loading...

ଭୁବନେଶ୍ୱର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଭୁବନେଶ୍ୱର ବ୍ଲକରେ ଆଜି ପୂର୍ବାହ୍ଣରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ୱର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ


ଭୁବନେଶ୍ୱର,ଭୁବନେଶ୍ୱର ବ୍ଲକରେ ଆଜି ପୂର୍ବାହ୍ଣରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭୁବନେଶ୍ୱର ବ୍କକ ଗସ୍ତ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଟ ୪୬ ଟି ବିଭିନ୍ନ ପ୍ରକାର ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୨ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ୩୦ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ରହିଥିବା ବେଳେ ୧୬ ଟି ଅଭିଯୋଗ ସାମୁହିକ ସମସ୍ୟା ସଂପର୍କିତ ରହିଥିଲା । ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । 

ଗୃହୀତ ଅଭିଯୋଗ ମଧ୍ୟରେ ଜମିବାଡି ସଂକ୍ରାନ୍ତୀୟ ମାମଲା, ଜବରଦଖଲ ଉଚ୍ଛେଦ, ଜଳ ନିଷ୍କାସନ ସମସ୍ୟାର ସମାଧାନ, ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ, ସାମାଜିକ ନିରାପତ୍ତାରେ ସହାୟତା ପ୍ରଦାନ ଆଦି ସଂପର୍କିତ ଅଭିଯୋଗ ରହିଥିଲା । ଚିକିତ୍ସା ସହାୟତା ପାଇଁ ଆସିଥିବା କେତେକ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ଚିକିତ୍ସା ସୁବିଧା ନେବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ଏସିପି- ଜୋନ୍-୪ ଶ୍ରୀ ଏସ୍.ଏନ୍. ମୁଦୁଲି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସାହୁ, ଭୁବନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ପଦ କୁମାର ଦଳାଇଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget