loading...

ସାମ୍ପ୍ରତିକ ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ -ଧର୍ମେନ୍ଦ୍ର ପ୍ରଧାନ

ସାମ୍ପ୍ରତିକ ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ହୋଇଛି । ବିଶେଷ ଭାବରେ ବର୍ତ୍ତମାନର ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ

ସାମ୍ପ୍ରତିକ ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ -ଧର୍ମେନ୍ଦ୍ର ପ୍ରଧାନ


ଥିରୁମଲାଇସମୁଦ୍ରମ, ସାମ୍ପ୍ରତିକ ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ହୋଇଛି । ବିଶେଷ ଭାବରେ ବର୍ତ୍ତମାନର ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ ଦିଗରେ ଭାରତର ଜ୍ଞାନ ବ୍ୟବସ୍ଥା ଅଧିକ ପ୍ରାସଙ୍ଗିକତା ରଖୁଛି ବୋଲି ରବିବାର ତାମିଲନାଡୁର ଥିରୁମଲାଇସମୁଦ୍ରମ ସ୍ଥିତ ଶାସ୍ତ୍ର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହି ଅବସରରେ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀ ଏବଂ ପିଏଚଡି ଡିଗ୍ରୀଧାରୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଶିକ୍ଷାର ମନ୍ଦିର ଭାବରେ ଶାସ୍ତ୍ର ବିଶ୍ୱବିଦ୍ୟାଳୟ ଶିକ୍ଷାଦାନରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ଏହି ବିଶ୍ୱବିଦ୍ୟାଳୟ ହ୍ୟୁମାନିଟିଜ୍ ଏବଂ ଲିବେରାଲ୍ ଆଟ୍ସ ପାଠ୍ୟକ୍ରମ ପ୍ରଦାନ କରୁଛି । ଉତ୍କୃଷ୍ଟ କଳା, ଭାସ୍କର୍ଯ୍ୟ, ସଙ୍ଗୀତ ଏବଂ ସଂସ୍କୃତି ପାଇଁ ପରିଚିତ ତାମିଲନାଡ଼ିରେ ଏହି ସବୁ ପାଠ୍ୟକ୍ରମର ବିଶେଷ ମହତ୍ୱ  ରହିଛି । ତାମିଲନାଡୁର ଭବ୍ୟ ମନ୍ଦିର ବିଶ୍ୱରେ ଅନନ୍ୟ ପରିଚୟ ସୃଷ୍ଟି କରୁଥିବା ବେଳେ ଭାରତ ସଭ୍ୟତାର ଉତ୍ପତିସ୍ଥଳ ଥିବାର ପ୍ରମାଣ ଦେଉଛି । ତାମିଲନାଡୁ ଜ୍ଞାନ ଏବଂ ବିବିଧତାର ଏକ ପବିତ୍ର ଭୂମି । ଆମକୁ ଚରକ, ସୁଶ୍ରୁତ, ଆର୍ଯ୍ୟଭଟ୍ଟ, ଭାସ୍କରାଚର୍ଯ୍ୟ, ନାଗାର୍ଜୁନଙ୍କ ପରି ମହାନ ବ୍ୟକ୍ତିଙ୍କ ମହାନ ସଭ୍ୟତା ଆମକୁ ମିଳିଛି ।

ଆସନ୍ତା ୨୫ ବର୍ଷ ପାଇଁ ଏକ ପୁରାତନ ସଭ୍ୟତା ଭାବରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଆମ ସଭ୍ୟତାର ଇତିହାସକୁ ସଂରକ୍ଷିତ ରଖିବା ସହ ଏହାକୁ ପ୍ରୋତ୍ସାହନ ଦେବା ଓ ବିଶ୍ୱର କଲ୍ୟାଣ ପାଇଁ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଆଗକୁ ନେବାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମହତ୍ୱ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଭାରତକୁ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ସମାଜର ଯୁବପିଢିଙ୍କୁ ନିଯୁକ୍ତିଦାତା ହେବାକୁ ପଡ଼ିବ । ସେହିପରି ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷା ଉପରେ ଗୁରୁତ୍ୱ ଦେଉଛି । ଏହି ନୀତି ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବାରେ ଏକ ଦାର୍ଶନିକ ଦସ୍ତାବିଜ ବୋଲି ସେ କହିଛନ୍ତି ।

ଏହି ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଶାସ୍ତ୍ର ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଆ ଶିଳ୍ପୀ ରମାକାନ୍ତ ମହାପାତ୍ରଙ୍କ ଦ୍ୱାରା ନିର୍ମିତ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିର ପ୍ରଶଂସା କରିବା ସହ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତିକୁ ଦେଖି ମୁଁ ଗର୍ବିତ । ଜ୍ଞାନ, କଳା, ସଂସ୍କୃତିର କୌଣସି ସୀମା ନାହିଁ । ତାମିଲନାଡୁରେ ଓଡ଼ିଆ ଶିଳ୍ପ କାରିଗରୀଙ୍କ ମହତ୍ୱ ଏବଂ ପ୍ରଶଂସା ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ଦର୍ଶାଉଛି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget