ସମ୍ବଲପୁର, ବ୍ୟାଙ୍କ ଅଫ ବରୋଦାର ମହାପ୍ରବନ୍ଧକ ସୋନମ୍ ସେଟିଙ୍ଗ୍ ଭୁତିଆ ଓ ଉପ-ମହାପ୍ରବନ୍ଧକ ଡାକ୍ତର ରମେଶ ମହାନ୍ତି ଚଳିତ ମାସ ୬ ତାରିଖ ଦିନ ସମ୍ବଲପୁର କ୍ଷେତ୍ର ଗସ୍ତ କରିଛନ୍ତି । ଏହି ଗସ୍ତରେ ଉଭୟ କାର୍ଯ୍ୟନିର୍ବାହୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମ୍ଏସ୍ଏମ୍ଇ ଗ୍ରାହକମାନଙ୍କ ସହିତ ସାକ୍ଷାତ କରିବା ସହ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏଥିରେ ଶ୍ରୀ ଭୁତିଆ ଓ ଡାକ୍ତର ମହାନ୍ତି ବ୍ୟାଙ୍କ ଅଫ ବରୋଦାର ଆର୍ଥିକ ବର୍ଷ ୨୦୨୨- ୨୦ ୨୩ରେ ଏମ୍ଏସ୍ଏମ୍ଇ ଓ ଖୁଚୁରା ଋଣ ଉପରେ ଗୁରୁତ୍ବାରୋପ କରିଥିଲେ।
ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ୧୦୦କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ ପ୍ରାଥମିକତା କ୍ଷେତ୍ର ଓ ବିତ୍ତୀୟ ସମାବେଶନ ଯୋଜନାଗୁଡିକ ଯେପରି: ସ୍ବୟଂ ସହାୟକ ଗୋଷ୍ଠୀ ଋଣ (ଏସ୍ ଏଜି), ପିଏମ୍ଇଜିପି, ମୁଦ୍ରା, କୃଷି ଋଣ, କ୍ଷୁଦ୍ର ବୀମା ଯୋଜନା, ଅଟଳ ପେନ୍ସନ୍ ଯୋଜନା ଆଦି । ଜନମଙ୍ଗଳ ଯୋଜନା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏଥି ସହିତ ବ୍ୟାଙ୍କ ପ୍ରବନ୍ଧକଙ୍କ ପ୍ରଦର୍ଶନ ସମୀକ୍ଷା ଓ କୃତୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Post a Comment