କହିଥିଲେ ଯେ ହୋଟେଲ୍ ରୁମ୍ କିମ୍ବା ଲବିରେ ପୁଷ୍ପସଜା ଏକ ଆତ୍ମିୟତାର ପରିବେଶ ସୃଷ୍ଟି କରିଥାଏ । ହୋଟେଲକୁ ଆସୁଥିବା ଅତିଥିମାନେ ଫୁଲର ସତେଜତାକୁ ଦେଖୁ ପରିବେଶକୁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି । ଫୁଲ ସହିତ ପତ୍ର, ଫଳ, ପନିପରିବା ମଧ୍ୟ ସାଜସଜାରେ ବ୍ୟବହାର କରାଯାଏ । ଏହି କାର୍ଯ୍ୟକ୍ରମରେ ଫର୍ଷସ ଆଣ୍ଡ ପେଟାଲସ ପକ୍ଷରୁ ଫ୍ଲୋରିଷ୍ଟ ଶ୍ରୀ ତରୁଣ ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପସଜାର ବିଭିନ୍ନ ପ୍ରକ୍ରିୟା । ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇବା ସହ ତ୍ରିକୋଣୀୟ ପୁଷ୍ପସଜା, ବାସ୍କେଟ ପୁଷ୍ପସଜା, ଭେସ୍ ପୁଷ୍ପସଜା, ବଡ୍ ପୁଷ୍ପସଜା, କ୍ରେସଂଟ ସଜା ଏବଂ କ୍ୟାଡ୍ ସଜା ଭଳି ୧୦ ରୁ ଅଧିକ ପୁଷ୍ପସଜା ବିଷୟରେ ବୁଝାଇଥିଲେ ।
ଏହି କର୍ମଶାଳାରେ ଏସ୍ଏଏମ୍ବର ଛାତ୍ରଛାତ୍ରୀଙ୍କ ବ୍ୟତୀତ ବିଆଇଟିଟିଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଟ ଏବଂ ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଟର ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ । ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଟର ଅଧ୍ୟକ୍ଷ ଶ୍ରୀ ପିତାମ୍ବର ବିଶ୍ବାଳ ଏବଂ ଆଇଏଏର ଫାକଲ୍ଟି ମେସର୍ସ ଏହି ଅବସରରେ ଉପସ୍ଥିତ ଥିଲେ । ସେହିପରି ଏସ୍ଏଚ୍ଏମ୍ ପକ୍ଷରୁ ହାଉସ୍କିପିଙ୍ଗ ଫାକଲି ଶ୍ରୀମତି ରଶ୍ମିତା ପ୍ରଧାନ ଏବଂ ଏଫ୍ ଆଣ୍ଡ ବି ର ଫାକଲି ସଂଘମିତ୍ରା ଦାସ ଓ ରିସର୍ଚ୍ଚ ସ୍କଲାର ଆକାଂକ୍ଷା ତ୍ରିପାଠୀ ସମେତ ଏସ୍ଏଏମ୍ବର ସମସ୍ତ ଫାକଲି ଉପସ୍ଥିତ ଥିଲେ । ଏସ୍ଏଏମ୍ବର ପ୍ରଫେସର ଡକ୍ଟର ସୁଶାନ୍ତ ରଞ୍ଜନ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment