ଭୁବନେଶ୍ୱର,ଗ୍ରନ୍ଥାଗାର ସୂଚନା ବିଜ୍ଞାନ ତାଲିମପ୍ରାପ୍ତ ଧାମନଗରର ମାନ୍ୟବର ବିଧାୟକ । ବିଷ୍ଣୁ ଚରଣ ସେଠୀଙ୍କୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ । ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଭାରପ୍ରାପ୍ତ ଅଧୁକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରନ୍ଥାଗାରିକ ପଦ୍ମନାଭ ଜେନା, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, କଣ୍ଡମଣି ବିଶ୍ୱାଳ, ମଞ୍ଜୁରାଣୀ ମୁଦୁଲି, ସଂଘମିତ୍ରା ସାହୁ, ମିନତୀ ମହାପାତ୍ର, ଉପେନ୍ଦ୍ର ମୁଦୁଲି ପ୍ରମୁଖ ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିବା ସହିତ ଗ୍ରନ୍ଥାଗାର ସୂଚନା ବିଜ୍ଞାନ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜଣେ ଉଚ୍ଚକୋଟିର କବି, ଲେଖକ, ସୁବକ୍ତା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ରାଜ୍ୟ ଗ୍ରନ୍ଥାଗାର ପ୍ରତି ତାଙ୍କର ଅତୁଳନୀୟ ଆତ୍ମୀୟତା ରହିଥିଲା । ତାଙ୍କର ଅକାଳ ବିୟୋଗରେ ରାଜ୍ୟର କଳା, ସଂସ୍କୃତି କ୍ଷେତ୍ରରେ ଅପୂରଣୀୟ କ୍ଷତି ସାଧନ । ହେଲା ବୋଲି ମତବ୍ୟକ୍ତ କରିଥିଲେ ।
Post a Comment