loading...

ଜିଲ୍ଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗଣଆନ୍ଦୋଳନ ନିମନ୍ତେ ଶକ୍ତିପ୍ରଦର୍ଶନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ

ଜିଲ୍ଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗଣଆନ୍ଦୋଳନ ନିମନ୍ତେ ଶକ୍ତିପ୍ରଦର୍ଶନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ ଏବଂ ବିଶାଳ ପଦଯାତ୍ରାରେ ସାମିଲ

ଜିଲ୍ଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗଣଆନ୍ଦୋଳନ ନିମନ୍ତେ ଶକ୍ତିପ୍ରଦର୍ଶନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ


ଭୁବନେଶ୍ୱର ,ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ସମଗ୍ର ରାଜ୍ୟରେ ରାଜ୍ୟସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଗ୍ରୁପ ବି, ସି ଏବଂ ଡି ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ତାରିଖରୁ କଳାବ୍ୟଚ ପରିଧାନ କରି ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ୨୦ତମ ଦିନରେ । ଚୁକ୍ତିଭିତ୍ତିକ /ପ୍ରାରମ୍ଭିକ ନିଯୁକ୍ତି ଉଚ୍ଛେଦ ସହିତ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟ କୁ ନିୟମିତ ଚାକିରୀ କ୍ଷେତ୍ରରେ ଗଣନା ୨ମୁଖ୍ୟ ଦାବିକୁ ନେଇ ସମସ୍ତ ବ୍ଲକ, ତହସିଲ, ଜିଲ୍ଲା ମୁଖ୍ୟକାର୍ଯ୍ୟଳୟରେ ଅବସ୍ଥାପିତ ମୁଖ୍ୟଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟ ପର୍ଯ୍ୟନ୍ତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ମାଧ୍ୟାନ୍ନ ଭୋଜନ ବିରତି ସମୟରେ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି| 

ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଆନ୍ଦୋଳନ ବର୍ତ୍ତମାନ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଁଚିଛି। ସୋସିଆଲ ମେଡିଆରେ ଡିଜିଟାଲ ଆନ୍ଦୋଳନ,ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଦସ୍ତଖତ ଅଭିଯାନ,ସାଧାରଣ ସଭା, ବିଶାଳ ପଦଯାତ୍ରା ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ନିଜର ଯଥାଚିତ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଜଣାଇଆସୁଛନ୍ତି।ରାଜ୍ୟ ସରକାର ଏବଂ ଚୁକ୍ତିଭିତ୍ତିକ ମହାସଂଘ ମଧ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଦୀର୍ଘଦିନ ଧରି ଆଲୋଚନା ହୋଇ ବହୁବାର ମୁଖ୍ୟଶାସନ ସଚିବଙ୍କୁ ଭେଟି ନିଜର ଦାବି ଜଣାଇଛି ମହାସଂଘ। ରାଜ୍ୟସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ଗୁଡିକୁ ସକାରାତ୍ମକ ଭାବେ ଗ୍ରହଣ କରି ଲିଖିତ ପ୍ରତିଶୃତି ଦେଇ ମଧ୍ୟ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଦାବି ଗୁଡିକୁ ପୂରଣ କରିବାରେ କୁଣ୍ଠାବୋଧ କରିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷର ନିଆଁ ଜନ୍ମାଇଛି। 

ଗତବର୍ଷ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ମାନିନେଇ କେବଳ ୫୦% ବେତନ ବୃଦ୍ଧି କରି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ସହ ଅନ୍ୟ ସମସ୍ତ ଦାବି ୨ ମାସ ସମୟ ମଧ୍ୟରେ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ କଲେ ନାହିଁ। ଆସନ୍ତା ମାସ ସେପ୍ଟେମ୍ବର ୧୧ ତାରିଖରେ ହେବାକୁ ଥିବା ବିଶାଳ ଗଣଆନ୍ଦୋଳ ନିମନ୍ତେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଜୟ ମଲ୍ଲ ଏବଂ ସମ୍ପାଦକ ଶ୍ରୀଯୁକ୍ତ କ୍ଷିତିଶ ପଣ୍ଡା ଏକ ସ୍ମାରକ ପତ୍ର ମାଧ୍ୟମରେ ରାଜ୍ୟସରକାରଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଥିଲା । ଉକ୍ତ ଶାନ୍ତିପୂର୍ଣ ଦିନିକିଆ ଗଣନ୍ଦୋଳନରେ ଜରୁକାଳୀନ ବିଭାଗ ଯଥା ସ୍ୱାସ୍ଥ୍ୟ ଶିକ୍ଷା ପୋଲିସ ଅଗ୍ନିଶମ କର୍ମଚାରୀ ସହିତ ରାଜ୍ୟସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଯୋଗ ଦେବା ପାଇଁ ଉଲ୍ଲେଖ କରାଯାଇଛି| 

ଇତି ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟ ସହିତ ପ୍ରତ୍ୟେକ ସରକାରୀ ଦପ୍ତର ଗୁଡିକୁ ଏହାର ଏକ ନକଲ ସମ୍ପୃକ୍ତ ଜିଲ୍ଲା ଚୁକ୍ତିଭିତ୍ତିକ କର୍ମଚାରୀ ଶାଖା ମାଧ୍ୟମରେ ପଠାଯିବା ନିମନ୍ତେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ତରଫରୁ ଏକ ପ୍ରେସରିଲଜ ଦ୍ୱାରା ଜଣାଇଦିଆଯାଇଛି । ଚଳିତ ମାସ ଅଗଷ୍ଟ ୯ତାରିଖ ଦିନ ଭୁବନେଶ୍ୱର ଠାରେ ଏକ ଗର୍ଜନ ସମାବେଶ ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡିଶା ଚୁକ୍ତିଭିତ୍ତିକ ମହାସଂଘ ତରଫରୁ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ଜିଲ୍ଲା ରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ ସଂଖ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଯୋଗଦେଇ ରାଜ୍ୟସରକାର ଙ୍କ ପ୍ରଚଳିତ ଚୁକ୍ତିଭିତ୍ତିକ /ପ୍ରାରମ୍ଭିକ ନିଯୁକ୍ତି ପ୍ରଥାକୁ ଘୋର ବିରୋଧ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ରେ ସାମିଲ ହୋଇଥିଲେ|

ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବା ସହିତ କାର୍ଯ୍ୟବନ୍ଦ କରି ସରକାରୀ ଦପ୍ତର ଗୁଡିକ ଅଚଳ କରାଯିବ ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ,ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ,ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା,ରାଜେନ୍ଦ୍ର ମଲ୍ଲିକ,ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ,ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ,ମାନସ ପରିଡା,ଆଦିତ୍ୟ ସ୍ଵାଇଁ,ଅକ୍ଷୟ ପାଢି, ଉପ-ସଭାପତି,ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ,ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼,ବାବୁଲ ନାୟକ, ତନ୍ମୟ ଜେନା,ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget