loading...

ନିଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘର ୧୮ତମ ଦ୍ବିବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ

ନିଖୁଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘର ୧୮ତମ ଦ୍ବିବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଉତ୍କଳ ଦୃଷ୍ଟିହୀନ ଅନ୍ଧମୂକ ସଂଘର

ନିଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘର ୧୮ତମ ଦ୍ବିବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ


ଭୁବନେଶ୍ୱର, ନିଖୁଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘର ୧୮ତମ ଦ୍ବିବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଉତ୍କଳ ଦୃଷ୍ଟିହୀନ ଅନ୍ଧମୂକ ସଂଘର ପ୍ରେକ୍ଷାଳୟରେ ସଭାପତି ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଉପସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଯଦି ରାଜ୍ୟ ସରକାର ନିଯୁକ୍ତି ଉପରେ ପଦକ୍ଷେପ ନ ନିଅନ୍ତି ତେବେ ଟାଟା କମ୍ପାନୀ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ବ୍ୟାକ ମେଲିଙ୍ଗ କରିବା ପାଇଁ ସୁବର୍ଣ ସୁଯୋଗ ଆଣିଦେବ ଏବଂ ଆଗାମୀ ଦିନରେ ଏକତା ସଂଚ ଯେଉଁ ଟେକିକାଲ III, II, I ଉପରେ ଥିବା ଦରମା ତାରତମ୍ୟ ଏକତା ସଂଚ ମାଧ୍ୟମରେ ସମାଧାନ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଆଗେଇ ଚାଲିଛି । 

ଠିକା କର୍ମଚାରୀମାନଙ୍କୁ, ୧୨୧, ୩୯, ୧୫ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ପାଇଁ ସେକୋ ଓ ସାଉଥକୋ ଜୋନ୍ ପରି ସେସୁ ଜୋନ ଓ ନେସ୍‌କୋ ଜୋନରେ ତୁରନ୍ତ ସ୍ଥାୟୀ କରିବା ପାଇଁ ତାଙ୍କ ବକ୍ତବ୍ୟରେ ରଖୁବା ସହିତ ସମସ୍ତ ସେସନରେ ଗୋଟିଏ ଲେଖାଏଁ ସିନିଅର ଚାର୍ଜମ୍ୟାନ ପଦବୀ ସୃଷ୍ଟିବା ସହିତ ଯେଉଁ ହେଲପରମାନେ ୭ ବର୍ଷ କାର୍ଯ୍ୟ କରିସାରିଲେଣି ସେମାନଙ୍କୁ ଯୁଦ୍ଧକାଳିନ ଭିତିରେ କାଳ ବିଳମ୍ବ ନ କରି ପଦୋନ୍ନତି ଦେବା ପାଇଁ ଟିପିସିଓଡ଼ିଏଲ ମାନବ ସମ୍ବଳ ଅଧୁକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ତାଙ୍କ ବକ୍ତବ୍ୟ କହିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ପଞ୍ଚାନନ କୁନୋଗ ପ୍ରଦୀପ ପ୍ରଜୋଳନ କରି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ବିଦ୍ୟୁତ କ୍ଷେତ୍ରକୁ ଘରୋଇକରଣ କରାଗଲେ ମଧ୍ୟ ସେଥିରେ କାର୍ଯ୍ୟକରୁଥିବା ୨୪ ହଜାରରୁ ଉର୍ଦ୍ଧ ଠିକା କର୍ମଚାରୀଙ୍କ ଇ.ପି.ଏଫ. ଓ ଇ.ଏସ୍.ଆଇ କିପରି ଠିକ୍ ଭାବରେ ଡିପୋଜିଟ୍ ହେବା ସହ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ସାମଗ୍ରୀ ଟାଟା ତରଫରୁ ପ୍ରଦାନ କରିବା ପାଇଁ ତାଙ୍କ ବକ୍ତବ୍ୟରେ ଉଦ୍‌ବୋଧନ ଦେଇଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ଟିପିସିଓଡ଼ିଏଲ ମାନବ ସମ୍ବଳ ଅଧୁକାରୀ ଶ୍ରୀବୁଦ୍ଧିଷ୍ଟ କୁମାର ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସଭାପତି ଯେଉଁ ଦାବୀଗୁଡ଼ିକ ଉତ୍ଥାପନ କଲେ ତଥା ମୁଖ୍ୟଅତିଥ ତଥା ଶ୍ରୀଯୁକ୍ତ କାନୁନ୍‌ଗୋ ଯେଉଁ କର୍ମଚାରୀଙ୍କ ସୁରକ୍ଷା ଉପରେ ଦାବୀ କରିଥିଲେ ଉକ୍ତ ଦାବୀଗୁଡ଼ିକ ସହାନୁଭୂତି ସହିତ ଟିପିସିଓଡ଼ିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକଶକ୍ତିର ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ଶତପଥୁ ତାଙ୍କ ବକ୍ତବ୍ୟରେ ଠିକା କର୍ମଚାରୀଙ୍କ ନିଯୁକ୍ତିର ସର୍ତ୍ତାବଳୀ ୪ଟି ଜୋନ୍‌ରେ ଟାଟା କର୍ତ୍ତୁପକ୍ଷ କରିବା ସହିତ ଟେକ୍ନିକାଲ କର୍ମଚାରୀଙ୍କ ଦରମାରେ ଥିବା ତାରତମ୍ୟ ଏକତା ସଂଚ ମାଧ୍ୟମରେ ସମାଧାନ କରିବା ପାଇଁ ଏକତା ମଂଚକୁ ଆହୁରି ଦୃଢ଼ିଭୂତ କରିବା ପାଇଁ ଆହ୍ଵାନ ଦେଇଥିଲେ । 

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ଶ୍ରୀଯୁକ୍ତ ମଦନ ମୋହନ ଧଳ ତାଙ୍କ ବକ୍ତବ୍ୟରେ ସମସ୍ତ ଠିକାକର୍ମଚାରୀଙ୍କ ଇ.ପି.ଏଫ୍ ଓ ଇ.ଏସ୍.ଆଇର ସୁବିଧା ନେବା ପାଇଁ ବକ୍ତବ୍ୟ ରଖୁବା ସହିତ ଇ.ଏସ୍.ଆଇ. ବେନିଫିସିଆରୀମାନଙ୍କ ସଂପର୍କରେ ଆଲୋଚନା କରିଥିଲେ । ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ତାଙ୍କ ବକ୍ତବ୍ୟରେ କର୍ମଚାରୀଙ୍କ ଦୁର୍ଘଟଣାଜନୀତି ମୃତ୍ୟୁ ପରେ କମ୍ପାନୀସେସନ କିପରି କର୍ମଚାରୀମାନଙ୍କୁ ମିଳିପାରିବ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ମହାସଂଘର ସାଧାରଣ ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିବା ସହିତ ଫେଡ଼େରେସନର ସାଧାରଣ ସଂପାଦକ ସତ୍ୟବାଦୀ ବାଗ, କୈଳାସ ମହନ୍ତ, ନୀଳମଣି ବଳ, ଜ୍ୟୋତିପ୍ରକାଶ, ବରେନ୍ଦ୍ର ବେହେରା, ପ୍ରଫୁଲ କୁମାର ପଟ୍ଟନାୟକ, ସୁର୍ଯ୍ୟନାରାୟଣ ବିଷୋୟୀ, ଦିନବନ୍ଧୁ ମହାନ୍ତି, ବିପିନ୍ ସେଠୀ, ନରେଶ ତ୍ରିପାଠୀ ଓ ଦିଲ୍ଲୀପ ସାହୁ ଉଦ୍‌ବୋଧନ ଦେବା ସହ ମହାସଂଘକୁ ଦୃଢ଼ କରିବା ପାଇଁ ଆହ୍ବାନ ଦେବା ସହ ପରିଶେଷରେ ଶ୍ରୀଯୁକ୍ତ ସଂଜୀବ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। 

ଆସନ୍ତା ଦୁଇବର୍ଷ ପାଇଁ କର୍ମକର୍ତ୍ତା ମହାସଂଘର ସଭାପତି ଭାବେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲାବେଳେ କାର୍ଯ୍ୟକାରୀ ସଭାପତି ଭାବରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର, ୪ ଜଣ ଉପସଭାପତି, ୧ ଜଣ ସାଧାରଣ ସଂପାଦକ, ୧ କୋଷାଧ୍ୟକ୍ଷ, ୪ ଜଣ ଯୁଗ୍ଧ ସଂପାଦକ, ୫ ଜଣ ସଂଗଠନ ସଂପାଦକ, ୨୧ କାର୍ଯ୍ୟକାରୀ ସଭ୍ୟ ଓ ୩୧ ଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ନିର୍ବାଚିତ ହୋଇଥିଲେ । ଶ୍ରୀ ଅଜିତ୍ ସାମନ୍ତରାୟ, ତ୍ରିଲୋଚନ ଓଝା ଓ ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget