ଭୁବନେଶ୍ୱର,କେନ୍ଦ୍ର ସରକାର ସେବା, ସୁଶାସନ ଏବଂ ଗରୀବକଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ଶାସନ କ୍ଷମତାକୁ ଆସିବାରେ ମୋଦି ସରକାର ବହୁ ଗରୀବକଲ୍ୟାଣ ଯୋଜନାକୁ ଆଜି କାର୍ଯ୍ୟକାରୀ କରିଛନ୍ତି । ମୋଦିଜୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ଗରିବ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଲାଭ କରିଛି । ବିଶ୍ୱର ସବୁଠୁ ଲୋକପ୍ରିୟ ଓ ଗରୀବ, ବଂଚିତ, ଦଳିତ, ଆଦିବାସୀ ଏବଂ କୃଷକମାନଙ୍କର ତ୍ରାଣକର୍ତ୍ତା ରୂପେ କାର୍ଯ୍ୟ କରୁଥିବା ନେତା ହେଉଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଦେଶର ୨୦୦୦ରୁ ଅଧୁକ ଅନୁସୁଚିତ ବହୁଳ ଗାଁମାନଙ୍କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ ଭାବେ ବିକଶିତ କରିବାକୁ ମୋଦି ସରକାର ସଂକଳ୍ପବଦ୍ଧ ।
ଅନୁସୁଚିତ ବର୍ଗଙ୍କ ବିକାଶକୁ ଗୁରୁତ୍ବ ଓ ସେଥ ପାଇଁ ଦୃଢ ପ୍ରତିବଦ୍ଧତା ଓ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ମୋଦି ସରକାର । ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁପ୍ରଚାର କରି ପ୍ରକୃତ ହିତାଧୁକାରୀଙ୍କ ନିକଟରେ ଏହାର ବାର୍ତା ପହଂଚାଇବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ବିଜେପି କାର୍ଯ୍ୟକର୍ତାଙ୍କୁ ଆହ୍ଵାନ ଜଣାଇଛନ୍ତି । ଆଜି ଅନୁଗୁଳଠାରେ ଅନୁଷ୍ଠିତ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ମୁଦ୍ରା ଯୋଜନାରେ ୩୪ କୋଟି ଅନୁସିଚତ ବର୍ଗ ଲୋକେ ଉପକୃତ ହେବା ସହିତ ମୋଦି ସରକାର ୧୮.୬୦ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇଛନ୍ତି । ୩. ୧୦ କୋଟି ଅନୁସୁଚିତ ବର୍ଗ ମହିଳା ଉଜ୍ଜଳା ଯୋଜନା ଅନ୍ତର୍ଗତ ମାଗଣାରେ ରୋଷେଇ ଗ୍ୟାସ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୩୧ କୋଟି ଅନସୁଚିତ ବର୍ଗ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି ।
ଅନସୁଚିତ ବର୍ଗ ଛାତ୍ରଛାତ୍ରୀଙ୍କ ସ୍କଲାରସିପକୁ ୨ ଗୁଣା ବୃଦ୍ଧି କରାଯାଇଛି ଏବଂ ଏଥ ପାଇଁ ୭.୭ହଜାର କୋଟି ଟଙ୍କା ମୋଦି ସରକାର ଅର୍ଥ ବ୍ୟୟ କରିଛନ୍ତି । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନୁସୁଚିତ ବର୍ଗହିତାଧୁକାରୀଙ୍କୁ ୫୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦକ୍ଷତା ବୃଦ୍ଧି ପାଇଁ ୨.୭ଲକ୍ଷ କୋଟି ଅନୁସୁଚିତ ବର୍ଗ ଯୁବକଙ୍କୁ ମାଗଣା ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି । ଅନ୍ୟ ପଟେ ଅନୁସୁଚିତ ବର୍ଗଙ୍କ ବିକାଶ ଓ । କଲ୍ୟାଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ଓଡ଼ିଶା ସରକାର ବିଭିନ୍ନ ଉପାୟରେ ବାଟମାରଣା କରି ଅନ୍ୟାୟ କରୁଛନ୍ତି । ସାମାଜିକ, ଆର୍ଥିକ, ନ୍ୟାୟିକ ନ୍ୟାୟ ପାଇବାରୁ ତାଙ୍କୁ ବଂଚିତ ରଖାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନୁନ୍ୟ ତିନି ଥର ଅନୁଷ୍ଠିତ ହେବାକୁ ଥିବା ଆଡଭାଇଜରୀ କମିଟି ବୈଠକ ଥରଟିଏ ମଧ୍ୟ ଅନୁଷ୍ଠିତ ହେଉନାହିଁ ।
ରାଜ୍ୟରେ ଅନୁସୁଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଥିବାବେଳେ ତାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ରାଜ୍ୟ ସରକାରଙ୍କ ଏଭଳି ଦଳିତବିରୋଧୀ ମନୋଭାବକୁ ଆଦୌ ଗ୍ରହଣ କରାଯିବ ନାହିଁ ଏବଂ ଆଗାମୀ ଦିନରେ ଶାସକ ବିଜେଡିର ଦଳିତ ବିରୋଧୀ ମନୋଭାବ ବିରୁଦ୍ଧରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ସେବାପକ୍ଷ କାର୍ଯ୍ୟକ୍ରମ ଅବସରରେ ଆଜି ରାଜ୍ୟ । ସଭାପତି ଶ୍ରୀ ମହାନ୍ତି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ବୃକ୍ଷରୋପଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ରାଜ୍ୟ ଅନୁସୂଚିତ ଜାତି ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉଦ୍ଘାଟନ କରିଥିଲେ ।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ଆସନ୍ତା କାଲି ମୋର୍ଚ୍ଚାର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଲାଲ୍ ସିଂହ ଆର୍ଯ୍ୟ ଯୋଗ ଦେବେ । ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, କଳ୍ପନା ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ପଦାଧୁକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ ।
Post a Comment